Browsing yearly archive

2026

ନବନିର୍ମାଣ କୃଷକସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୭।୧(ଏସଏସନିଉଜ)ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶାବନ୍ଦ ଡାକରା ଦିଆଯାଇଛି। ୨୮ତାରିଖ ସକାଳ ୬ରୁ ଦିନ ୨ଟାଯାଏଁ ୮ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି ।ନବନିର୍ମାଣ କୃଷକସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ତାଚ୍ଛଲ୍ୟ କରିଛି।ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର।ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣିନାହାନ୍ତି।ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେନାହିଁ।ବିଜେଡି ସମୟରେ ଚାଷୀ ହତାଶ ହେଉଥିଲେ […]

ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧(ଏସଏସନିଉଜ)ପୁରୀ ବାଲିସାହି ଶ୍ୱେତଗଙ୍ଗାଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି ବୋଲିସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ।ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ।ପିଣ୍ଡଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ।ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ।ସେଦିନ ସକାଳ ୪ଟା ସୁଦ୍ଧା ଜୟବିଜୟ ଦ୍ୱାରଫିଟା ନୀତି କରାଯିବ।ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ।କୌଣସି ଭକ୍ତ […]

ବୋମା ଭିଡ଼ିଲା ବେଳେ ବିସ୍ଫୋରଣ:-ଡିସିପି

ଭୁବନେଶ୍ବର,୨୭।୧(ଏସଏସନିଉଜ) ଏୟାରଫିଲ୍ଡଥାନା ଆଜାଦନଗର ବିସ୍ଫୋରଣ ଘଟଣାରେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇପାରେ ବୋଲି ଫିଲ୍ଡ ଭିଜିଟ୍‌ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି । ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି ବୋଲି କହିଛନ୍ତି।ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି।ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି।ସେହନବାଜ, ତାଙ୍କ ମାଆ, ବାନ୍ଧବୀ […]

ଆରମ୍ଭ ହେଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ,

ଭୁବନେଶ୍ୱର,୨୭।୧(ଏସଏସନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ ହୋଇଛି।ଖଣ୍ଡଗିରିରିରେ ନାଚିବେ ମୋଟ ୧୫ଟିପାର୍ଟି। ୭ଟି ପେଣ୍ଡାଲରେ ୧୨ଦିନ ଧରି ଚାଲିବ ଯାତ୍ରା ମହୋତ୍ସବ। ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମୈଦାନକୁ ଓହ୍ଲାଇଛନ୍ତି ୪ଟିପାର୍ଟି।ଅଶ୍ଳୀଳନୃତ୍ୟ କଲେ ସରକାରୀ ଠେଙ୍ଗା ବାଜିବା ନେଇ ଚେତାବନୀ ଦିଆଯାଇଛି।ଅମାନିଆ ହୋଇ ଅଶ୍ଳୀଳନୃତ୍ୟ କଲେ ବାଜିବ ସରକାରୀଠେଙ୍ଗା ବୋଲି ଆଗୁଆ ଚେତାଇ ଦେଲେ ବିଧାୟକ ବାବୁ ସିଂ।ଏନେଇ ପୂର୍ବରୁ ସବୁ ଯାତ୍ରାକମିଟି ସହ ଆଲୋଚନା ହୋଇଛି।ଅଶ୍ଳୀଳନୃତ୍ୟକୁ ଆଦୌ ପ୍ରଶୟ ନଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟପଟେ ପୋଲିସପକ୍ଷରୁ […]

ଏଣିକି PUCC ନଥିଲେ ବି ମିଳିବ ପେଟ୍ରୋଲ

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଏଣିକି PUCC ନ ଥିଲେ ବି ମିଳିବ ପେଟ୍ରୋଲ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ଓକିଲ ରଞ୍ଜନ ରାଉତଙ୍କ ଯୁକ୍ତି ପରେ ହାଇକୋର୍ଟ ସରକାରଙ୍କୁ ଏ ନିୟମ ପ୍ରତ୍ୟାହୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। PUCC ନଥିଲେ ପେଟ୍ରୋଲ୍‌ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି।ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର।ପେଟ୍ରୋଲ ପମ୍ପ୍‌ଗୁଡ଼ିକ କେବଳ PUCC ପାଇଁ କହିପାରିବେ କିନ୍ତୁ ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେନାହିଁ ସରକାର।ଏନେଇ ବାହାନ ପୋର୍ଟାଲରେ ସଂଶୋଧନ […]

ବୁଢ଼ାମହାବୀରଙ୍କର ପ୍ରଥମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ

ବାରଙ୍ଗ,୨୭।୧(ଏସଏସନିଉଜ)ଚଳିତ ବର୍ଷ ଦାଢ଼ାପାଟଣା ଗ୍ରାମର ବୁଢ଼ା ମହାବୀରଙ୍କ ପୀଠରେ ପ୍ରଥମ କରି ଆରମ୍ଭ ହୋଇଥିବା ବାର୍ଷିକ ବିଶ୍ଵଶାନ୍ତିମହାଯଜ୍ଞ ମଙ୍ଗଳବାର ରାତିରେ ଶେଷ ହୋଇଛି।୩ଦିନ ଧରି ଚାଲିଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞର ରାତିରେ ଭଜନ କୀର୍ତ୍ତନ କରାଯାଇଥିଲା।ପୂର୍ଣ୍ଣାହୁତିଦିନ ବିଧାୟକ ଦେବିରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ ଲୋକପ୍ରତିନିଧି ମୂରବୀମାନେ ଯୋଗଦେଇ ପ୍ରଭୁକୃପା ପ୍ରାପ୍ତି କରିଥିଲେ।ଏହି ଅନୁଷ୍ଠାନକୁ ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ବିଜୟ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ନିରଞ୍ଜନ ସାହୁ, ବିଷ୍ଣୁ ଚରଣ ସାହୁ, ବସନ୍ତ କୁମାର […]

