ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର,୯/୮(ଏସ ଏସ ନିୟୁଜ) ଆସୁଛି ଲଘୁଚାପ, ପ୍ରକୋପରେ ପ୍ରବଳ ବର୍ଷିବ ।  ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୦ରୁ ୧୪ ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଏହାସହ ସମୁଦ୍ର ଉପକୂଳ ଅଂଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Comments (0)
Add Comment