ସେପ୍ଟେମ୍ବରମାସ ୧୦ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୪୩ ,ଯୋଗିନୀ ପଶ୍ଚିମେ ଦିବା ଘ୦୩/୪୦ ଗତେ ନୈଋତେ ,ଧନୁ ଓ ମେଷ ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ ,ବାରବେଳା-ଦିବା ଘ୧୧/୪୨ଗତେ ଘ୦୧/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ ୦୧/୧୫ ଗତେ ଘ୦୧/୪୭ ମଧ୍ୟେ ଓ ରାତ୍ରି ଘ ୦୬/୪୧ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ ୦୪/୨୮ଗତେ ଘ୦୬/୦୧ମଧ୍ୟେ ଓ ରାତ୍ରି ଘ ୦୯/୦୩ ଗତେ ଘ୧୦/୪୧ମଧ୍ୟେ ,ଅଦ୍ୟ ପୋଟଳଭକ୍ଷଣ ନିଷେଧ
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ୟ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ:-ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ୟ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ:-ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା:-ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା:-ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:- ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ, ତେବେ ଭବିଷ୍ୟତର ବହୁ ଘରୋଇସମସ୍ୟାକୁ ସମାଧାନକରିପାରିବେ ।
ମକର:-ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ:-ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ୟ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ୟ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ:-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
ଶୋଇବା ସମୟରେ ଦିଗର ମହତ୍ତ୍ୱ
ପ୍ରାଚୀନ ବାସ୍ତୁ ଓ ଶାସ୍ତ୍ରରେ ଶୋଇବାର ଦିଗକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଇଛି । ମାନବ ଶରୀର ଓ ମନସ୍କୁଳୀୟ ସ୍ୱାସ୍ଥ୍ୟରେ ଦିଗର ପ୍ରଭାବ ଅଧିକ ଦେଖାଯାଏ ।
ପୂର୍ବଦିଗକୁ ମୁଣ୍ଡକରି ଶୋଇଲେ-ବିଦ୍ୟା, ସମ୍ପତ୍ତି, ଧନ, ଆୟୁଷ ବୃଦ୍ଧିର ସମ୍ଭାବନା ବଢ଼େ । ଏହା ମନକୁ ଶାନ୍ତ କରିବା ସହ ଜୀବନରେ ପ୍ରଗତି ଆଣେ ।
ପଶ୍ଚିମଦିଗକୁ ମୁଣ୍ଡକରି ଶୋଇଲେ-ମନରେ ଅଶାନ୍ତି, ଅଧିକ ଚିନ୍ତା, ତଥା ଖରାପ ସ୍ବପ୍ନର ସମ୍ଭାବନା ବଢ଼ିଯାଏ ।
ଉତ୍ତରଦିଗକୁ ମୁଣ୍ଡକରି ଶୋଇଲେ-ଶରୀରରେ ଅସୁସ୍ଥତା, ଆୟୁଷ କମିବା ଓ ମନସିକ ଚାପ ବଢ଼ିବାର ସମ୍ଭାବନା ରହେ ।
ଦକ୍ଷିଣଦିଗକୁ ମୁଣ୍ଡକରି ଶୋଇଲେ-ଶାରୀରିକ ବଳ, ବିଦ୍ୟା, ସ୍ୱାସ୍ଥ୍ୟ ଓ ଦୀର୍ଘାୟୁଷ ପ୍ରାପ୍ତିରେ ସହାୟକ ।ସେଥିପାଇଁ ଶୋଇବାର ଦିଗକୁ ଠିକ୍ ଭାବରେ ବାଛିଲେ ଆମ ଜୀବନରେ ସୁସ୍ଥତା, ଶାନ୍ତି ଓ ସଫଳତା ଆସିପାରେ(ସଂଗୃହିତ) !!ଜୟଜଗନ୍ନାଥ,ଜୟ ସୋମନାଥ, ଜୟମାଯୋଗମାୟା!!