ଆଉ ୨୪ଘଣ୍ଟା ହିଟ୍‌ୱେଭ୍‌!

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବା ନେଇ ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।କଟକ, ଭଦ୍ରକ,ନୟାଗଡ଼, ମୟୂରଭଞ୍ଜ,କଳାହାଣ୍ଡି,ବୌଦ୍ଧ,ମାଲକାନଗିରି,ନୂଆପଡ଼ା,ନବରଙ୍ଗପୁର,କନ୍ଧମାଳ,ବଲାଙ୍ଗିରକୁ ସତର୍କ ସୂଚନା ଦିଆଯାଇଛି।୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ମଧ୍ୟ ସତର୍କ ସୂଚନା ଜାରି ହୋଇଛି।
ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ,ସମ୍ବଲପୁର, ସୋନପୁର,ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ ରେ ରାତିଉଷ୍ମ ରହିବ।ଏହାସହ ଗଜପତି ,ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗୁଳୁଗୁଳି ଜାରିରହିବ ବୋଲି କୁହାଯାଇଛି।

Comments (0)
Add Comment