ଆଜିର ଅନୁଚିନ୍ତା

ତାରିଖ : ୧୭.୦୯.୨୦୨୧,ଶୁକ୍ରବାର

ଆଜିର ସାଧୁବାଣୀ-ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ | ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଜୋତା-ଚପଲ ରଖନ୍ତୁ ନାହିଁ ।
🔔ଶୋରିସ ତେଲ ରେ ସିନ୍ଦୁର ମିଶାଇ ଘର ର ମୁଖ୍ୟ ଦ୍ୱାରରେ ଟୋପାଟିଏ ଲାଗାଇଲେ ଶୁଭ ଫଳ ମିଳିଥାଏ ।
🔔ଧାରୁଆ କିମ୍ବା ମୂନିଆ ଜିନିଷ କାହାକୁ ଉପହାର ଦିଅନ୍ତୁ ନାହିଁ ।
🔔ତ୍ରୟୋଦଶୀ ତିଥିରେ ପିତା,ମାତା ମାନେ ବାଇଗଣ ଖାଆନ୍ତୁ ନାହିଁ। ସନ୍ତାନ ମାନଙ୍କର ଅମଙ୍ଗଳ ହୋଇଥାଏ ।
🔔ପୂର୍ବ ଦିଗକୁ ମୁଁହ କରି ଭୋଜନ କରନ୍ତୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୟନ କରନ୍ତୁ ।
ଆଜିର ବାସ୍ତୁ ବିଚାର- ଶୟନ କକ୍ଷର ଦ୍ୱାରରେ ଏକପଟିଆ କବାଟ ଲାଗିବା ଉଚିତ । ଶୟନ କକ୍ଷରେ ଯଦି ପୂଜାସ୍ଥଳ ରହିଥାଏ ତେବେ ତାହା ଶୟନ କକ୍ଷର ଈଶାନ କୋଣକୁ ରହିବା ଉଚିତ | ପଲଙ୍କରେ ଶୋଇବା ସମୟରେ ମୁଣ୍ଡ ପୂର୍ବକୁ କଲେ ପାଦ ଠାକୁରନ ଆଡକୁ ରହେ ନାହିଁ । ଗୃହସ୍ୱାମୀଙ୍କର ଶୟନ୍ କକ୍ଷ ଦକ୍ଷିଣ ପଶ୍ଚିମ କୋଣରେ ବା ପଶ୍ଚିମ ଦିଗରେ ହେବା ଉଚିତ । ପୂଜାସ୍ଥଳ ସ୍ଂଯୁକ୍ତ୍ ଶୟନ୍ କକ୍ଷରେ ନବଦମ୍ପତ୍ତି ଶୟନ୍ କରିବା ଉଚିତ ନୁହେଁ, କାରଣ ସେ କକ୍ଷରେ ସମ୍ଭୋଗ କ୍ରୀୟା କଲେ ଶୁଭଦାୟକ ହୁଏ ନାହିଁ । ଶୟନ କକ୍ଷର ଦୁଆର ସାମନାରେ ଖଟ ପକାଇବା ଉଚିତ ନୁହେଁ ।।
ଆଜିର ଅନୁଚିନ୍ତା –ରୋଷେଇ ଘରକୁ କଳା କିମ୍ବା ନୀଳ ରଙ୍ଗ କରନ୍ତୁ ନାହିଁ -ଯଦି କଳା ବ ନୀଳ ରଙ୍ଗ କରିଛନ୍ତି ତେବେ ସେହି ଘରେ ନାଲି ରଙ୍ଗର ଲାଇଟ ଲଗାନ୍ତୁ ।।
🔔ଘରକୋଣରେ ଅଳିଆ ଜମା କରନ୍ତୁ ନାହିଁ ଏବଂ ବୁଢିଆଣି ଘରେ ରଖନ୍ତୁ ନାହିଁ ।।
