ଅଗଷ୍ଟମାସ ୦୭ତାରିଖ ୨୦୨୫ମସିହା (ଗୁରୁବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୨/୪୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ପୁର୍ବା ଷାଢା ଦିବା ଘ୦୨/୫୭ ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୩୨,
ଯୋଗିନୀ ଦକ୍ଷିଣେ ଦିବା ଘ୦୨/୪୨ ଗତେ ପଶ୍ଚିମେ, ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୩/୦୨ଗତେ ଘ୦୬/୧୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୧୨/୪୦ ଗତେ ଘ୦୩/୦୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୩ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୪୦ ମଧ୍ୟେ,ଅଦ୍ୟ ବାଇଗଣ ଦିବା ଘ୦୨/୪୨ ଗତେ ବିରି ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନହେବ।ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂରହେବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କଉପରେ ରହିଛି। ସଫଳତା ର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ।କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆଡିଲ୍ କରି ପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସି କାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭ କରିବେ।ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ।ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗମିଳିବ।ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତହେବ।ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।
କର୍ପୁର ଦୂରକରିବ ଘରର ବାସ୍ତୁଦୋଷ
କର୍ପୁରର ବ୍ୟବହାର ସାଧାରଣଭାବରେ ପୂଜାପାଠରେ କରାଯାଇ ଥାଏ , କିନ୍ତୁ ବାସ୍ତୁଶାସ୍ତ୍ରଅନୁସାରେ ଘରର ନକାରାତ୍ମକଶକ୍ତିକୁ ଦୂରକରିବାରେ କର୍ପୁରର ଛୋଟଖଣ୍ଡଟିଏ ଖୁବ ଉପକାରୀ , କର୍ପୁରଦ୍ୱାରା ଅନେକ ଗୁଡିଏ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖଶାନ୍ତି ଆସିଥାଏ , ଏହାବ୍ୟତୀତ କର୍ପୁର ଆର୍ଥିକପରିସ୍ଥିତିକୁ ଦୂର କରିଥାଏ , ଆସନ୍ତୁ ଜାଣିବା କର୍ପୁରର ଉପାୟ ..
ଚାକିରୀ ଓ ବ୍ୟବସାୟରେ ଉନ୍ନତି ପାଇଁ –ଯଦି ଆପଣ ଚାକିରୀ ଓ ବ୍ୟବସାୟରେ ଉନ୍ନତି କରିବା ପାଇଁ ରୋଷେଇ ଘରର ସମସ୍ତକାମକୁ ଠିକ କରିବାପରେ ରୋଷେଇ ଘରେ ଗୋଟିଏପାତ୍ରରେ କର୍ପୁର ଓ ଲବଙ୍ଗ ଜଳାନ୍ତୁ , ଏପରି କରିବାଦ୍ୱାରା ଘର ଓ ପରିବାର ସଦସ୍ୟଙ୍କ ଚାକିରୀ ଓ ବ୍ୟବସାୟରେ ଉନତି ହେବ ,
ଆର୍ଥିକସଙ୍କଟ ଦୂରକରିବା ଉପାୟ – ଯଦି ଆପଣ ଅଧିକ ଋଣଭାରରେ ଚାପି ହୋଇ ରହିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ରୋଷେଇଘରେ ବାସ୍ତୁଦୋଷ ରହିଛି , ତେବେ ଆପଣ ପ୍ରତିଦିନ ଘରର ମୁଖ୍ୟ ଦ୍ଵାରରେ ଗୋଟିଏ ଚାନ୍ଦିରପାତ୍ରରେ କର୍ପୁରଜଳାଇ ତାହାକୁ ଗଣେଶଙ୍କୁ ଅର୍ପଣ କରନ୍ତୁ ।
ଗୃହରୁ କ୍ଳେଶ ଦୁର କରିବାପାଇଁ –ଅଧିକାଂଶ ସମୟ ଆମେ ଦେଖିଥାଉଯେ ଘରେ ବିନା କାରଣରେ ଛୋଟ ଛୋଟ କଥାରେ କଳହ ଦେଖାଦେଇଥାଏ । ଏପରି ଘଟୁଛି ଯଦି ତେବେ ଆପଣ ପ୍ରତିଦିନ ଯେକୌଣସି ସମୟରେ କର୍ପୁରକୁ ଦେଶୀଘିଅରେ ବୁଡାଇ ଜାଳନ୍ତୁ ଯେପରି ଏହାର ସୁଗନ୍ଧ ସାରା ଘରକୁ ବ୍ୟାପିଥାଏ । ଏହାଦ୍ବାରା ଜୀବନରେ ଶାନ୍ତି ଆସିଥାଏ ।
ସ୍ବାମୀସ୍ତ୍ରୀଙ୍କ ସମ୍ପର୍କ ରେ ମଧୁରତା ଆଣିବା ପାଇଁ – ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଉଭୟ ଙ୍କ ତକିଆ ତଳେ କର୍ପୁରରଖି ଦିଅନ୍ତୁ ଓ ପରଦିନ ଏହାକୁ ନେଇ ଜଳାଇ ଦିଅନ୍ତୁ । ଦେଖିବେ ସମର୍କ ରେ ମଧୁରତା ଆସିବ ।
କର୍ପୁର ଓ ହଳଦୀର ଉପାୟ–ଯଦି ଘରେ ସବୁବେଳେ କଳହ ଦେଖାଦେଇଛି କିମ୍ବା କେହି ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି ତେବେ ଘରର ପ୍ରତିଟି କୋଠରୀରେ ଖଣ୍ଡିଏ ଲେଖାଏଁ କର୍ପୁରରଖି ଦିଅନ୍ତୁ ଓ ସେଥିରେ କିଛି ହଳଦୀଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଯାହାଦ୍ଵାରା ସମସ୍ତବିଘ୍ନ ଦୁରହେବ!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମାଯୋଗମାୟା!!