ମଇମାସ ୨୭ତାରିଖ ୨୦୨୬ମସିହା (ବୁଧବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,
ତିଥି-ଏକାଦଶୀ ଦିବା ଘ୦୬/୦୭ ଗତେ ଦ୍ୱାଦଶୀ,ନକ୍ଷତ୍ର-ହସ୍ତା ଦିବା ଘ୦୬/୨୪ ଗତେ ଚିତ୍ରା,ଚନ୍ଦ୍ର- କନ୍ୟା ଦିବା ଘ୦୭/୩୦ଗତେ ତୁଳା, ସୁର୍ୟୋଦୟ-ପ୍ରାତଃଘ୦୫/୧୨/୨୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୬/୪୭,
ଯୋଗିନୀ ଅଗ୍ନିକୋଣେଦିବା ଘ୦୬/୦୭ ଗତେ ନୈରୁତେ,କର୍କଟରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,
ମୃତେ ଦିବା ଘ୦୬/୦୭ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୨୪ ଗତେ ଘ୧୦/୦୨ମଧ୍ୟେ,ବାରବେଳା-ଦିବା ଘ୧୧/୪୦ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୪ଗତେ ଘ୦୮/୨୩ ମଧ୍ୟେ ଓ ଘ୧୦/୦୩ଗତେ ଘ୧୦/୪୮ମଧ୍ୟେ ଓ ଘ୦୧/୧୯ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ।
ବୃଷ:-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ।
ସିଂହ :-ଆଜି ଆପଣଙ୍କର ଭ୍ରମଣକରିବା ସମ୍ଭାବନା ଅଛି।କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣସ୍ଥାନ ବୁଲିବାକୁ ଯାଇପାରନ୍ତି ।ଏହା ଏକ କମ୍ ସମୟର ଯାତ୍ରାହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି।ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନହୁଏ ତେବେ ଆପଣ ନିଜପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ।
ତୁଳା:-ଦିନଟି କ୍ଳେଶ ଦାୟକ।ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ।କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ।ଚ଼ିନ୍ତାର କୌଣସି କାରଣନାହିଁ,କାହିଁକି ନା ଉଚ୍ଚଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକସମସ୍ୟାରେ ଜଡ଼ିତ ପାଇବେ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ।ଏହି ସମସ୍ୟା ଆପଣଙ୍କଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁଜନଙ୍କ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ:-ଆଜିରଦିନ ନିଜ ପରିବାର ଲୋକଙ୍କ ସହିତ ରହିବାପାଇଁ ଶୁଭଦିନ ଅଟେ।ଆଜି ଆପଣ ସେମାନଙ୍କସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗନେବେ।ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ।
ମକର:-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନାଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତିକ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟହେବ।କଣ୍ଟା ବା ମୁନିଆବସ୍ତୁଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ:-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି।ଏହା କୌଣସି ଉପହାର,କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗଅଛି।ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତାଦେବ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ।ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟଯୋଗୁଁ ହେଉଛି।ଏହି ସୁଯୋଗର ସମ୍ପୁର୍ଣ୍ଣରୂପେ ଲାଭଉଠାନ୍ତୁ ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା।।
🚨 ସାବଧାନ! ବେଶୀ ସମୟ ବସିରହିଲେ କମିବ ଆୟୂଷ! 🚨
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ଅଧିକାଂଶ ସମୟ ଚେୟାର କିମ୍ବା ଗୋଟିଏସ୍ଥାନରେ ବସି ବିତେଇଥାଉ। କିନ୍ତୁ ଏହି ଅଭ୍ୟାସ ଆମ ଶରୀର ପାଇଁ କେତେକ୍ଷତିକାରକ ଓ ଏହାର କୁପରିଣାମ ବିଷୟରେ ଆଜି ଜାଣିବା…
🩸 ୧.ରକ୍ତ ସଞ୍ଚାଳନରେ ବାଧା:-୩୦ମିନିଟରୁ ଅଧିକ ସମୟ ଏକାଦିକ୍ରମେ ବସିବା ଦ୍ଵାରା ଗୋଡ଼କୁ ରକ୍ତ ସଞ୍ଚାଳନ ଧୀମା ହୋଇଯାଏ।
⚡ ୨.ପିଠି ବିନ୍ଧାସମସ୍ୟା:-ଅଧିକ ସମୟ ବସି ରହିବାଦ୍ଵାରା ନିତମ୍ବର ମାଂସପେଶୀ (glute muscles)ଦୁର୍ବଳ ହୋଇଯାଏ,ଯାହାଫଳରେ ପିଠି ଓ କମର ବିନ୍ଧା ହୁଏ।
🏃♂️ ୩.ଚଳପ୍ରଚଳ କ୍ଷମତା ହ୍ରାସ:-ବସିବାଦ୍ଵାରା କୁଲ୍ହା(hips)ସଙ୍କୁଚିତ ହୋଇଯାଏ, ଯାହା ସମୟକ୍ରମେ ଶରୀରର ସ୍ଵାଭାବିକ ଚଳପ୍ରଚଳ କ୍ଷମତା କମାଇଦିଏ।
📈 ୪.ବ୍ଲଡ୍ ସୁଗାର ବୃଦ୍ଧି:-ଦୀର୍ଘ ସମୟଧରି ବସି ରହିବାଦ୍ଵାରା ରକ୍ତରେ ଶର୍କରା (blood sugar)ସ୍ତର ବୃଦ୍ଧି ପାଇଥାଏ—ଆପଣ ନିୟମିତ ବ୍ୟାୟାମ କରୁଥିଲେ ମଧ୍ୟ ଏହି ବିପଦ ରହିଥାଏ।
🫁 ୫.ଫୁସଫୁସ ଉପରେ ପ୍ରଭାବ:-କୁଜା ହୋଇ ବସିବାଦ୍ଵାରା ଫୁସଫୁସର କ୍ଷମତା ଏବଂ ଅମ୍ଳଜାନ ଗ୍ରହଣକରିବା ଶକ୍ତି କମିଯାଏ।
🤢 ୬.ହଜମ ପ୍ରକ୍ରିୟାରେ ସମସ୍ୟା:-ଖାଇବାପରେ ପରେ ବସିବା ଦ୍ଵାରା ହଜମ ପ୍ରକ୍ରିୟା ବାଧାପ୍ରାପ୍ତହୁଏ ଏବଂ ପେଟ ଫାମ୍ପିବା (bloating) ଭଳି ସମସ୍ୟା ଦେଖାଦିଏ।
💥୭.ବେକ ଓ କାନ୍ଧ ଜଡ଼ତା:-କମ୍ପ୍ୟୁଟର ବା ମୋବାଇଲ୍ ସାମ୍ନାରେ ଅଧିକ ସମୟ ବସିବାଦ୍ଵାରା ବେକ ଏବଂ କାନ୍ଧରେ ଜଡ଼ତା କିମ୍ବା ତୀବ୍ର ଯନ୍ତ୍ରଣା ବୃଦ୍ଧି ପାଇଥାଏ।
🚶♀️୮.ସହଜ ସମାଧାନ:-ପ୍ରତି ୩୦ମିନିଟରେ ଅଳ୍ପ ସମୟପାଇଁ ଠିଆ ହେବା କିମ୍ବା ଚାଲବୁଲ କରିବାଦ୍ଵାରା ଏହିସବୁ ସ୍ଵାସ୍ଥ୍ୟଗତ କ୍ଷତିରୁ ଅଧିକାଂଶ ମାତ୍ରାରେ ରକ୍ଷା ମିଳିଥାଏ।🤝