୨୦୨୬ ମସିହା, ସେପ୍ଟେମ୍ବରମାସ, ୧ତାରିଖ, ମଙ୍ଗଳବାର, ଗୃହିଣାଂ ରକ୍ଷା ପଞ୍ଚମୀ ।ଅଦ୍ୟ ପ୍ରଦୋଷସମୟେ ଗୃହର ପ୍ରବେଶଦ୍ବାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜାପୂର୍ବକ ରକ୍ଷା ବିଧାନଂ କୂର୍ଯ୍ୟାତ୍। ରକ୍ଷା ବିଧାନଂ ରାତ୍ରୌ କ୍ରିୟତେ-ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳଃ । ରକ୍ଷାକରଣ ମନ୍ତ୍ର-ଓଁ ଘଣ୍ଟାକର୍ଣ୍ଣ ମହାବୀର । ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟଃ । କଣ୍ଠେ ଯସ୍ୟ ମହାନୀଳ ଭୂଷଣଂ ଯସ୍ୟ ପନ୍ନଗାଃ I ତେଜାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିରଂ । ଭୈରବାୟ ନମସ୍ତୁଭ୍ୟ, ନମସ୍ତେ ନନ୍ଦିକେଶ୍ଵର, ପଞ୍ଚମ୍ୟାଂ ନିଶିପୂଜାୟାଂ ରକ୍ଷଦେବ ବରପ୍ରଦ ।ରକ୍ଷାବନ୍ଧନ ମନ୍ତ୍ର ।ଯଥା ଯେନୋବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ, ତେନତ୍ବାମପି ବଧ୍ନାମି ରକ୍ଷାମାଚରମାଚଳ ।ଇତି। ଏହି ରକ୍ଷାକରଣ ଦ୍ବାରା ଏକବର୍ଷ ପର୍ଯ୍ୟନ୍ତ ଗୃହ ଓ ପରିବାର ସୁରକ୍ଷିତ ରହିବାସହ ନାନା ରୋଗ ଉପଦ୍ରବରୁ ମଧ୍ୟ ସୁରକ୍ଷା ମିଳିଥାଏ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୫୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୮/୩୩, ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି- ଚତୁର୍ଥୀ ଦିବା ଘ୭/୩୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ରାତ୍ରି ଘ୩/୨୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ନକ୍ଷତ୍ର ।ବୃଦ୍ଧିଯୋଗ ରାତ୍ରି ଘ୧୨/୪୯ମି ପର୍ଯ୍ୟନ୍ତ ତଦନ୍ତେ ଧ୍ରୁବଯୋଗ। କରଣ- ବାଳବକରଣ ଦିବା ଘ୭/୩୬ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ସନ୍ଧ୍ୟା ଘ୬/୫୪ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ନୈର୍ଋତ କୋଣରେ,ଦିବା ଘ୭/୩୬ମି ପରେ ଦକ୍ଷିଣଦିଗରେ । ମଙ୍ଗଳବାର ଓ ରିକ୍ତାତିଥି ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମେଷ ରାଶିର ଘାତଚନ୍ଦ୍ର ।ଘାତବାର-ମକର ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୩/୨୦ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ମୂଳକ (ମୂଳା)ଦିବା ଘ୭/୩୬ମି ପରେ ବିଲ୍ବ (ବେଲ) ଭକ୍ଷଣନିଷେଧ ।ଅଶୁଭବେଳା- (ବାରବେଳା) ଦିବା ଘ୭/୮ମି ରୁ ଘ୮/୩୯ମିପର୍ଯ୍ୟନ୍ତ(କାଳବେଳା) ଦିବା ଘ୧/୧୫ମି ରୁ ଘ୨/୪୭ମି ପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୭/ ୧୮ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।ଶୁଭବେଳା -(ଅମୃତବେଳା) ଦିବା ଘ୮/୦ମି ରୁ ଘ୧୦/୨୪ମି ମଧ୍ୟେ, ଘ୧୨/୪୮ମି ରୁ ଘ୨/୨୪ମି ମଧ୍ୟେ, ଘ୩/୨୧ମି ରୁ ଘ୪/୪୮ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୯ମି ରୁ ରାତ୍ରି ଘ୬/୪୩ମି ମଧ୍ୟେ, ଘ୯/୪ମି ରୁ ଘ୧୨/୨୮ମି ମଧ୍ୟେ, ଘ୧/୫୨ମି ରୁ ଘ୩/୨୮ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ନାହିଁ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବେଶ୍ୟା।ଶାନ୍ତି କରଣୀୟ ।ରାତ୍ରି ଘ୩/୨୦ମି ପରେ ଦଶମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ ।ଦିବା ଘ୭/୩୬ମିପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ତାପରେ ବାରଦୋଷ ହେତୁ ଶିବଙ୍କଠାରେ ଜଳା ଭିଷେକ)ଶୁଭକର୍ମ- ଅଦ୍ୟ ରାତ୍ରୌ ଘ୨/୩୫ମି ମଧ୍ୟେ ଅଶ୍ବିନୀ ନକ୍ଷତ୍ରେ ନିଷେକ (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ-ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ।ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ ଲୋକସମର୍ଥନ ଅବ୍ୟାହତ ରହିବା ଯୋଗୁ ବିଶେଷ ସମସ୍ୟା ଉପୁଜି ନପାରେ।ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
🐂ବୃଷ-ବନ୍ଧୁଙ୍କ ସାହାଯ୍ୟ ଲାଭପୂର୍ବକ ସମସ୍ୟା ସମାଧାନରେ ସମର୍ଥ ହେବେ।ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ମନେ ହେଲେ ମଧ୍ୟ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡ଼ା ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନ ପାରି ଦୁଃଖ ଅନୁଭବ କରିପାରନ୍ତି।
👩❤️👨 ମିଥୁନ-ଆଜିର ପ୍ରତ୍ୟୁଷ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ଅନୁକୂଳତା ପ୍ରଦାନ କରିବ।କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ। ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ।
🦀କର୍କଟ-ଜଣେ ବିଶ୍ୱସ୍ତ ଲୋକଠାରୁ ଭୁଲ୍ ଖବର ପାଇ ବିବ୍ରତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ସ୍ବର୍ଣ୍ଣାଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନଦ୍ରବ୍ୟ କ୍ରୟ କରିବାକୁ ମନସ୍ଥ କରିବେ।ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବାର ଆଶା ରହିଛି ।
🦁 ସିଂହ-ଆର୍ଥିକ ଅନଟନ କାରଣରୁ କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହି ପାରନ୍ତି। ମାନସିକ ଅଶାନ୍ତିଜନିତ କର୍ମକ୍ଷେତ୍ରରେ ମନକଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ, ଗୃହ, ଜମିଜମା କାରବାର, ପରିବହନ ପ୍ରଭୃତିରୁ ଖୁସି ରହିବେ।
🧕କନ୍ୟା-ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ ନାହିଁ ।ଲେଖାପଢ଼ା, ପ୍ରକାଶନ, ମକଦ୍ଦମା ଓ ସଭାସମିତିରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ଆଶ୍ୱାସନା ଲାଭକରି ଗୃହ,ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଦୂର ହେବ। ବନ୍ଧୁଙ୍କ ପରାମର୍ଶ ଅନୁସାରେ କାମ କଲେ ଅର୍ଥ ସଂଗ୍ରହରେ ନିଷ୍ଫଳ ହେବନି ।
⚖️ତୁଳା-ଆଜି ଅନ୍ୟମାନଙ୍କର ନିକଟତର ହେବାକୁ ଚେଷ୍ଟା କଲେ ଉପକୃତ ହେବେ। ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇପାରନ୍ତି। ଭୁଲ୍ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି।ବାରମ୍ବାର ରୋଗ ପୀଡ଼ା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
🦂ବିଛା-ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠାକଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ।କର୍ମକ୍ଷେତ୍ରରେ ଇଚ୍ଛା ଅନୁଯାୟୀ କାମ ସମ୍ପନ୍ନ ହେବାରୁ ମାନସିକ ସ୍ଥିରତା ରହିବ। ଅନ୍ୟମାନଙ୍କ ଉପରେ ଭରସାକରି ନୀରବରେ ବସି ରହିଲେ ସମସ୍ୟାରେ ଛନ୍ଦି ହେବେ।ଶିଳ୍ପ, ବାଣିଜ୍ୟ, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳ ହେବେ।
🏹ଧନୁ-ପ୍ରତିବନ୍ଧକ କାରଣରୁ ନକାରାତ୍ମକ ଚିନ୍ତାଧାରା ବ୍ୟତିବ୍ୟସ୍ତ କରିପାରେ । ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହେବ। ନିଜ ଲୋକ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେଇପାରନ୍ତି।ଆଜି ଆଲୋଚନା, ଚୁକ୍ତିପତ୍ର ପ୍ରଭୃତି ତରବରିଆ ଭାବେ କରିବା ଠିକ୍ ହେବନାହିଁ।
🐊ମକର-ଅଟକି ରହିଥିବା ଅମୀସାଂସିତ ସମସ୍ୟାଟି ଆଜି ସମାଧାନ କରିପାରିବେ।ବନ୍ଧୁଙ୍କ ପରାମର୍ଶରେ କର୍ମ କ୍ଷେତ୍ରରେ ଅନ୍ୟମାନଙ୍କମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଓ ଘରକୁ ଖାଲିହାତରେ ଫେରିବେନାହିଁ।ପାରିବାରିକକ୍ଷେତ୍ରରେ କୌଣସି ଆଳଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
🏺କୁମ୍ଭ-କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍ ହେବ ନାହିଁ। ସ୍ବସ୍ଥ୍ୟସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
🐟ମୀନ-ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ। ପରିବାରର ଆବଶ୍ୟକତାନୁଯାୟୀ ଅଳଙ୍କାର ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ।