Browsing yearly archive

2023

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ୯ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃଘ୫/୨୮/୨୯ ,ସୂର୍ଯ୍ୟାସ୍ତ- ଘ୬/୧୫/୪୯ ,ଶ୍ରାବଣମାସ.ଚାନ୍ଦ୍ରମଳକୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ନବମୀରାତ୍ରିଘ୪/୬ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରିଘ୪/୬ମି ପରେ ଉତ୍ତରଦିଗରେ। ରିକ୍ତାତିଥି ଦୋଷହେତୁ ରାତ୍ରିଘ୪/୬ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଦିବାଘ୮/୨୮ମିପରେ ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ଲାଉଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୮/୪୧ମି ରୁ ଘ୧୦/୧୬ମିପର୍ଯ୍ୟନ୍ତ। କାଳରାତ୍ରି ରାତ୍ରିଘ୨/୪୧ମି […]

ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୭ା୮(ଏସଏସନିଉଜ)ରାଜଧାନୀଉପକଣ୍ଠ ରଘୁନାଥପୁର ଗ୍ରାମର କମଳାକାନ୍ତସାସ୍ମଲଙ୍କ ବାଡିରେ ରବିବାରରାତିରେ ଦୁଇଟି ବ୍ରହ୍ମକମଳ ଫଲ ଫୁଟିଥିଲା । ଗୋଟିଏ ବ୍ରହ୍ମକମଳଫୁଲ ଫୁଟିବାର ଜାଣିବାପରେ ପରିବାର ଲୋକ ଉଜାଗରହୋଇ ବିଳମ୍ଭିତରାତିପର୍ଯ୍ୟନ୍ତ ଜଗିରହିଥିଲେ ।କିଛିସମୟର ବ୍ୟବଧାନପରେ ଆଉ ଏକ ବ୍ରହ୍ମକମଳ ଫୁଲ ଫୁଟିଥିଲ।। ଦୁଇଟିଜାକ ଫୁଲକୁ ନେଇ କମଳା ରାତାରାତି୍ଯାଇ ଢାୱାସ୍ଥିତ ବାବସୋମନାଥମନ୍ଦିରରେ ଏହାକୁ ଅର୍ପଣ କରିଥିଲେ ।

ପୁରୀମେନକେନାଲ ନେଉଛି ଜୀବନ

ବାରଙ୍ଗ,୭ା୮(ଏସଏସନିଉଜ) ପୁରୀମେନକେନାଲରେ ଗାଧୋଉଥିବାବେଳେ ସୋମବାରସକାଳେ ଜଣେ ୧୬ବର୍ଷର ନାବାଳକ ବୁଡି ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ନରାଜଗ୍ରାମର ସ୍ୱର୍ଗତରଘୁନାଥ ସାହୁଙ୍କର ଏକମାତ୍ର ପୁଅ ବିଭୁତିସାହୁ । ପ୍ରକାସଯେ,ବାପାମାଆଙ୍କର ଏକମାତ୍ର ପୁଅ ବିଭୁତି ବାପାଙ୍କ ଦେହାନ୍ତପରେ ପାଠପଢା ସାରି ଘରଚଳାଇବା ପାଇଁ ସିଆଇଏସଏଫ ପାଖରେ ଥିବା ଏକ ହୋଟେଲରେ କାମ କରୁଥିଲା ।ହୋଟେଲରୁ ଯାହାପାରିଶ୍ରମିକ ମିଳୁଥିଲା ସେଥିରେ ମାଆ ଓ ନିଜେ ଚଳିଯାଉଥିଲେ ।ସୋମବାର ସକାଳେ ହୋଟେଲରେ କାମକରୁଥିବା ଅନ୍ୟଜଣେ ସାଙ୍ଗ ସହ ପୁରୀମେନକେନାଲକୁ ଗାଧୋଇବାକୁ […]

ଆଜିର ରାଶିଫଳ

୮-୮-୨୦୨୩(ମଙ୍ଗଳବାର)ଅଦ୍ଯ କର୍କଟ ଦି୨୩ନ, ଶ୍ରାବଣ ମଳ କୃଷ୍ଣ ଅଷ୍ଟମୀ ଦ୫୫।୪୫ ରାଘ୩।୪୮ ଦ୍ଵିଜା ଦ୫୧।୪୨ ରାଘ୨।୧୧,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଐଶାନ୍ୟେ । ରାତ୍ରି ଘ୩।୪୮ ଗତେ ପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୨।୧୧ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୭ତାରିଖସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୭/୪୯ ,ସୂର୍ଯ୍ୟାସ୍ତ- ଘ୬/୧୬/୫୯ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଷଷ୍ଠୀ ପ୍ରାତଃ ଘ୫/୩୧ମି ପରେ ସପ୍ତମୀ କ୍ଷୟ ରାତ୍ରି ଘ୪/୨୧ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧକରଣୀୟ।ନିଷିଦ୍ଧଖାଦ୍ୟ- ନିମ୍ବ, ପ୍ରାତଃ ଘ୫/୩୧ମିପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୫ମି ରୁ ଘ୮/୪୦ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୪ମି ରୁ ଘ୪/୪୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୮ମି ରୁ ଘ୧୧/୫୨ମି […]

