ଭୁବନେଶ୍ୱର,୧୬/୧୨(ଏସଏସନିଉଜ)ଓଡିଶା ପୋଲିସ ଆନୁକୁଲ୍ୟରେ ଚଳିତବର୍ଷ ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା ସୋମବାରଦିନ ଭୁବନେଶ୍ୱର ସପ୍ତମ ବାଟାଲିୟନଠାରେ ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ଉସବରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥିଭାବେ ଯୋଗଦାନ କରି ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ସେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଶ୍ରୀଅଭୟ ଓଡିଶା ପୋଲସିକୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଅଲଇଣ୍ଡିଆପୋଲିସ ସ୍ପୋର୍ଟ୍ସ କଂଟ୍ରୋଲବୋର୍ଡକୁ କୃତଜ୍ଞତା ଜଣାଇଥିଲେ ।ପରିଚାଳନାକମିଟିର ସମ୍ପାଦକ ଶ୍ରୀ ଅମିତାଭ ଠାକୁର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଲେ ଉପାଧକ୍ଷ ତଥା ପୋଲିସ କମିସନର ଡା.ସୁଧାଂଶୁ ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥଲେ । ଉପାଧକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।