ଅଗଷ୍ଟ ମାସ ୧୮ ତାରିଖ ୨୦୨୫ ମସିହା (ସୋମବାର)
ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୫/୪୭ ଗତେ ଏକାଦଶୀ,ନକ୍ଷତ୍ର- ମୃଗଶିରା ରାତ୍ରି ଘ୦୩/୧୩ ଗତେ ଆର୍ଦ୍ରାସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୨୫,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୨ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୪୭ ଗତେ ଅଗ୍ନିକୋଣେ,
ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାରଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୨୨ ମଧ୍ୟେ,ବାରବେଳା- ଦିବା ଘ୦୭/୦୧ଗତେ ଘ୦୮/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୦ ମଧ୍ୟେ ଓ ଘ୧୧/୨୩ ଗତେ ଘ୧୨/୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୦୬ ଗତେ ଘ୦୪/୪୩ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ:-ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ
କର୍କଟ:-ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:- ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କnyaa:- ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା-ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ।
ଧନୁ :- ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥିପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର :- ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ :-ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ :-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
ଶିରାପ୍ରଶିରାରେ ବ୍ଲକେଜ୍ ହେଲେ ଦେଖାଦିଏ ୬ଟିଲକ୍ଷଣ, ହୋଇଯାଆନ୍ତୁ ସତର୍କ…….
ଆମ ଶରୀର ଏକ ନେଟୱର୍କ ଭଳି, ଯେଉଁଥିରେ ରକ୍ତ ଶିରା ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଙ୍ଗରେ ପହଞ୍ଚି ଥାଏ । ହେଲେ ଯେତେବେଳେ ଏହି ଶିରାରେ ବ୍ଲକେଜ୍ ହୋଇଯାଏ, ଏହା ରକ୍ତ ପ୍ରବାହକୁ ରୋକି ଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଗମ୍ଭୀର ରୋଗର କାରଣ ସାଜିପାରେ । ଶିରା ବ୍ଲକେଜ୍ ହେବା କେବଳ ହାର୍ଟ ଆଟାକ୍ର ବିପଦ ଆଣିନଥାଏ ବରଂ ଷ୍ଟ୍ରୋକ୍, ଥକାପଣ ଏବଂ ଅଙ୍ଗପ୍ରତ୍ୟଙ୍ଗରେ ନିଷ୍କ୍ରିୟତା ଭଳି ସମସ୍ୟା ମଧ୍ୟ ଆଣିପାରେ ।ପାଦ କିମ୍ବା ହାତରେ ନିଷ୍କ୍ରିୟତା: ଯେତେବେଳେ ଶିରାରେ ବ୍ଲକେଜ୍ ହୁଏ, ରକ୍ତ ପ୍ରବାହ ହ୍ରାସ ପାଏ। ଏହା ପାଦ କିମ୍ବା ହାତରେ ନିଷ୍କ୍ରିୟତା ଏବଂ ଝିମ୍ଝିମ୍ ଅନୁଭବ କରାଏ । ଏହା ବିଶେଷକରି ଦୀର୍ଘ ସମୟ ଧରି ଚାଲିବା କିମ୍ବା ବସିବା ପରେ ଅନୁଭୂତ ହୁଏ। ଅଦା ଚା ପିଇବା ଏବଂ ହାଲୁକା ବ୍ୟାୟାମ କରିବା ଦ୍ୱାରା ରକ୍ତ ପ୍ରବାହ ଉନ୍ନତ ହୁଏ ।
ନିଶ୍ୱାସ ନେବାରେ କଷ୍ଟ:-ଯେତେବେଳେ ଶିରାରେ ବ୍ଲକେଜ୍ ହୁଏ, ସେତେବେଳେ ହୃତପିଣ୍ଡକୁ ରକ୍ତ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଯାହା ଫଳରେ ନିଶ୍ୱାସ କଷ୍ଟ ହୁଏ କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହୁଏ। ନିୟମିତ ଭାବରେ ଅଁଳାରସ ଏବଂ ଉଷୁମ ପାଣି ପିଇବା ଦ୍ୱାରା ହୃତପିଣ୍ଡ ମଜବୁତ ହୁଏ।
ଛାତିରେ ଯନ୍ତ୍ରଣା କିମ୍ବା ଚାପ:-ଯଦି ଆପଣ ହଠାତ୍ ଛାତିରେ ଯନ୍ତ୍ରଣା କିମ୍ବା ଚାପ ଅନୁଭବ କରନ୍ତି, ତେବେ ଏହା ଶିରାରେ ବ୍ଲକେଜ୍ର ଏକ ଗମ୍ଭୀର ଲକ୍ଷଣ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ। ଖାଦ୍ୟରେ ରସୁଣ ସାମିଲ କରିବା ଦ୍ୱାରା କୋଲେଷ୍ଟ୍ରଲ୍ ହ୍ରାସ କରି ଧମନୀ ସଫା କରିବାରେ ସାହାଯ୍ୟ କରେ ।
ଥକ୍କାପଣ ଏବଂ ଦୁର୍ବଳତା:-ଅଙ୍ଗଗୁଡ଼ିକୁ ଉପଯୁକ୍ତ ରକ୍ତ ଯୋଗାଣର ଅଭାବ ଶରୀରକୁ କ୍ଳାନ୍ତ କରିଦିଏ। ଟିକିଏ କାର୍ୟ୍ୟକଳାପ ପରେ ମଧ୍ୟ କ୍ଳାନ୍ତ ଅନୁଭବ କରିବା ବ୍ଲକେଜ୍ର ଲକ୍ଷଣ ହୋଇପାରେ। ସ୍ନାୟୁକୁ ସୁସ୍ଥ ରଖିବା ପାଇଁ ବାଦାମ ଏବଂ ବାଦାମ ଖାଇବା ଲାଭଦାୟକ।
ପାଦ ଫୁଲିବା:-ଯେତେବେଳେ କୌଣସି ବ୍ଲକେଜ୍ ହୁଏ, ପାଦରେ ରକ୍ତ ଏବଂ ତରଳ ପଦାର୍ଥ ଜମା ହୋଇପାରେ । ଯାହାଫଳରେ ପାଦ ଫୁଲିଯାଏ।ରାତିରେ ଶୋଇବା ପୂର୍ବରୁ ପାଦକୁ ଉଷୁମ ଲୁଣ ପାଣିରେ ବୁଡ଼ାଇ ରଖିବା ଦ୍ଵାରା ଫୁଲାକମ୍ ହୁଏ।
ମୁଣ୍ଡ ବୁଲାଇବା:-ଶିରାରେ ବ୍ଲକେଜ୍ ହେବାଦ୍ୱାରା ମସ୍ତିଷ୍କକୁ ରକ୍ତ ଯୋଗାଣ ହ୍ରାସ ପାଏ, ଯାହା ମୁଣ୍ଡ ବୁଲାଇବା କିମ୍ବା ଏକାଗ୍ରତାର ଅଭାବଭଳି ସମସ୍ୟା ସୃଷ୍ଟି କରେ।ସକାଳେ ଖାଲିପେଟରେ ତୁଳସୀପତ୍ର ଏବଂ ମହୁରମିଶ୍ରଣ ସେବନକଲେ ରକ୍ତ ପ୍ରବାହ ଭଲହୁଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!