୨୦୨୬ ମସିହା, ସେପ୍ଟେମ୍ବରମାସ, ୩ତାରିଖ, ଗୁରୁବାର ।ଶ୍ରୀମନ୍ଦିରେ ଶ୍ରୀକୃଷ୍ଣ ଜନ୍ମାଧିବାସ,ଗର୍ଭୋଦକ ବନ୍ଦାପନା, ଯେଉଟ ଭୋଗ ।ଋତୁ-ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୧୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୬/୪୬, ଭାଦ୍ରବ ମାସ, କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ସପ୍ତମୀ ରାତ୍ରି ଘ୨/୪୧ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୨/୪୧ମି ପରେ ଐଶାନ୍ୟ କୋଣରେ । ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣ ଦୋଷ ହେତୁ ଦିବା ଘ୩/୩୮ମିପରେ ରାତ୍ରି ୨/୪୧ମି ମଧ୍ୟେ ଯାତ୍ରା ଶୁଭ । ବାୟୁକୋଣ,ପଶ୍ଚିମଦିଗ ଓ ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଥିବା ଘ୮/୧୧ମିପରେ ବୃଷ,ମିଥୁନ,କର୍କଟ,ସିଂହ,ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମେଷ ରାଶିର ଦିବା ଘ୮/୧୧ମିପରେ ବିଛାରାଶିର ଘାତଚନ୍ଦ୍ର ।
ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧/୨୧ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ତାଳ, ରାତ୍ରି ଘ୨/୪୧ମିପରେ ନାରିକେଳ (ନଡ଼ିଆ) ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୨/୫୧ମି ରୁ ଘ୫/୫୭ମିପର୍ଯ୍ୟନ୍ତ ।(କାଳରାତ୍ରି)ରାତ୍ରି ଘ୧୧/୪୨ମି ରୁ ଘ୧/୧୧ମିପର୍ଯ୍ୟନ୍ତ,ଶୁଭବେଳା-(ଅମୃତବେଳା) ରାତ୍ରି ଘ୧/୨ମି ରୁ ଘ୩/୨୬ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୦/୨୫ମି ରୁ ଘ୧୨/୪୯ମିପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୨ ପାଦ ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ ।ରାତ୍ରି ଘ୧/୨୧ମି ପରେ ରାତ୍ରି ଘ୨/୪୧ମି ମଧ୍ୟେ ୧ ପାଦ ତିଥି ପୁଷ୍କରଦୋଷ ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- କନ୍ୟାର ରାତ୍ରି ଘ୧/୨୧ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ।ଫଳଂ ସ୍ତ୍ରୀ ଦରିଦ୍ରା ଓବିଧବା । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ ।ରଜଶ୍ଚକ୍ରେ ଶ୍ରୀମତୀ ।ଶୁଭକର୍ମ- ଦିବା ଘ୩/୩୮ମିପରେ ସୂର୍ଯ୍ୟାସ୍ତ ମଧ୍ୟେ ୩ ନକ୍ଷତ୍ରେ ନୌକାଗଠନ, ଔଷଧକରଣ ଓ ସେବନ,ବାଣିଜ୍ୟକରଣ(ରାଧାରମଣ) । କୃତ୍ତିକା ନକ୍ଷତ୍ରେ ନୂତନ ଯାନାରୋହଣ, ବୃକ୍ଷରୋପଣ, ବାଣିଜ୍ୟକରଣ, ନୌକାଗଠନ ଓ ଯାତ୍ରା ଓ ରାତ୍ରି ଘ୧/୪ମି ଗତେ ରୋହିଣୀ ନକ୍ଷତ୍ରେ ନବଦୋଳାଦ୍ୟା ରୋହଣ, ନବଶଯ୍ୟା ଦ୍ୟୁପଭୋଗ,ନାଟ୍ୟାରମ୍ଭ (ଅରୁଣୋଦୟ) । ଦିବା ଘ୩/୨୧ମି ଗତେ କୃତ୍ତିକାନକ୍ଷତ୍ରେ ଧାନ୍ୟଚ୍ଛେଦନ ଏବଂ ରୋହିଣୀନକ୍ଷତ୍ରେ ରାତ୍ରେ ନିଷେକ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନଯୋଜନା ଆରମ୍ଭସକାଶେ ମନ ବଳାଇବେ। ଗୁରୁଜନଙ୍କ ପରାମର୍ଶକ୍ରମେ କାମ କଲେ ସମସ୍ୟା ସମାଧାନ ହେବ।ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
🐂ବୃଷ👉କର୍ମକ୍ଷେତ୍ରର ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନହୋଇ କାମ କରିବାକୁ ବାଧ୍ୟ ହେବେ। ସାମାଜିକସ୍ତରରେ ସମ୍ମାନ ପାଇବେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆର୍ଥିକ ସ୍ଥିତି କମ୍ଜୋର୍ ରହିବ,ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
👩❤️👨 ମିଥୁନ👉ଭଲ ସମ୍ପର୍କ ନଥିବା ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇ ପାରନ୍ତି।ସମସ୍ୟା ଆସିଲେ ମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ଦୋହରାଇଲେ କଳହ ଲାଗିପାରେ। ପୁରାତନ ରୋଗପୀଡା ସାମୟିକ ମନକୁ ବିଷାଦିତ କରିବାର ସୂଚନା ରହିଛି।
