ଅଭିଭାବକ ମହାସଂଘର ୫ ପ୍ରଶ୍ନ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକ ଫଳା ଫଳ ପ୍ରକାଶ ପାଇବା ପରେ ଏଥିରେ ବ୍ୟାପକ ତ୍ରୁଟି ରହିଥିବାର ନଜର ଆସିଛି । ରାଜ୍ୟର ଶହ ଶହ ସ୍କୁଲର ହଜାର ହଜାର ମେଧାବୀ ଛାତ୍ର ଛାତ୍ରୀ ସେମାନଙ୍କର ରେଜଲ୍ଟ ନେଇ ଘୋର ଆପତ୍ତି ଉଠାଇଛନ୍ତି । କିଛି ପିଲା ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଓ କିଛି ନେବାପାଇଁ କହୁଥବା ଗଣମାଧ୍ୟମ ରେ ପ୍ରକାଶ ପାଉଛି ।ଅଳ୍ପ କିଛି ସରକାରୀ ସ୍କୁଲକୁ ଛାଡିଦେଲେ ବିଶେଷ କରି ଅଧିକାଂଶ ଘରୋଇ ସ୍କୁଲରେ ଏହି ଅଭିଯୋଗ ଅଧିକ ରହିଛି । ସେପଟେ ଆଜି ବୋର୍ଡ ସଭାପତି ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରି ସେହି ପୁରୁଣା କଥା କହିଛନ୍ତି ଯେ ଆସନ୍ତା ପାଞ୍ଚ ତାରିଖ ରୁ ଫର୍ମ ଫିଲପ ଆରମ୍ଭ ହେବ, ଯାହାର ଏହା ଉପରେ ଅଭିଯୋଗ ରହିଛି ସେମାନେ ପୁଣି ଥରେ ପରୀକ୍ଷା ଦେଇ ପାରିବେ । ପୂର୍ଵରୁ ପିଲାଙ୍କ ନବମ ଦଶମ ଶ୍ରେଣୀ ର ମାର୍କକୁ ନେଇ ଫଳାଫଳ ପ୍ରଦାନ କରାଯିବା କଥା କହୁଥିବା ବେଳେ ଏବେ ସ୍କୁଲ ମାନଙ୍କର ବିଗତ ୪ ବର୍ଷର ଫଳାଫଳର ତର୍ଜମା କରାଯାଇ ମାର୍କିଙ୍ଗ କରାଯାଇଛି ବୋଲି କହିଛନ୍ତି । ତତସହିତ କେତେଗୁଡିଏ ଲୁକାୟିତ ଓ ଅସମାହିତ ତଥ୍ୟ ମଧ୍ୟ ପରୋକ୍ଷରେ ରଖିବା ସହିତ ବୋର୍ଡ ପରୀକ୍ଷାରେ ହେଉଥିବା ଦୁନୀତି ଓ ପ୍ରିୟକ୍ଷପ୍ରିତିର ପେଡି ଖୋଲିଛନ୍ତି । ଅନେକ ସ୍କୁଲ ବୋର୍ଡକୁ ପିଲାଙ୍କ ନମ୍ବର ବଢ଼ାଇ ଭୁଲ ତଥ୍ୟ ଦେଇଥିବା କଥା ମଧ୍ୟ ଉପସ୍ଥାପନା କରିଛନ୍ତି ।କିଛି ସ୍କୁଲ ଅନ୍ୟାନ୍ୟ ଘରୋଇ ସ୍କୁଲ ପିଲାଙ୍କୁ ମିଶାଇ ନିଜର କ୍ଷମତାର ପାଞ୍ଚ ଦଶ ଗୁଣ ପିଲାଙ୍କୁ ମାଟ୍ରିକ ପରୀକ୍ଷାରେ ସାମିଲ କରିଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି । ଏହାକୁ ନେଇ ଅଭିଭାବକ ମହାସଂଘ ମାଧ୍ୟମିକ ଶିକ୍ଷା ପରିଷଦ କୁ ୫ ଗୋଟି ପ୍ରଶ୍ନ ପଚାରିଛି ।
୧-ଯେଉଁ ସ୍କୁଲ ଭୁଲ ତଥ୍ୟ ଦେଇଥିବାର ନଜରକୁ ଆସିଲା, ସେମାନଙ୍କର ଫଳାଫଳ ସ୍ଥଗିତ ନକରି କାହିଁକି ପ୍ରକାଶ କଲେ ?