ହତ୍ୟାଅଭିଯୋଗ ଆଣିଲେ ପରିବାରଲୋକ

ଭୁବନେଶ୍ବର,୬ା୮(ଏସଏସନିଉଜ)କଟକରୋଡରେ ଥିବା ଦୀପାଳିବାରରୁ ଭଦ୍ରକ କୁଆବାଘସାହିର ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାରଲୋକ । କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟାକରି ଝୁଲାଇ ଦେଇଛନ୍ତି ବୋଲି ପରିବାରପକ୍ଷରୁ କୁହାଯାଇଛି ।ହୋଟେଲର ୨୦୫ ନମ୍ବର ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିଲା ।ଏହା ଆତ୍ମହତ୍ୟା ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଅନୁମାନ କରିଥିଲା ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଥାନା ଘେରାଉ ଉଦ୍ୟମ କଲେ ୧୨୧ଟଗାଁର ଡଙ୍ଗରିଆ

ରାୟଗଡ଼ା,୬ା୮(ଏସଏସନିଉଜ) ମାଓସୂଚନାଦାତା ସନ୍ଦେହରେ ୨ଡଙ୍ଗରିଆଙ୍କୁ କଲ୍ୟାଣସିଂହପୁର ଥାନାପୋଲିସ ଉଠାଇଆଣିଛି ।ଏହାର ପ୍ରତିବାଦରେ ନିୟମଗିରିଅଞ୍ଚଳର ୧୨୧ଟିଗାଁର ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଏକାଠିହୋଇ ଥାନାଘେରାଉ କରିବାର ଉଦ୍ୟମ କରିଛନ୍ତି । ପୁଲିସ ଉଠାଇଆଣିଥିବା ଦୁଇଜଣଙ୍କୁ ତୁରନ୍ତ ଛାଡିବାଲାଗି ଦାବିକରି ଡଙ୍ଗରିଆମାନେ ସେମାନଙ୍କ ଜିଦ ରେ ଅଟଳରହିଥିବାର ଜଣାପଡିଛି ।    

ହତ୍ୟାଅଭିଯୋଗ ଆଣିଲେ ପରିବାରଲୋକେ

ଭୁବନେଶ୍ବର,୬ା୮(ଏସଏସନିଉଜ)କଟକରୋଡରେ ଥିବା ଦୀପାଳିବାରରୁ ଭଦ୍ରକ କୁଆବାଘସାହିର ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାରଲୋକ । କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟାକରି ଝୁଲାଇ ଦେଇଛନ୍ତି ବୋଲି ପରିବାରପକ୍ଷରୁ କୁହାଯାଇଛି ।ହୋଟେଲର ୨୦୫ ନମ୍ବର ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିଲା ।ଏହା ଆତ୍ମହତ୍ୟା ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଅନୁମାନ କରିଥିଲା ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।  

ବନ୍ଧୁକଲଗାଇ ଲୁଟିଲେ

ବାଲିପାଟଣା,୬ା୮(ଏସଏସନିଉଜ)ଡ୍ରାଇଭରକୁ ବନ୍ଧୁକଦେଖାଇ ମନିପର୍ସ ଛଡାଇନେବାସହ ତାଙ୍କ କାରକୁ ପୋଡିଦେଇଛନ୍ତି ଦୁର୍ବୁତ ।ଏହିଭଳିଘଟଣା ବାଲିପାଟଣାଥାନାଅଧିନସ୍ଥ ବଦଳା ପଣ୍ଡୁଆ ସାହି ଗ୍ରାମମୁଣ୍ଡରେ ଦେଖିବାକୁ ମିଳିଛି । ବଦଳା ପଣ୍ଡୁଆସାହିଗ୍ରାମର ଅଜିତକୁମାରସ୍ୱାଇଁ ନାମକ ବ୍ୟକ୍ତି ଓଡି ୦୨ ବିଏକ୍ସ ୪୫୪୩ନଂକାର ଯୋଗେ ଗତକାଲି ବିଳମ୍ଭିତରାତିରେ ଘରକୁ ଫେରୁଥିଲେ ।ଏହିସମୟରେ ଗାଁମୁଣ୍ଡରେ ଦୁଇଜଣ ଗାଡିଆଗରେ ଛିଡାହୋଇଥିଲେ ।ଗାଡିଟି ରହିବାକ୍ଷଣି ଦୁର୍ବୁତମାନେ ଅଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଏବଂ ପର୍ସ ଛଡ଼ାଇ ନେଇଥିଲେ। ଗାଡିଚାବି ଅଜିତ ନଦେବାରୁ ସେମାନେ ତାଙ୍କମୁହଁଙ୍କୁ ବିଷାକ୍ତ ସ୍ପ୍ରେ […]

କେନାଲରେ ୨୦ଫୁଟର ଘାଇ

ଭୁବନେଶ୍ୱର, ୬ା୮(ଏସଏସନିଉଜ) ଆଜି ଭୋର ସମୟରେ ବାଳକାଟି -ପୁରୀ ମୁଖ୍ୟକେନାଲର ସାଇଫନ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି।ଫଳରେ ବାଳକାଟି ଗ୍ରାମ୍ୟଜଙ୍ଗଲ ଏବଂ କଲେଜପଡ଼ିଆରେ ପାଣି ପ୍ରବେଶ କରିଛି। ଖବରପାଇ ଜଳସଂପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।