୨୦୨୬ ମସିହା,ଜୁଲାଇ ମାସ,୧୮ତାରିଖ,ଶନିବାର,ଋତୁ-ବର୍ଷା ଋତୁର (ପ୍ରଥମ ମାସ)🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୦/୫୦,🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୩୨,ଆଷାଢ଼ମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପଞ୍ଚମୀ ରାତ୍ରି ଘ ୩/୯ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ,ରାତ୍ରି ଘ୩/୯ମି ପରେ ପଶ୍ଚିମ ଦିଗରେ । ଶନିବାର, ଅଗନ୍ତବ୍ୟ ତିଥି,ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୧୨/୧୭ମିପରେ ମେଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ରାତ୍ରି ଘ୧୨/୧୭ମିପରେ ବୃଷ ରାଶିର ଘାତଚନ୍ଦ୍ର ।ଘାତବାର-ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ସନ୍ଧ୍ୟା ଘ୬/୧୬ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବିଲ୍ବ (ବେଲ)/ପଣସ,ରାତ୍ରି ଘ୩/୯ମି ପରେ ନିମ୍ବ ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା)ପ୍ରାତଃ ରୁ ଦିବା ଘ୭/୦ମି ମଧ୍ୟେ, ଘ୪/୪୬ମି ରୁ ଘ୬/୨୫ମି ପର୍ଯ୍ୟନ୍ତ ।(ବାରବେଳା) ଦିବା ଘ୧/୩୧ମି ରୁ ଘ୩/୮ମି ପର୍ଯ୍ୟନ୍ତ ।(କାଳରାତ୍ରି)ଅସ୍ତରୁ ରାତ୍ରି ଘ୭/୪୬ମିମଧ୍ୟେ, ଘ୪/୦ମି ରୁ ଘ୫/୨୧ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ଦିବା ଘ୯/୨୪ମି ରୁ ଘ୧୨/୩୬ମି ମଧ୍ୟେ,ରାତ୍ରି ଘ୮/୪୬ମି ରୁ ଘ୧୧/୧୦ମି ମଧ୍ୟେ, ଘ୧୨/୪୬ମି ରୁ ଘ୨/୨୨ମି ମଧ୍ୟେ, ଘ୩/୧୦ମି ରୁ ଘ୪/୪୬ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା) ନାହିଁ ।ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୂମିଦାନ।ସନ୍ଧ୍ୟା ଘ୬/୧୬ମି ପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ସନ୍ଧ୍ୟା ଘ୬/୧୬ମି ମଧ୍ୟେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା । ରଜଶ୍ଚକ୍ରେ ସୁଭଗା।ଶାନ୍ତି କରଣୀୟ।ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ),ରାତ୍ରି ଘ୩/୯ମି ଗତେ ବାର ଓ ତିଥି ଦୋଷହେତୁ(ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)
🐐ମେଷ👉କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ।ଦୀର୍ଘ ଦିନରୁ ରହିଯାଇଥିବା କାମପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତହେବା ସହ ରୋଗଣା ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି।
🐂ବୃଷ👉କାର୍ଯ୍ୟସାଧନରେ ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି।କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ କାର୍ଯ୍ୟାବଳୀ ସନ୍ଦେହଜନକ ହୋଇପାରେ।କଠିନ ଶ୍ରମ ସାଙ୍ଗକୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ ।
👩❤️👨 ମିଥୁନ👉ଫାଇଦା ହାସଲ ସକାଶେ ବନ୍ଧୁବର୍ଗ ଫନ୍ଦିଫିକର କରିପାରନ୍ତି। ନିଜ ପରିସରର ଆନୁଷ୍ଠାନିକକ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସୁବିଧାରେ କାମହାସଲ କଷ୍ଟକର ହୋଇପଡ଼ିବ। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖାଦେବ ନାହିଁ।
