କଟକ, ୧୩।୪(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ମଣିଷ କଙ୍କାଳକୁ ସୋମବାର ଜବତ କରିଛି ପୁଲିସ।
ପ୍ରକାଶ ଯେ ସୋମବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ସ୍ଥାନୀୟ ଅଂଚଳର କିଛି ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼କୁ ଶୈଚ ପାଇଁ ଯାଇଥିଲେ।ଏହି ସମୟରେ
କେନାଲ କୁଳରେ ଏକ ଧଳା ଜରି ଅଖା ଭିତରେ ଏକ ମଣିଷ କଙ୍କାଳ ଅଧା ପୋଡ଼ା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଯାଇଥିଲା।ଖବର ପାଇ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ସହ ପହଞ୍ଚି ମଣିଷ କଙ୍କାଳକୁ ଜବତ କରିଛି ।ପୋଲିସ ୧୩।୨୬ କେସ ନମ୍ୱରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି।ଅନ୍ୟପଟେ ଧଳା ଜରି ଅଖା ଭିତରୁ ମହିଳାଙ୍କର ଅନ୍ତବତ୍ସ ମିଳିଛି।ଏହାପରେ ମିଳିଥିବା ମଣିଷ କଙ୍କାଳ ଜଣେ ମହିଳାଙ୍କ ବୋଲି ପୋଲିସ ପ୍ରାଥମିକ ପର୍ଯ୍ୟାୟର ତଦନ୍ତ ବେଳେ ପୋଲିସ ସନ୍ଦେହ କରିଛି।