🦀କର୍କଟ👉ଆଜି ଦିନଟିରେ ଆପଣଙ୍କ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ।ସାମାଜିକସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ,ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସମ୍ଭାବନା ରହିଛି।
🦁 ସିଂହ👉ଆଜି ଆପଣ ଯାହା ପାଇବାକୁ ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ପାଇପାରିବେ ଇଚ୍ଛା ନଥାଇ ମଧ୍ୟ ମାତ୍ରାଧିକ ଭ୍ରମଣଯୋଗୁ କ୍ଳାନ୍ତି ଅନୁଭବ କରିବେ।କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
🧕କନ୍ୟା👉କାମଗୁଡିକ ଝମେଲା ଭିତରେ ସମ୍ପନ୍ନ ହେବାରୁ ମନରେ ସରସତା ରହିବନାହିଁ ।ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ କାରଣ ନ ଥାଇ ଦୋଷୀ ହୋଇପାରନ୍ତି। ମନୋଭାବ ବଦଳିଯିବା କାରଣରୁ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ପାଖ ମାଡିବ ନାହିଁ ା। ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ।
⚖️ତୁଳା👉ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପଡୋଶୀମାନେ ନିଜ ନିଜର ସ୍ବାର୍ଥସାଧାନ ମାନସରେ ମନ ବୁଝିଲା ଭଳି କଥାକହି କାର୍ଯ୍ୟ ହାସଲ କରିବେ। ପୁରୁଣା ରୋଗ, ଘରଲୋକଙ୍କ ଟୁପ୍ଟାପ୍ କଥା ମନକୁ ବିଚଳିତ କରିବ।
🦂ବିଛା👉କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ।କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
🏹ଧନୁ👉ସାମାଜିକକ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କ ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।ପଡୋଶୀଙ୍କ ଜରିଆରେ ବକେୟାଅର୍ଥ ଆଦାୟରେ ସକ୍ଷମ ହେବେ। ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
🐊ମକର👉ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ ।ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ, କଳା ସାହିତ୍ୟରେ, ପରିବାର ଭିତରେ,ପରିବହନରେ ରହିଥିବା ସମସ୍ୟା ସମାଧାନ ହୋଇଯିବ।ଭଲକଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ଥଗିତ ରହିଥିବା ନିର୍ମାଣକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।
🏺କୁମ୍ଭ👉ଅନ୍ୟମାନଙ୍କ ସହ ତୁଳନାକରି ନିଜକୁ ନୂ୍ୟନ ମଣି ପାରନ୍ତି। ଅନ୍ୟମାନଙ୍କ ସକାଶେ କାମ ଯେତିକି ସହଜ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ।ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ନୀଚ ବ୍ୟକ୍ତିର ସାହାର୍ଯ୍ୟରୁ ଉପକୃତ ହୋଇପାରନ୍ତି।
🐟ମୀନ👉କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ।ପାରିବାରିକ ସମସ୍ୟା ବିଷୟରେ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟିଦ୍ୱାରା କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକକ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।
🕉️ନୀତିବାଣୀ🕉️
ଈଶ୍ୱର ସୃଷ୍ଟିରେ, ପୃଥିବୀ ପୃଷ୍ଠରେ
ସୃଷ୍ଟି କରିଛନ୍ତି ଆମକୁ
ଭାବିବାନି ଉଚ୍ଚ, ଭାବିବାନି ନୀଚ
ନିନ୍ଦା କରିବାନି କାହାକୁ…
ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ ,କିଛି ବି ଚିରସ୍ଥାୟୀ ନୁହେଁ ,ସଂପର୍କ ,ସମୟ,ପ୍ରେମ,ଘୃଣା ଆଉ ବୟସ ସବୁକିଛି ସମୟ ସହ ବଦଳିଯାଏ।କଥାରେ ଅଛି…..ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ହେଲେ ଆଜିକା ଦିନରେ ଲୋକ ପଥର ତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି।ଯେତେବେଳେ ଆପଣ ଏକୁଟିଆ ଅଛନ୍ତି , ଆପଣଙ୍କ ଚିନ୍ତାଧାରାକୁ Control କରନ୍ତୁ।