କଟକ,୯ା୪(ଏସଏସନିଉଜ)ମହାନଦୀର ମୁଣ୍ଡଳି ବ୍ରିଜ ପାଖ ତଳମୁଣ୍ଡରୁ ଭାସିଭାସି ଯାଉଥିବାଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୃର୍ତ୍ତିକୁଜଣେ କୈବର୍ତ୍ତ ମାଛ ମାରିବା ସମୟରେଉଧାର କରିଛି।
ମିଳିଥିବା ସୁଚନା ମୁତାବକ ଗୁରୁବାର ସକାଳେ ମହାନଦୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ତିନି ମୃର୍ତ୍ତି ପାଣିରେ ଭାସି ଭାସି ଯାଇଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । କିନ୍ତୁ ମୃର୍ତ୍ତି ଭାସୁ ଥିବାର ସ୍ଥାନରୁ କିଛି ଦୁରରେ ସ୍ଥାନୀୟ ଗ୍ରାମର ଜଣେ କୈବର୍ତ୍ତ ମାଛ ମାରୁଥିଲେ । ଠାକୁରଙ୍କ ତିନି ମୃର୍ତ୍ତି ଭାସି ଭାସୀ ଚାଲି ଯାଉଥିବା ଜାଣି ମୃର୍ତ୍ତିଗୁଡ଼ିକୁ ଉଦ୍ଧାର କରି ନଦୀ କୁଳରେ ଆଣି ରଖି ଦେଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଲାଗିରହିଥିଲା।ଉଧାର କରିଥିବା ଯୁବକ ଜଣଙ୍କ ତିନି ମୂର୍ତ୍ତିଙ୍କୁ ନେଇ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜା କରିବା ପାଇଁ ପୂଜକଙ୍କୁ ପ୍ରଦାନ କରିଥିବାର ଜଣାପଡିଛି।( ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)