ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ, ୪ତାରିଖ,ଶୁକ୍ରବାର ।ଶ୍ରୀମନ୍ଦିରେ ଓ ସର୍ବସମ୍ମତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (ବ୍ରତୋପବାସ), ଅଗସ୍ତାର୍ଘ୍ୟ ଦାନାରମ୍ଭ ଦିବସ, ଶନିମହାଗ୍ରହ ଜୟନ୍ତୀ, ଶ୍ରୀଦୁର୍ଗା ଜୟନ୍ତୀ, ଶ୍ରୀମହାକାଳୀ ଜୟନ୍ତୀ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୨୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୫/୪୨ଭାଦ୍ରବ ମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୩୬ମି ପର୍ଯ୍ୟନ୍ତ ତଦନ୍ତେ ନବମୀ ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ରାତ୍ରି ଘ୧୨/୨ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୨/୩୬ମି ପରେ ପୂର୍ବ ଦିଗରେ । ଅଗନ୍ତବ୍ୟ ପରେ ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ, ସିଂହ, ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର- ବିଛାରାଶିର ଘାତଚନ୍ଦ୍ର ।ଘାତବାର-ବିଛା, ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୬।୮।୧୦।୧୨।୧୪।୧୫। ୧୭।୧୯।୨୧। ୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୨/୨ମି ପରେ ୨।୪।୬।୭।୯।୧୧। ୧୩।୧୫।୧୬। ୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ନାରିକେଳ (ନଡ଼ିଆ), ରାତ୍ରି ଘ୧୨/୩୬ମି ପରେ ଅଲାବୁ (ଲାଉ)ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୩୯ମି ରୁ ଘ୧୧/୪୨ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୮/୪୫ମି ରୁ ଘ୧୦/୧୩ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୧ମି ମଧ୍ୟେ, ଘ୮/୧ମି ରୁ ଘ୧୦/୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୨/୨୫ମି ମଧ୍ୟେ, ଘ୪/୧ମି ରୁ ଘ୫/୩୭ମି ମଧ୍ୟେ, ରାତ୍ରି ଘ୭/୨୫ମି ରୁ ଘ୯/୧ମି ମଧ୍ୟେ, ଘ୩/୨୫ମି ରୁ ଘ୪/୧୩ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା) ରାତ୍ରି ଘ୧୦/୩୭ମି ରୁ ଘ୧୧/୨୫ମି ମଧ୍ୟେ, ଘ୪/୧୨ମି ରୁ ରାତ୍ରିଶେଷ ଘ୫/୩୫ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାହିଁ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଶ୍ରୀମତୀ, ଲକ୍ଷ୍ମୀଯୁକ୍ତା (ଶୁଭ), ରାତ୍ରି ଘ୧୨/୩୬ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ଅଦ୍ୟ ୪ ନକ୍ଷତ୍ରେ ଦେବତା ଗଠନ, ନବାନ୍ନ, ନାମକରଣ, ନିଷ୍କ୍ରାମଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାଶନାଦ୍ୟୁପଭୋଗ, ନବବସ୍ତ୍ର ପରିଧାନ, ଔଷଧ ସେବନ, ବାଣିଜ୍ୟକରଣ, ଧାନ୍ୟଚ୍ଛେଦନ , ରାଜଦର୍ଶନ । (ରାଧାରମଣ) । ଅଦ୍ୟ ରୋହିଣୀ ନକ୍ଷତ୍ରେ ଦେବତାଗଠନ, ବାଣିଜ୍ୟ କରଣ, ରାଜଦର୍ଶନ, ନବବସ୍ତ୍ର ପରିଧାନ, ଅଳଙ୍କାର ଧାରଣ । (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)

🐐ମେଷ👉ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା। ରଚନାତ୍ମକ କାର୍ଯ୍ୟ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ସାଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
🐂ବୃଷ👉କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ଚୁପ୍‌ ରହି ଚଳିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର ପାଇଁ ବନ୍ଧୁଙ୍କ ସହାନୁଭୂତି ସାମାଜିକ ସ୍ତରରେ ସାହାଯ୍ୟ କରିବ। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପରିସ୍ଥିତି ଜଟିଳ ହେବନାହିଁ ।
