ଆଜିର ରାଶିଫଳ

ସେପ୍ଟେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ଅଷ୍ଟମୀ ସନ୍ଧ୍ୟା ଘ୦୬/୧୦ ଗତେ ନବମୀ ,ନକ୍ଷତ୍ର- ମୂଳା ଦିବା ଘ୦୭/୦୮ ଗତେ ପୂର୍ବା ଷାଢ଼ା ,ଅଦ୍ୟ ପୀଠେ ମହାନବମୀ ଓ ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ଓ ସନ୍ଧିପୂଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୨ ,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୬/୧୦ ଗତେ ପୂର୍ବେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର , ମକରରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୧/୦୪ଗତେ ଘ ୦୨/୩୫ ମଧ୍ୟେ ,ବାରବେଳା- ଦିବା ଘ ୦୭/୧୦ଗତେ ଘ ୦୮/୪୧ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୨୮ମଧ୍ୟେ ଓ ଘ ୦୮/୪୩ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ ୦୭/୫୮ଗତେ ଘ୦୮/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ ୦୬/୦୨ ଗତେ ଘ୦୭/୫୭ମଧ୍ୟେ ,ଅଦ୍ୟ ନଡ଼ିଆ ସନ୍ଧ୍ୟା ଘ୦୬/୧୦ ଗତେ ଲାଉଭକ୍ଷଣ ନିଷେଧ
ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ୟ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ୟ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ସିଂହ-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ-ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥୨୨-୯-୨୦୨୫ପ୍ରତିପଦା ସୋମବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।
ପ୍ରଥମଂ ଶୈଳପୁତ୍ରୀ ଚ ଦ୍ବିତୀୟଂ ବ୍ରହ୍ମଚାରିଣୀ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚଂମଂ ସ୍କନ୍ଦମାତେତି ଷଷ୍ଠକାତ୍ୟାୟନୀତି ଚ।
ସପ୍ତମଂ କାଳରାତ୍ରୀ ଚ ମହାଗୌରୀତି ଚାଽଷ୍ଟମମ୍।।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକୀର୍ତ୍ତିତାଃ।।
ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣ ପର୍ବର ସମାପ୍ତି ହୋଇଥାଏ ,ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧ମ ସ୍ୱରୂପ ମାଶୈଳପୁତ୍ରୀ- (କନ୍ୟାସନ୍ତାନର ଜନ୍ମଗ୍ରହଣ) ଦ୍ୱିଭୁଜା ଦେଵୀ, ୨ୟସ୍ୱରୂପ ମାବ୍ରହ୍ମଚାରୀଣି(କନ୍ୟାର କୌମାର୍ୟ୍ୟ ଅବସ୍ଥା) – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା) ୪ର୍ଥ ସ୍ୱରୂପ – ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା( ନୁତନଜୀବକୁ ଗର୍ଭରେ ଧାରଣ ଅବସ୍ଥା)୫ମସ୍ୱରୂପ ମାସ୍କନ୍ଧମାତା-(ସନ୍ତାନକୁ ଜନ୍ମଦେବା ପରଅବସ୍ଥା)୬ଷ୍ଠ ସ୍ୱରୁପ ମା କାତ୍ୟା ୟନୀ(ସଂଯମ ଓ ସାଧନା ଧାରଣ ପୁର୍ବକ ପରିବାରର ପ୍ରତିପାଳନ ଅବସ୍ଥା) ୭ମସ୍ୱରୁପ ମାକାଳରାତ୍ରୀ –(ଦୃଢ ସଂକଳ୍ପ ଦ୍ବାରା ପତିର ଅକାଳମୃତ୍ୟୁ ଉପରେ ବିଜୟପ୍ରାପ୍ତି ଅବସ୍ଥା) ୮ମ ସ୍ୱରୁପ ମହାଗୌରୀ – କୁଟୁମ୍ବଜନଙ୍କ ପ୍ରତି ଉପକାର ୯ମ ସ୍ୱରୁପ ସିଦ୍ଧିଦାତ୍ରୀ – ପ୍ରାଣ‌ପ୍ରୟାଣ ପୁର୍ବରୁ ସନ୍ତାନକୁ ସମସ୍ତ ସୁଖସମ୍ପଦାର ଆଶୀର୍ବାଦକରିବା ଅବସ୍ଥା 
ସିଦ୍ଧିଦାତ୍ରୀ – ସାଧକକୁ ସର୍ବକର୍ମରେ ଯିଏ ସିଦ୍ଧି ପ୍ରଦାନ କରନ୍ତି ସେ ହେଉଛନ୍ତି ମାଆ ସିଦ୍ଧିଦାତ୍ରୀ , ମହାଭାରତ ଯୁଦ୍ଧରେ ଭଗବାନଙ୍କ ପରାମର୍ଶରେ ଅର୍ଜୁନ ଜୟଲାଭ ପାଇଁ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ , ମହାଦେବୀ ତୁଷ୍ଟ ହୋଇ ଅର୍ଜୁନଙ୍କୁ ସିଦ୍ଧିଦାତ୍ରୀ ଜନନୀ ରୂପେ ଦର୍ଶନ ଦେଇ ଆଶିଷ ପ୍ରଦାନ କରିଥିଲେ କ୍ଷବିଶ୍ୱର ସମସ୍ତ ଜୀବ,ଯୋଗୀ , ଭୋଗୀ,ଭକ୍ତ,ଗୃହୀ,ତପସ୍ୱୀ ଏପରିକି ବ୍ରହ୍ମା,ଶିବ ପର୍ୟ୍ୟନ୍ତ ସିଦ୍ଧିଲାଭ କରିଥାନ୍ତି ମାଆ ସିଦ୍ଧିଦାତ୍ରୀଙ୍କ କରୁଣା ବଳରେ କ୍ଷମାର୍କଣ୍ଡେୟ ପୁରାଣରେ ଅଣିମା, ମହିମା, ଲଂଘିମା, ପ୍ରାପ୍ତି, ପ୍ରାକମ୍ୟ, ଈଶିତ୍ବ ଆଦି ଆଠ ସିଦ୍ଧି ବିଷୟରେ କୁହାଯାଇଛି , ଏହି ସିଦ୍ଧି ପ୍ରଦାନ କରୁଥିବା ଦେବୀ ସିଦ୍ଧିଦାତ୍ରୀ କ୍ଷ ସେ ସିଂହ ବାହିନୀ,ଚତୁର୍ଭୁଜା ଏବଂ ପ୍ରସନ୍ନ ବଦନା , ମାଆ ଦୁର୍ଗାଙ୍କର ଏହି ରୁପକୁ ସମସ୍ତେ ସିଦ୍ଧିପ୍ରାପ୍ତି ପାଇଁ ଆରାଧନା କରିଥାନ୍ତି , ଦେବୀଙ୍କର ଗ୍ରହ କେତୁ, ମନ୍ତ୍ର,”ଓଁ ଦେବୀ ସିଦ୍ଧିଦାତ୍ରେଐ ନମଃ ଜୟ ଜଗଦମ୍ବେ ମାଆ….!! ଜୟଜଗନ୍ନାଥ, ଜୟସୋମନାଥ, ଜୟ ମାଯୋଗମାୟା!!

Comments (0)
Add Comment