ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି

ପୁରୀ,୩/୬(ଏସଏସନିୟୁଜ) ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି ଓ ରଥଖଳାରେ ହେବ ତିନି ରଥର ନାହାକା ଚକଅଖ ଡେରା ନୀତି ।ସକାଳ ଧୁପସରିବାପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥଖଳାକୁ ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି । ସେପଟେ ଓଡ଼ିଶା କତା ନିଗମରୁ ବରାଦ ଦିଆଯାଇଥିବା ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ କୋଡିଏଟି ରଥ ଦଉଡି ଆସି ପହଁଚିଥିବାର ଜଣାପଡିଛି ।

Comments (0)
Add Comment