୫ ହରିଣ ଚମଡ଼ା ଜବତ, ୨ ଗିରଫ

ପିପିଲି ,୧୧/୧୨(ଏସଏସନିୟୁଜ) ଗତକାଲି ରାତିରେ ପିପିଲି ଛକରେ ଏକ ବଡ଼ଧରଣର ଡିଲ୍ ହେବା ଖବର ପାଇ ଏସ୍‌ଟିଏଫ୍ ଟିମ୍ ସାଦାପୋଷାକରେ ଜଗି ରହିଥିଲେ । ଗୋପ ଥାନା ନିତିଗଡ଼ ଗ୍ରାମର ସୁନୀଲ କୁମାର ପଲେଇ(୨୭) ଓ ବଳଙ୍ଗା ଥାନା କେତକୀପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁ(୨୫) ଏକ ବାଇକ୍‌ରେ ୫ଟି ହରିଣ ଚମଡ଼ା ଧରି ପିପିଲି ଓଭରବ୍ରିଜ୍ ତଳକୁ ଆସିଥିବାବେଳେ ଏସ୍‌ଟିଏଫ୍ ଟିମ୍ ତାଙ୍କୁଧରିଥିଲେ । ଜବତ ଚମଡ଼ାଗୁଡ଼ିକର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।ଏହାପରେ ସେମାନେ ବାଲିପାଟଣା ବନ ବିଭାଗକୁ ହସ୍ତାନ୍ତର କରିବାପରେ ବାଲିପାଟଣା ଫରେଷ୍ଟ ରେଞ୍ଜ୍ ପକ୍ଷରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ବାଲୁଖଣ୍ଡ ଅଭୟାରଣ୍ୟରେ ବ୍ୟାପକ ବାଲିହରିଣ ଶିକାର ହେଉଥିବା ନେଇ ଏସ୍‌ଟିଏଫ୍ ନିକଟରେ ଅଭିଯୋଗ ଓ ସୂଚନା ଥିଲା।

 

Comments (0)
Add Comment