🦀କର୍କଟ👉ପରୋକ୍ଷ ଶତ୍ରୁତା କାରଣରୁ ଚେଷ୍ଟା କରୁଥିବା କାମ ସହଜରେ ହୋଇପାରିବ ନାହିଁ। ଆର୍ଥିକ ଦିଗରୁ ସନ୍ତୋଷ ଜନକ ଫଳ ପାଇବେ କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆତ୍ମୀୟସ୍ବଜନଙ୍କ ମାଙ୍ଗଳିକ କାର୍ଯ୍ୟରେ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଯାତ୍ରାକାଳୀନ ବିଭିନ୍ନ ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ।
🦁 ସିଂହ👉ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ମଘା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ସମସ୍ୟାର କାରଣ ହେବ। ନୂତନ କର୍ମାରମ୍ଭ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ।
🧕କନ୍ୟା👉ମୂଲ୍ୟବାନ୍ ଜିନିଷ କ୍ରୟବିକ୍ରୟ କ୍ଷେତ୍ରରେ ଅର୍ଥ ସମ୍ପର୍କୀୟ ବିବାଦ ବୃଦ୍ଧିର ଆଶଙ୍କା ରହିଛି। ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଭ୍ରମଣାନ୍ତେ ଫେରନ୍ତା ବାଟରେ ବନ୍ଧୁଙ୍କ ଦେଖା ନ ପାଇ ବ୍ୟସ୍ତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
⚖️ତୁଳା👉ଶାରୀରିକ ଅସୁସ୍ଥତା ଜନିତ ମନ ଅଶାନ୍ତ ରହିବ । ବନ୍ଧୁମାନେ ସହାନୁଭୂତି ପ୍ରଦର୍ଶନ କରିବା ତେଣେଥାଉ ମୁହଁ ସାମ୍ନାରେ ମଧ୍ୟ ଅନ୍ୟଦିଗକୁ ମୁହଁ ଫେରାଇ ନେବେ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସହ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ ।
🦂ବିଛା👉ଅଭାବ ଅସୁବିଧା ନଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚର ଦିଗ ଖୋଲିଯାଇପାରେ। ତରବରିଆ ଭାବରେ ଯାତ୍ରା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
🏹ଧନୁ👉କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ହେବ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ ଚଳିବା ଭଲ। ବନ୍ଧୁଙ୍କ ମାଧ୍ୟମରେ ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।
🐊ମକର👉କର୍ମକ୍ଷେତ୍ରରେ ବିବାଦୀୟସ୍ଥିତି ଲାଗିରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ କିନ୍ତୁ ପ୍ରିୟବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।
🏺କୁମ୍ଭ👉ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ପ୍ରଥମେ ପ୍ରଥମେ କଷ୍ଟକର ମନେ ହୋଇପାରେ। ପରିବାର , ବ୍ୟବସାୟ, ପରିବହନ, ପ୍ରଶାସନିକ କ୍ଷେତ୍ର ପ୍ରତ୍ୟେକରେ ସୁଫଳ ପାଇବେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିବ।
🐟ମୀନ👉ପରିବାରରେ ଭୁଲ୍ ବୁଝାମଣା କାରଣରୁ ପାରସ୍ପରିକ ଆନ୍ତରିକତାରେ ଅବନତି ଘଟିପାରେ। ନିର୍ମାଣ, ବାଣିଜ୍ୟରେ ଅଂଶୀଦାରଙ୍କ ସହ ମନାନ୍ତର ଜନିତ ମନସ୍ତାପ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
🕉️ନୀତିବାଣୀ🕉️
ଈଶ୍ୱର ସୃଷ୍ଟିରେ, ପୃଥିବୀ ପୃଷ୍ଠରେ
ସୃଷ୍ଟି କରିଛନ୍ତି ଆମକୁ,
ଭାବିବlନି ଉଚ୍ଚ, ଭାବିବlନି ନୀଚ
ନିନ୍ଦା କରିବlନି କାହାକୁ…
ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ ,କିଛି ବି ଚିରସ୍ଥାୟୀ ନୁହେଁ । ସଂପର୍କ,ସମୟ,ପ୍ରେମ,ଘୃଣା ଆଉ ବୟସ ସବୁକିଛି ସମୟ ସହ ବଦଳିଯାଏ।
କଥାରେ ଅଛି…..ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ହେଲେ ଆଜିକା ଦିନରେ ଲୋକ ପଥର ତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି।
ଯେତେବେଳେ ଆପଣ ଏକୁଟିଆ ଅଛନ୍ତି , ଆପଣଙ୍କ ଚିନ୍ତାଧାରାକୁ Control କରନ୍ତୁ।