ଭୁବନେଶ୍ୱର,୧୦।୪(ଏସଏସନିଉଜ)ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିପାଇଁ ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦସଦସ୍ୟ ପାଇଁ ସଂରକ୍ଷଣ ସ୍ଥିରକରିବାକୁ ନିର୍ଦ୍ଦେଶନାମା ଆସିଛି।ଏହାକୁ କରି ଏପ୍ରିଲ୨୦୨୬ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତରିପୋର୍ଟ ଦେବାକୁ କୁହାଯାଇଛି।
ୱାର୍ଡମେମ୍ବର,ସରପଞ୍ଚ ଓ ସମିତିସଭ୍ୟରେ ସଂରକ୍ଷଣପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖଭିତରେ ଅଭିଯୋଗ ଆବେଦନ ଏବଂ ୨୪ସୁଦ୍ଧା ଅଭିଯୋଗ ଶୁଣାଣି,୨୯ସୁଦ୍ଧା ଚୂଡାନ୍ତସଂରକ୍ଷଣ ତାଲିକା ନିର୍ବାଚନକୁ ଜଣାଇବାକୁ କୁହାଯାଇଛି।
ସେହିପରି ଜିଲ୍ଲାପରିଷଦ ସଦସ୍ୟରେ ସଂରକ୍ଷଣପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ତାରିଖ ଭିତରେ ଅଭିଯୋଗ,୨୭ସୁଦ୍ଧା ଅଭିଯୋଗ ଶୁଣାଣି, ୨୯ ସୁଦ୍ଧା ସରକାରଙ୍କ ଅନୁମୋଦନକ୍ରମେ ୩୦ସୁଦ୍ଧା ଚୂଡାନ୍ତ ସଂରକ୍ଷଣତାଲିକା ନିର୍ବାଚନକୁ ଜଣାଇବେ।ଜିଲ୍ଲାପରିଷଦ ଅଧ୍ୟକ୍ଷପାଇଁ ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତବିଜ୍ଞପ୍ତି ପ୍ରକାଶପାଇବ ।ପୂର୍ବନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ୫୦ପ୍ରତିଶତ ସଂରକ୍ଷଣଭିତରେ ରହିବ।ପଛୁଆବର୍ଗଙ୍କ ପାଇଁ ୨୭ ଓ ମହିଳାଙ୍କ ପାଇଁ ୫୦ପ୍ରତିଶତ ସିଟ ସଂରକ୍ଷଣରହିବ।