୬ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୬/୯(ଏସଏସନିୟୁଜ)୬ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ଓଡିଶା ଆସିବେ । ଭୂବନେଶ୍ୱର ପହଂଚିବା ପରେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।ଏହାପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର‌୍ୟ୍ୟଙ୍କୁ ସାକ୍ଷାତ କରି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ । ମନ୍ତ୍ରୀ ପଦ ଦାୟୀତ୍ୱ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ବିଭିର୍ଣ ସ୍ଥାନରେ ସାଂଗଠନିକ ଜିଲ୍ଲାର ବିଜେପି କାର୍ଯ୍ୟକର୍ତା ଏବଂ ସାମାଜିକ ଅନୁଷ୍ଠାନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଜଣାପଡିଛି । ଆସନ୍ତାକାଲି ସେ ବାରିପଦା ଯିବେ । ୧୧ ତାରିଖ ପର‌୍ୟ୍ୟନ୍ତ ମୟୂରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଓ ସରକାରୀ କାର‌୍ୟ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।ତବେ ବିଜେପିର ଜନ ଆଶିର୍ବାଦ ଯାତ୍ରାରେ ଅସୁସ୍ଥତା କାରଣରୁ ଯୋଗଦେଇପାରିନଥିଲେ ।

Comments (0)
Add Comment