🔔ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ।ତୁଳସୀ ଗଛ ର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ ।।
🔔କବାଟ ପଛପଟରେ କଉଡ଼ି ମୁଦ୍ରା ବାନ୍ଧି ଝୁଲାଇ ରଖନ୍ତୁ – କିନ୍ତୁ ଘରର ପଛ କବାଟରେ ରଖନ୍ତୁ ନାହିଁ ।।
🔔ଶ୍ରୀଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁଡା ହୋଇଥିବା ନଡ଼ିଆ ଠାକୁର ଘରେ ମା’ଲଷ୍ମୀଙ୍କ ପାଖରେ ରଖିଲେ ଘରର ମଙ୍ଗଳ ହୋଇଥାଏ
ଜୀବନର ଚଲାପଥରେ କେବେ କାହାର ସାହାରା ଲୋଡ଼ନ୍ତୁ ନାହିଁ…, କାହିଁକିନା., ଏଠି ଅନ୍ଧାରରେ ବି ନିଜର ଛାଇ ବି ସାଥ ଛାଡିଦିଏ ଆଉ ମଣିଷ କଥା ତ ବହୁତ ଦୂରରେ..!!
ପୃଥିବୀରେ ସବୁଠାରୁ ବଡ ଡଷ୍ଟବିନ ହେଉଛି ମଣିଷର ମନ ଏହା ଯଦି ପରିସ୍କାର ରୁହନ୍ତା ପୁରା ଜୀବନଟା ସୁନ୍ଦର ରୁହନ୍ତା !!
ଯେଉଁ ମନୁଷ୍ୟର ମନରେ ଭଗବାନଙ୍କ ପ୍ରତି ଭକ୍ତି ନ ଥିବ,ସେ ବ୍ରହ୍ମଲୋକଠାରୁ ଆରମ୍ଭ କରି ନିମ୍ନଲୋକ ପର୍ଯ୍ୟନ୍ତ ଯେକୌଣସି ଲୋକରେ ଯେତେ ବି ଭ୍ରମଣ କଲେ ମଧ୍ୟ, ପରମାନନ୍ଦରୂପୀ ସୁଖ ପାଇପାରେ ନାହିଁ । ଯେ ଜ୍ଞାନୀ, ସେ ଜାଣିବା ଉଚିତ ଯେ, ସଂସାରର ସୁଖ-ଦୁଃଖସବୁ କାଳର ପ୍ରଭାବରେ ସ୍ବତଃ ଗୋଟିଏ ପରେ ଗୋଟିଏ ହୋଇ ଆସିଥାନ୍ତି । ତେଣୁ ସେସବୁ ପାଇଁ ପ୍ରଯତ୍ନ ନ କରି ଭଗବାନଙ୍କୁ ହିଁ ଭକ୍ତି କରିବା ଆବଶ୍ୟକ । ଭଗବତ୍ ଭକ୍ତିର ପ୍ରଭାବ ଅତ୍ୟନ୍ତ ଅସାମାନ୍ୟ । ଭଗବାନ୍ ଶ୍ରୀକୃଷ୍ଣଙ୍କ ଚରଣକମଳର ଉପାସକ ଅନ୍ୟ ସାମାନ୍ୟ ଲୋକଙ୍କ ପରି ସଂସାରବନ୍ଧନରେ ପଡ଼ନ୍ତି ନାହିଁ । ସେ ଭଗବାନଙ୍କ ଚରଣକମଳକୁ ଏତେ ପ୍ରଗାଢ଼ଭାବରେ ଆଲିଙ୍ଗନ କରି ଧରିଥାନ୍ତି ଯେ, ତାହା ଆଉ ଛାଡ଼ି ପାରନ୍ତି ନାହିଁ । ପରମାନନ୍ଦର ସ୍ବାଦ ଏପରି ଯେ, ତାହା ଥରେ ଚାଖିଦେଲେ, ସେ ଆଉ ତାହା ଛାଡ଼ି ନ ପାରି ସେହି ପରମାନନ୍ଦ ସାଗରରେ ହିଁ ବୁଡ଼ିରହନ୍ତି !!

