ଅବକାରୀ ବିଭାଗ ଦ୍ଵାରା ୫୦ କିଲୋ ଗଞ୍ଜେଇ ଜବତ,ଗାଡ଼ି ସମେତ ୩ ଗିରଫ

ବାରଙ୍ଗ୭/୪ (ଏସଏସନିୟୁଜ) ରାଜ୍ୟରେ ଏବେ ଚୋରା ଗଞ୍ଜେଇ ଚାଲାଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।ଗୋଟିଏ ପଟେ ଚୋରା ଚାଲାଣ ବୃଦ୍ଧି ପାଉଥିଲା ବେଳେ ଅନେକ ଗିରଫ ମଧ୍ୟ ହେଉଛନ୍ତି।ସେହିପରି ବୁଧବାର ଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଚଢ଼ାଉ କରି ୫୦ କିଲୋ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପଶ୍ଚିମବଙ୍ଗ ର ଶେଖ୍ ୱାସିମ୍,ଶେଖ୍ ମୁସ୍ତାକିମ୍ ଏବଂ ଶେଖ୍ ମନନ୍।ଗିରଫ ଅଭିଯୁକ୍ତଙ୍କ ଠାରୁ ଡବ୍ଲୁବି ୩୦ ଏଜି ୧୧୧୩ ନମ୍ୱର ଏକ ହ୍ୟୁଣ୍ଡାଇ ଆଇ ୧୦ ଗାଡ଼ିକୁ ଜବତ କରିଛି ଅବକାରୀ ବିଭାଗ।ଜବତ ହୋଇଥିବା ଗଞ୍ଜେଇ କୁ କନ୍ଧମାଳରୁ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫ ଲକ୍ଷ୍ୟ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।

Comments (0)
Add Comment