👩❤️👨 ମିଥୁନ👉ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। ଭୁଲ୍‌ ବୁଝାମଣାରୁ ବନ୍ଧୁଙ୍କ ସହ ମନାନ୍ତର ଘଟିପାରେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ।
🦀କର୍କଟ👉ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ। ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
🦁 ସିଂହ👉ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ଦିଗରୁ ଶୁଭଫଳ ପାଇବେ। ଏକ ମାଙ୍ଗଳିକ ପରିବେଶରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପୂର୍ବାଫାଲ୍‌ଗୁନୀ ସକାଶେ କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ।
🧕କନ୍ୟା👉ଅସାବଧାନତା କାରଣରୁ କିମ୍ବା ପକେଟମାର ଦ୍ୱାରା ଧନହାନିର ସମ୍ଭାବନା ରହିଛି। ଗତକାଲିଠାରୁ ଚିନ୍ତା କରିଥିବା କାମଗୁଡ଼ିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଆଦୃତ ହେବେ। ହସ୍ତା ନକ୍ଷତ୍ରର ବୁଝାମଣାରୁ ପରିବାରରେ ଅଶାନ୍ତି ଦୂର ହୋଇଯିବ।
⚖️ତୁଳା👉ସହକର୍ମୀଙ୍କ ସହ ସୁସମ୍ପର୍କ ଅଭାବରୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡ଼ିପାରେ। ଏପରିକି କୌଣସି କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
🦂ବିଛା👉ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। ଅନୁରାଧା ନକ୍ଷତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବା ପରି ମନେହେବ। ଗୃହସୀମା କିମ୍ବା ଜମିଜମା କାରଣକୁ ନେଇ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
🏹ଧନୁ👉ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ହାତକୁ ନେଇଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ସହଯୋଗ ପାଇବା କଷ୍ଟକର ହେବ। ନିର୍ମାଣ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ। ଉତ୍ତରାଷାଢା ନକ୍ଷତ୍ର ପ୍ରିୟଜନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହେବ ।
🐊ମକର👉ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ସକାଶେ ସାମାନ୍ୟ ବିଳମ୍ବ ଘଟିପାରେ। ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅ ଛୁଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଠାତ୍‌ ସମସ୍ୟା ସୃଷ୍ଟି ହେବା କାରଣରୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ।
🏺କୁମ୍ଭ👉ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବାର ସୂଚନା ରହିଛି।
🐟ମୀନ👉କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିବେ। ଆକସ୍ମିକ ଭାବରେ ଅଫିସ୍‌ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ହତାଶାବୋଧ କରିପାରନ୍ତି।
🕉️^ନୀତିବାଣୀ🕉️ଏ ସମ୍ପର୍କ ବି ବଡ ଅଜବ।ବିନା ବିଶ୍ବାସ ରେ ସମ୍ପର୍କ ଆରମ୍ଭ ହୁଏ ନାହିଁ କି ବିନା ଧୋକାରେ ସମ୍ପର୍କ ଶେଷ ହୁଏ ନାହିଁ।କର୍ମ ହିଁ ଭଗବାନ ଏ କଥା ସମସ୍ତେ ଜାଣିବା ପରେ ମଧ୍ଯ ପ୍ରତି କର୍ମରେ ଲୋକେ ନିଜ ସ୍ବାର୍ଥ ରଖି ହିଁ କର୍ମ କରି ଚାଲନ୍ତି।ନିଜକୁ ଏତେ ବି ଚିନ୍ତା ଗ୍ରସ୍ତ କରାନ୍ତୁ ନାହିଁ … କାରଣ ପରିସ୍ଥିତି ଯେତେ ଖରାପ ହୋଇଥାଉ ନା କାହିଁକି ବଦଳିବ ତ ନିଶ୍ଚୟ ।ଜୀବନରେ ସବୁକିଛି ଛାଡି ଦେଲେ ବି,ହସ ଆଉ ଆଶା କେବେ ବି ଛାଡ଼ନ୍ତୁ ନାହିଁ। କାରଣ ଏହି ଦୁଇଟା ଜିନିଷ ହିଁ ତୁମକୁ ବଞ୍ଚି ରହିବାକୁ ପ୍ରେରଣା ଦେବ।

Comments (0)
Add Comment