➡️”କିଛି ଲୋକ କୁହନ୍ତି ନିଜର କଷ୍ଟ ଅନ୍ୟକୁ କହିଦେଲେ ଟିକିଏ କମିଯାଏ , ହେଲେ ନିଜ କଷ୍ଟ ସମଙ୍କୁ କୁହନ୍ତୁ ନାହିଁ କାହିଁକିନା ସମସ୍ତଙ୍କ ଘରେ ମଲମ ନ ଥାଏ କିନ୍ତୁ ଲୁଣ ସମସ୍ତଙ୍କ ଘରେ ଥାଏ !!
➡️”ବୋହି ଯାଇଥିବା ପାଣି , ବାହାରି ଯାଇଥିବା କଥା , ବିତି ଯାଇଥିବା ସମୟ ଓ ଚାଲି ଯାଇଥିବା ପିଲାଦିନ ଯେତେ ଖୋଜିଲେ ବି ଜୀବନରେ ପୁନଶ୍ଚ ଫେରି ଆସେ ନାହିଁ !!
➡️”ଆମେ ଚାଲୁଥିବା ବେଳେ ଆମ ଦୁଇପାଦ ଭିତରେ ଅନେକ ତଫାତ ଥାଏ , ଆଗରେ ଥିବା ପାଦ ଅଭିମାନ କରେନାହିଁ କି ପଛରେ ଥିବା ପାଦ ଅପମାନ ଭାବେନାହିଁ , କାହିଁକିନା ସେମାନେ ଜାଣନ୍ତି କିଛି କ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ , ଆଉ ଏହାକୁ ହିଁ ତ ଅସଲି ଜୀବନ କୁହନ୍ତି !!”
➡️”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ !!
➡️”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା !!

ଅତି ସୁନ୍ଦର ସନ୍ଦେଶ:- ୧. ଯେତେବେଳେ ଭକ୍ତି ଖାଦ୍ୟରେ ପ୍ରବେଶ କରେ ସେତେବେଳେ ଖାଦ୍ୟ ଟି ପ୍ରସାଦ ହୋଇଯାଏ ।
୨. ଯେତେବେଳେ ଭକ୍ତି ଭୋକ ରେ ପ୍ରବେଶ କରେ ସେତେବେଳେ ଭୋକ ଟି ଉପବାସ ହୋଇଯାଏ ।
୩. ଯେତେବେଳେ ଭକ୍ତି ଜଳ ରେ ପ୍ରବେଶ କରେ ସେତେବେଳେ ଜଳ ଟି ତୀର୍ଥ ହୋଇଯାଏ ।
୪. ଯେତେବେଳେ ଭକ୍ତି ଟି ଯାତ୍ରା ରେ ପ୍ରବେଶ କରେ ଯାତ୍ରା ତୀର୍ଥଯାତ୍ରା ହୋଇଯାଏ
୫. ଯେତେବେଳେ ଭକ୍ତି ଟି ସଙ୍ଗୀତ ରେ ପ୍ରବେଶ କରେ ସଙ୍ଗୀତ ଟି ଭଜନ ହୋଇଯାଏ ।
୬. ଯେତେବେଳେ ଭକ୍ତି ଟି ଗୃହ ରେ ପ୍ରବେଶ କରେ ଗୃହ ଟି ମନ୍ଦିର ହୋଇଯାଏ ।
୭. ଯେତେବେଳେ ଭକ୍ତି ଟି କାର୍ଯ୍ୟ ପ୍ରକ୍ରିୟାରେ ପ୍ରବେଶ କରେ କାର୍ଯ୍ୟ ପ୍ରକ୍ରିୟା ଟି ସେବା ହୋଇଯାଏ ।
୮. ଯେତେବେଳେ ଭକ୍ତି ଟି କାର୍ଯ୍ୟ ରେ ପ୍ରବେଶ କରେ କାର୍ଯ୍ୟ ଟି କର୍ମ ହୋଇଯାଏ🙏 ⛳🪔ଜୟ ମା ସନ୍ତୋଷୀ🪔⛳🙏ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

Comments (0)
Add Comment