ଅଳିଆଗଦାରେ ଲାଗିଲା ନିଆଁ

ବାରଙ୍ଗ,୨୭।୧ (ଏସଏସନିଉଜ)ପଦାସାହି ନିକଟରେ ଥିବା ଏକ ଅଳିଆ ଗଦାରେ ମଙ୍ଗଳବାର ରାତିରେ ନିଆଁ ଲାଗିଥିବାର ଜଣାପଡିଥିଲା। ଛୋଟ ପିଲା ଖେଳୁଥିବା ସମୟରେ କୌଣସି କାରଣରୁ ସେଠାରେ ନିଆଁ ଲଗେଇ ଦେଇଥିବାର ଅନୁମାନ କରାଯାଇଥିଲା।ଯାହାଫଳରେ ନିଆଁ ବ୍ୟାପିବା ଆରମ୍ଭ କରିଦେଇଥିଲା।ଗ୍ରାମବାସୀଙ୍କଠାରୁ ଖବର ପାଇ ଚନ୍ଦ୍ରଶେଖରପୁରରୁ ଏକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସବୁଠି ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର, ୨୬।୧ (ଏସଏସନିଉଜ) ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଡିଛି ତ୍ରିରଙ୍ଗ।ବହୁ ଉସାହ ଓ ଉଦ୍ଦୀପନାର ସହ ରାଜ୍ୟବାସୀ ପାଳିଛନ୍ତି ୭୭ତମ ସାଧାରଣତନ୍ତ୍ର ଦିବସ। ବାରଙ୍ଗ ପ୍ରେସକ୍ଳବ୍ – ବାରଙ୍ଗ ପ୍ରେସକ୍ଳବରେ ବରିଷ୍ଠ ସାମ୍ବାଦିକ ତଥା କ୍ଳବରସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିଲେ।ଏହି ଅବସରରେ କ୍ଳବର ସମ୍ପାଦକ ତ୍ରିଲୋଚନଦାସ, ପ୍ରକାଶଚନ୍ଦ୍ରସାହୁ,କୃଷ୍ଣଚନ୍ଦ୍ରସାଇଁ, ଅଜୟ ରାଉତ,ଦେବେନ୍ଦ୍ରସାହୁ, ଗୌତମରାଉତ,ଶେଖ ଅବଦୁଲ ମୁନାବ, ସଚିଦାନନ୍ଦପଢିହାରୀ,ଜିତେନ୍ଦ୍ରସାସମଲ, ଲୋଚନ ମୁଦୁଲି,ଶୁଶାନ୍ତରାଉତ ପ୍ରମୁଖ ଯୋଗଦାନ କରିଥିଲେ। ମୁକ୍ତାକାଶ କାରାଶ୍ରମ-ଜାମୁଝରିସ୍ଥିତ ମୁକ୍ତାକାଶ କାରାଶ୍ରମ ପରିସରରେକାରାଗାରର ଅଧ୍ୟକ୍ଷୀକା […]

ଆଜିର ରାଶିଫଳ

ଜାନୁଆରୀମାସ ୨୬ତାରିଖ ୨୦୨୬ମସିହା (ସୋମବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୮/୫୮ଗତେ ନବମୀ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୧୨/୪୯ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୪୫,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୮/୫୮ ଗେତେ ପୂର୍ବେ,ମେଷରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ପୁଷ୍କରଦୋଷ ନାସ୍ତୀ,କାଳବେଳା -ଦିବା ଘ୦୭/୪୮ ଗତେ ଘ୦୯/୧୧ ମଧ୍ୟେ,ବାରବେଳା- ଦିବା ଘ୦୨/୪୪ଗତେ ଘ୦୪/୦୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ମଧ୍ୟେ ଓ ଘ୧୧/୧୪ ଗତେ ଘ ୦୧/୩୮ ମଧ୍ୟେ ଓ ରାତ୍ରି ଘ୦୬/୨୮ ଗତେ ଘ ୦୮/୪୩ ମଧ୍ୟେ,ବିଶୁଦ୍ଧ […]

ଭୁଶୁଡିଲା ପୋଲ, ଫସିଲା ହାଇୱା

ଭୁବନେଶ୍ୱର,୨୫।୧(ଏସଏସନିଉଜ)ତୋରସିଂ-ରୁଅପଡା ମଝିରେ ରହିଥିବାବହୁ ପୁରୁଣା ଦୁର୍ବଳପୋଲ ଭୁଶୁଡିପଡିଛି।ଯାହାଫଳରେ ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଯାଉଥିବା ଏକ ମାଟିବୋଝେଇ ହାଇୱାଟିଫସି ରହିଥିବାର ଦେଖିବାକୁ ମିଳିଛି।ଏହାପରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି ।ମାଟିବୋଝେଇ ହାଇୱାଟିପୋଲ ଉପରେ ଯିବାବେଳକୁ ପୋଲଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ଦୁଇଖଣ୍ଡ ହୋଇଯାଇଛି ।ଘଟଣାପରେ ଗାଡ଼ି ଚାଲକ ଫେରାର ହୋଇଯାଇଛନ୍ତି।ଏହି ରାସ୍ତାଡେଇ ୮ରୁ୧୦ ଖଣ୍ଡ ଗାଁକୁ ଯାତାୟାତ ଠପ ହୋଇଯାଇଛି ।ଖବରପାଇ ବାଣପୁର ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛନ୍ତି।