Browsing yearly archive

2023

ବଦଳିଲେ ଫିରିଙ୍ଗିଆଥାନା ଆଇଆଇସି

ଫୁଲବାଣୀ, ୬ା୮(ଏସଏସନିଉଜ) କନ୍ଧମାଳଜିଲ୍ଲା ଫିରିଙ୍ଗିଆଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।ଏହାସହ ୨ହୋମଗାର୍ଡଙ୍କୁ କାର‌୍ୟ୍ୟରୁ ଅନ୍ତର କରାଯାଇଥିବାର ଜଣାପଡିଛି ।ପୁଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଦୁଇଦିନଧରି ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପରିସ୍ଥିତି ହିଂସାତ୍ମକ ମୋଡ଼ ନେଇଥିଲା। ଶତାଧିକଲୋକ ଥାନାପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍‌ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ଓ ଜବତ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।ଉତ୍ୟକ୍ତ ଲୋକମାନେ ଫୁଲବାଣୀ ଏସ୍‌ଡିପିଓ ,ତହସିଲଦାର.ସ୍ଥାନୀୟ ସାମ୍ବାଦିକ ଆହତ ହୋଇଥିଲେ । […]

ରାସ୍ତାତଳକୁ ଖସିଲା ଚୋରା ଦେଶୀମଦବୋଝେଇ ସ୍କର୍ପିଓ

କାମାକ୍ଷାନଗର, ୬ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଖବରପାଇ ଅବକାରୀ ବିଭାଗମଦବୋଝେଇ ଗାଡିକୁ ପିଛା କରୁଥିବାବେଳେ ଏକ ଚୋରମଦବୋଝେଇ ସ୍କର୍ପିଓ ଜଡ଼ାପାଳଛକ ନିକଟରେ ରାସ୍ତାତଳକୁ ଖସିପଡିଥିଲା ।ଗାଡିଟିକୁ ଅବକାରିବିଭାଗ ପଛା କରୁଥିବାର ଜାଣି ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିପଡିଥିଲା ।ଅବକାରୀବିଭାଗ ଗାଡିଟିକୁ ଉଦ୍ଧାର କରିଥିବାବେଳେ ଜଣଙ୍କୁ ଗିରଫକରିଥିବାବେଳେ ଅନ୍ୟଜଣେ କୈାଶଳକ୍ରମେ ଖସିଯାଇଥିବାର ଜଣାପଡିଛି ।

ମାତିଛି ନରହନ୍ତା ଦନ୍ତା

ସୁନ୍ଦରଗଡ଼, ୬ା୮(ଏସଏସନିଉଜ) କୋଇଡ଼ାଖଣି ଅଞ୍ଚଳରେ ନରହନ୍ତା ଦନ୍ତା ହାତୀ ତାର ପ୍ରକୋପ ଦେଖାଇଛି ।ଗତକାଲିରାତିରେ ସାପ୍ତହିକ ହାଟରୁ ଘରକୁ ଫେରୁଥିବାବେଳେ ସ୍ୱାମୀର ସାମ୍ନାରେ ସ୍ତ୍ରୀରୀକୁ ଦଳିଦେଇଛି ନରହନ୍ତାଦନ୍ତା । ସୁନାରାମ ମୁଣ୍ଡା ଓ ତାଙ୍କସ୍ତ୍ରୀ ସୁମିତ୍ରା ଘରକୁ ଫେରୁଥିବାବେଳେ ମକାବାଡ଼ିରେ ଜଗି ରହିଥିବା ଦନ୍ତା ଉଭୟଙ୍କୁ ଗୋଡାଇଥିଲା ।କୈାଶଳକ୍ରମେ ସ୍ୱାମୀ ବଂଚିଯାଇଥିବାବେଳେ ସୁମିତ୍ରା ଘୋଷାଡ଼ି ନେଇ ମାରିଥିଲା ଦନ୍ତାହାତୀାଖବରପାଇ ଆଜି ସକାଳେ ବନବିଭାଗ ଘଟଣାସ୍ଥଳରେ ପହଂଚିଛି ।

ଚୋରିକରି ଧରାପଡିଲେ ଦୁଇ

ବାରଙ୍ଗ,୫ା୮(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ପାଟପୁରଛକରେ ଥିବା ଦେବାଶିଷଦାସଙ୍କ ମାର୍ବଲ ଦୋକାନରୁ ଲୁହାମାର୍ବଲ ଷ୍ଟାଣ୍ଡ ଏବଂ ଜନ୍ମେଜୟଜେନାଙ୍କ କୁହ୍ନେଇପଡ଼ାସ୍ଥିତ ଲୁଗାଦୋକାନରୁ ଶାଢ଼ୀ ଚୋରୀକରିଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ଉକ୍ତଥାନା ଅନ୍ତର୍ଗତ ପାଟପୁରଗ୍ରାମର ମିଟୁମାଝୀ (୩୦) ଏବଂ ଟିକିସାମଲ। ପୋଲିସ ସୂଚନାମୁତାବକ ଗତ ବୁଧବାରରାତିରେ କେହି ଦୁର୍ବୃତ୍ତ ଦେବାଶିଷଙ୍କ ମାର୍ବଲ ଦୋକାନରୁ ୩ଟି ଲୁହାମାର୍ବଲଷ୍ଟାଣ୍ଡ ଚୋରି କରିନେଇଥିଲେ।ପୁନର୍ବାର ପରଦିନ ଅର୍ଥାତ୍ ଗୁରୁବାରରାତିରେ ଆଉଏକ ଷ୍ଟାଣ୍ଡ ମଧ୍ୟ ଚୋରିହୋଇଥିଲା।ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ତଦନ୍ତକରି […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୫ତାରିଖଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୭/୧୨ ,ସୂର୍ଯ୍ୟାସ୍ତ- ଘ୬/୧୮/୨ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଚତୁର୍ଥୀ ଦିବା ଘ୧୦/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧୦/୧ମି ପରେ ଦକ୍ଷିଣ ଦିଗରେ। ଶନିବାର, ରିକ୍ତାତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର। ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ଏହି ମଳ ଶୁକ୍ଳ ଓ କୃଷ୍ଣ ପକ୍ଷ ମଳ ମାସରେ ମୃତ […]

ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ, ୪ା୮(ଏସଏସନିଉଜ) ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ତ୍ତମାନ ଅସୁରାଳବଜାର ଉପରେ ୩ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ପ୍ରବାହିତହେତୁ ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀନଦୀରେ ବନ୍ୟାଯୋଗୁଁ ଶାଖାନଦୀ ରେବ, କପାଳୀ, ନାଳିଆ, କୋଚିଳା, ଗେଙ୍ଗୁଟି ବର୍ତ୍ତମାନ ଉଛୁଳିବାରେ ଲାଗିଛି ।ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକ୍‌ର ୩୩ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାସହ ଶତାଧିକଗାଁ ପାଣିଘେରରେ ରହିଛି।ଭଣ୍ଡାରିପୋଖରୀ ବ୍ଲକ୍‌ର କଣ୍ଟିଘାଇ ଏସ୍‌କେପ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା […]

ଜୀବନ୍ତ ଜଳିଗଲେ ଟ୍ରକଡ୍ରାଇଭର

କେନ୍ଦୁଝର,୪ା୮(ଏସଏସନିଉଜ) ସଦରଥାନାଅର୍ନ୍ତଗତ ୪୯ନମ୍ବର ଜାତୀୟରାଜପଥର ମହୁଲଡିହାଗାଁ ନିକଟରେ ଭୋରସମୟରେ ଗୋଟିଏ ଟ୍ରକକୁ ପଛରୁ ଆଉଏକ ଟ୍ରକ୍ ଧକ୍କାଦେବାପରେ ଟ୍ରକଟିରେ ନିଆଁ ଲାଗି ଜଣେ ଟ୍ରକଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।ଲୁହାଚାଦର ବୋଝେଇଟ୍ରକକୁ ପଛରୁ ଏକଟ୍ରକ ଧକ୍କା ଦେବାଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଖବରପାଇ ପୁଲିସ ଓ ଅଗ୍ନିଶମବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧଡ୍ରାଇଭରକୁ ଉଦ୍ଧାର କରିଥିଲେ ।

ବନ୍ଧୁକମୁନରେ ଲୁଟିଲେ ଡକାୟତ

ସୁନ୍ଦରଗଡ଼, ୪ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ବିଜେଡି ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଗୋପାଳପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ୫ଜଣଡକାୟତ ଘରପଛପଟ ପଶି ବନ୍ଧୁକମୁନରେ ଭୟଭିତ କରାଇ ପରିବାରସଦସ୍ୟମାନଙ୍କୁ ବାନ୍ଧି ସୁନା, ରୂପା, ଟଙ୍କା, ଏପରିକି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଜାଇଲୋଗାଡିକୁ ଲୁଟ କରି ଫେରାର ହୋଇଯାଇଛନ୍ତି।ଏହିଘଟଣା ସୁନ୍ଦରଗଡ଼ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛିା ଦୀର୍ଘ ଦେଢ଼ଘଣ୍ଟାକାଳ ମୁଖାପିନ୍ଧାଡକାୟତ ଲୁଟପାଟ କରିବାପରେ ଫେରାର ହୋଇଯାଇଛନ୍ତି ।ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରପାଇ ହେମଗିରପୁଲିସ ଘଟଣାସ୍ଥଳରେ […]

ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ […]

ମହାନଦୀରେ ୨୦ଫୁଟର ଘାଇ

ଭୁବନେଶ୍ୱର,୪ା୮(ଏସଏସନିଉଜ) କୁଜଙ୍ଗବ୍ଲକ୍ ଅନ୍ତର୍ଗତ ତେରମାଣପୁରଗାଁ ନିକଟରେ ମହାନଦୀରେ ୨୦ ଫୁଟର ଏକଘାଇ ସୃଷ୍ଟି ହେବାରୁ କୋଟସାହି ଏବେ ପାଣିଘେରରେ ରହିଛି । ଲଘୁଚାପଜନିତ ଲଗାଣବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍ ଛୁଟିଘୋଷଣା ହୋଇଥିବାବେଳେ ଆଜି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ଆଦି ୪ଟିବ୍ଲକ୍‌ରେ ସ୍କୁଲ୍ ଛୁଟିଘୋଷଣା କରାଯାଇଛି।ତେବେ ଆଜିଭୋରୁ ସୃଷ୍ଟି ହୋଇଥିବା ଘାଇ ଫଳରେ ଅନେକଅଞ୍ଚଳ ଜଳମଗ୍ନ ହୋଇରହିଛି । ଲୋକେଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନାମିଳିଛି । ଅନ୍ୟପଟେ […]