୨- ସ୍କୁଲ, ବୋର୍ଡ, ଶିକ୍ଷକ ଯଦି ତ୍ରୁଟି କରିବେ ତାହେଲେ ୨୨୬୪ ଜଣ ସାଧାରଣ ପିଲା ଓ ଅଭିଭାବକ କାହିଁକି ତାର କ୍ୟାରିଅରର ସର୍ବଶ୍ରେଷ୍ଠ ଫଳାଫଳ ପାଇଁ ହଇରାଣ ହେବ ?
୩-ଆଜି ବୋର୍ଡ କର୍ତ୍ତୃପକ୍ଷ ମାନିଛନ୍ତି ଯେ ଅପ୍ରତ୍ୟାଶିତ ଭାବେ ପିଲାସଂଖ୍ୟା ବଢ଼ି ଫର୍ମ ଫିଲଅପ ହେଉଥିଲା, କିଛି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏପରି କରିଛନ୍ତି, ଏହା ଆଗରୁ ଜାଣି ଥିବା ପରିପ୍ରକାଶ ପାଇଲା, ସେଥିପାଇଁ ବୋର୍ଡ ଦାୟୀ ନୁହେଁ କି ?
୪-ସ୍କୁଲ ଦେଇଥିବା ମାର୍କ ବଦଳାଇ ଫଳାଫଳ ପ୍ରକାଶ କରିବା କାହା ନିଷ୍ପତି, ଆପଣଙ୍କୁ ଏହି କ୍ଷମତା କିଏ ଦେଲା ?
୫-ପୂବରୁ ୨୨୪୬ ପିଲାଙ୍କ ତଥ୍ୟ ନ ମିଳିବାରୁ ସେମାନଙ୍କ ପରୀକ୍ଷା ଫଳ ସ୍ଥଗିତ ନକରି ଫେଲ କରିବା ଓ ୪୪୧୨ ପିଲା ନବମ ଓ ପୂର୍ବ ଶ୍ରେଣୀ ରେ ପରୀକ୍ଷା ଦେଇନଥିବା ଯୋଗୁଁ ଫେଲ ହୋଇଥିବା କହିଥିଲେ, ଗତ ୪ ବର୍ଷ ତଥ୍ୟରେ କାହିଁକି ଫଳ ଫଳ ପ୍ରକାଶ କଲେ ନାହିଁ, ଏହା ଫେକ ପିଲା ନୁହନ୍ତି ତ ? ବେନାମୀ ପିଲା ନୁହନ୍ତି ତ ? ଏହାକୁ ତୁରନ୍ତ ବିଚାରକୁ ନେଇ ପିଲାମାନଙ୍କ ଅଭିଯୋଗକୁ ଗ୍ରହଣ କରି ତକ୍ଷଣାତ ସମାଧାନ କରି ଫଳାଫଳ ପ୍ରକାଶ କରାଯାଉ ନଚେତ ଭବିଷ୍ୟତରେ ମାଧ୍ୟମିକ ଶିକ୍ଷା ପରିଷଦ କୁ ସମ୍ପୂର୍ଣ ଘେରାଓ କରାଯିବ । ଏହି ଧମକ ମହାସଂଘର କର୍ମକର୍ତା ମାନେ ଏକ ପ୍ରେସ ବିଜ୍ଞାପ୍ତିରେ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ବରିଷ୍ଟ ଉପାଧ୍ୟାକ୍ଷା କାର୍ତିକ ସାହୁ, ଦେବଶିଷ ପଟନାୟକ, ଅନନ୍ତ ଚରଣ ରାଉତ ଓ ସୂର‌୍ୟ୍ୟ ନାରାୟଣ ଜେନା ପ୍ରମୁଖ ଏହା ପ୍ରକାଶ କରିଛନ୍ତି ।

Comments (0)
Add Comment