ଜାନୁଆରୀ ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୦/୦୪ ଗେତେ ନବମୀ ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୬/୪୫ ଗତେ ସ୍ୱାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୪ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୫/୨୧/୪୨ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୦/୦୪ ଗେତେ ପୂର୍ବେ ,ମେଷ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୩୦ ଗତେ ଘ୦୧/୧୩ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୬ ଗତେ ଘ୦୯/୪୦ ମଧ୍ୟେ ଓ ଘ୦୧/୧୪ ଗତେ ଘ୦୪/୦୫ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୦୯/୨୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୫୩ ଗତେ ଘ୦୫/୨୧ ମଧ୍ୟେ ,ଅଦ୍ୟ ଲାଉ ଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:- ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।
ତେନ୍ତୁଳି ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ…..
ଉତ୍ତମ ସ୍ଵାସ୍ଥ୍ୟ ପାଇଁ ସବୁ ପ୍ରକାର ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ ।ପନିପରିବା, ଫଳମୂଳ ଭଳି ଖଟାଜିନିଷ ମଧ୍ୟ ଆମର ଅନେକ ସ୍ଵାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ ।ଅଧିକାଂଶ ଲୋକଙ୍କର ଖଟାଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି ।
ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ଡାକ୍ତରମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।ତେନ୍ତୁଳିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେନ୍ତୁଳି ଖାଇଲେ କଣ ଲାଭ ମିଳେ?
ତେନ୍ତୁଳି ରକ୍ତଅଭାବକୁ ପୂରଣ କରିବାରେ ଲାଭଦାୟକ । ଶରୀରରେ ରକ୍ତ ଅଭାବକୁ ପୂରଣ କରିବାପାଇଁ ଏହାକୁ ଖାଇବା ଉଚିତ୍ ।ଏଥିରେ ପ୍ରଚୁର ପରିମାଣର ଆଇରନ ଥିବାରୁ ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ତେନ୍ତୁଳି ଖାଇବାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ଏଥିରୁ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରେ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡ଼ାକ୍ତରମାନେ ତେନ୍ତୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।
ସୌନ୍ଦର୍ୟ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ବହୁତ କିଛି ବ୍ୟବହାର କରିଥାଉ । ଯାହା ଆମ ତ୍ବଚା ପାଇଁ ବେଷ୍ଟ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ । ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ତେବେ ତେନ୍ତୁଳି ଖାଆନ୍ତୁ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!