ତତଲା ବାଲିରେ ଗଡିଲେ ମାନସିକ ଧାରୀ
ମେଣ୍ଢାଶାଳ,୧୩।୪(ଏସଏସନିଉଜ)ମେଣ୍ଢାଶାଳରେ ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ମହାସମାରୋହରେ ଦଣ୍ଡଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଦଣ୍ଡୁଆମାନେ ଗାଁର ଦୂଲ୍ହାଦେବୀମନ୍ଦିର ନିକଟରେ ଥିବା ଗାଁ ର ଗ୍ରାମ ଦେବତୀ ମନ୍ଦିରଠାରେ ଅଜ୍ଞାମାଳ ପାଇବାପରେ ୫୭ପାଟୁଆଙ୍କୁ ସଙ୍କୀର୍ତ୍ତନ କରି ଶ୍ରୀଶ୍ରୀଭାଗବତବାସୁଦେବଙ୍କ ମନ୍ଦିର ନିକଟକୁ ପାଛୋଟି ନିଆଯାଇଥିଲା।ଏହାପରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥିଲା।ପାଟୁଆ,ମାନସିକଧାରି ଦଣ୍ଡୁଆମାନେ ବାସୁଦେବ ମନ୍ଦିର ସମ୍ମୁଖରୁ ବାଲୁଙ୍କଶ୍ବର ମନ୍ଦିରପର୍ଯ୍ୟନ୍ତ ବିଛାଯାଇଥିବା ୧କିମି ପର୍ଯ୍ୟନ୍ତ ଉତ୍ତପ୍ତବାଲିରେ ଦିହିପହର ସମୟରେ ଦଣ୍ଡ ଗଡ଼ିଗଡି ଯାଇଥିଲେ। ପରେପରେ ପଦ୍ମପୋଖରିରେ ସ୍ନାନସାରି ଗାଁରେବୁଲି ପଣା ଖାଇଥିଲେ। […]