ନନ୍ଦନକାନନ ଆସିଲା ଉଦ୍ଧାର ହାଡ଼ଗିଳା
ଭୁବନେଶ୍ୱର,୧୦।୪(ଏସଏସନିଉଜ)ଶୁକ୍ରବାର ଦିନ ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବାଲେଶ୍ଵର ବନଖଣ୍ଡ ଅଧିନସ୍ଥ ନୀଳଗିରି ରେଞ୍ଜରୁ ଉଦ୍ଧାର ହୋଇଥିବା ଏକ ହାଡ଼ଗିଳା ପକ୍ଷୀକୁ ଚିକିତ୍ସା ପାଇଁ ଅଣାଯାଇଛି। ନୀଳଗିରି ରେଞ୍ଜ କର୍ମଚାରୀ ଏକ ଜନ୍ତା ସାହାଯ୍ୟରେ ହାଡ଼ଗିଳାଟିକୁ ସାଙ୍ଗରେ ଆଣି ନନ୍ଦନକାନନରେ ପହଞ୍ଚିଥିଲେ। ବନ କର୍ମଚାରୀଙ୍କ ସୂଚନା ମୁତାବକ ହାଡ଼ଗିଳାଟି କୌଣସି କାରଣରୁ ଅସୁସ୍ଥ ରହିଥିଲା। କର୍ମଚାରୀମାନେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ନନ୍ଦନକାନନ ସ୍ଥାନାନ୍ତର କରିଥିବା ସୂଚନା ରହିଛି। ଏହି ପ୍ରଜାତି ବିଲୁପ୍ତପ୍ରାୟ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ […]