୨୦୨୬ ମସିହା, ସେପ୍ଟେମ୍ବରମାସ, ୫ତାରିଖ, ଶନିବାର, ସର୍ବସମ୍ମତ ନନ୍ଦୋତ୍ସବ,ଗୁରୁଦିବସ (ସର୍ଵପଲ୍ଲୀ ରାଧାକ୍ରିଷ୍ଣନ୍ ଜୟନ୍ତୀ)ଋତୁ- ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣା ୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୪୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୪/ ୫୮,ଭାଦ୍ରବମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ନବମୀ ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ନକ୍ଷତ୍ର- ମୃଗଶିରା ନକ୍ଷତ୍ର ରାତ୍ରି ଘ୧୦/୩୫ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୦/୨୨ମି ପରେ ଉତ୍ତରଦିଗରେ,ଶନିବାର, ରିକ୍ତାତିଥି ଓ ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, କର୍କଟ, ସିଂହ, ଧନୁ, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧୧/୧୭ମିପରେ ମେଷ, ମିଥୁନ, କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି, ଘାତଚନ୍ଦ୍ର-ବିଛା ରାଶିର ଦିବା ଘ୧୧/୧୭ମି ପରେ କନ୍ୟାରାଶିର ଘାତଚନ୍ଦ୍ର ।ଘାତବାର-ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୩୫ମିପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-
ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଅଲାବୁ (ଲାଉ)ରାତ୍ରି ଘ୧୦/୨୨ମିପରେ କଳମ୍ବୀ (କଳମଶାଗ) ଭକ୍ଷଣ ନିଷେଧ,ଅଶୁଭ ବେଳା-(କାଳବେଳା)ପ୍ରାତଃ ଘ୫/ ୩୫ମି ରୁ ଘ୭/୭ମି ମଧ୍ୟେ, ଦିବା ଘ୪/୨୩ମି ରୁ ଘ୫/୫୫ମି ପର୍ଯ୍ୟନ୍ତ (ବାରବେଳା) ଦିବା ଘ୧/୩୪ମି ରୁ ଘ୨/୪୨ମି ପର୍ଯ୍ୟନ୍ତ,(କାଳରାତ୍ରି) ଅସ୍ତ ଘ୫/୫୫ମି ରୁ ଘ୭/୧୯ମି ମଧ୍ୟେ, ରାତ୍ରି ଘ୪/୮ମି ରୁ ନିଶାନ୍ତ ଘ୫/୩୫ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ଦିବା ଘ୯/୩୭ମି ରୁ ଘ୧୨/୪୯ମି ମଧ୍ୟେ, ରାତ୍ରି ଘ୮/୧୩ମି ରୁ ଘ୧୦/୩୭ମି ମଧ୍ୟେ, ଘ୧୨/୧୩ମି ରୁ ଘ୧/୪୯ମି ମଧ୍ୟେ, ଘ୨/୩୨ମି ରୁ ଘ୪/୧୩ମିପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଶ୍ରୀମତୀ,କନ୍ୟାର ରାତ୍ରି ଘ୧୦/୩୫ମି ପରେ ପାଞ୍ଚମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା, ଘୃତ ତାମ୍ରପାତ୍ର, ରକ୍ତବସ୍ତ୍ର, ତିଳସୁବର୍ଣ୍ଣ,ତଣ୍ଡୁଳ ଦାନ କରଣୀୟ, ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ)ତାପରେ ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଆନୁଷ୍ଠାନିକ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।
🐂ବୃଷ👉ଆଜିର ଯାତ୍ରା ଖର୍ଚ୍ଚ ସକାଶେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡ଼ିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
👩❤️👨 ମିଥୁନ👉ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅବଶ୍ୟ ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପଡିବ। ସମ୍ମାନହାନି କାରଣରୁ ବନ୍ଧୁଙ୍କ ଉପରେ ଖପ୍ପା ହୋଇପାରନ୍ତି।
🦀କର୍କଟ👉କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହି ପାରନ୍ତି। ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟକୁ ଆପଣାର କରି ପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆଜିର ଯାତ୍ରା,ଭ୍ରମଣ ଓ ମାଙ୍ଗଳିକ କାମରୁ ଖୁସି ରହିବେ।
🦁 ସିଂହ👉ଆଜିର ଗ୍ରହସ୍ଥିତି ଆପଣଙ୍କୁ ଆରୋଗ୍ୟ,ସରକାରୀ ଅନୁକମ୍ପା, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରାଇବ। ପରିସ୍ଥିତିରେ ପଡି ଇଚ୍ଛା ନ ଥାଇ ମଧ୍ୟ ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟରେ ବିଭିନ୍ନ କୌଶଳ ଆପଣାଇବେ। ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବିବ୍ରତ ହେବେ।
🧕କନ୍ୟା👉ଆଜି ଯାହା ମନକୁ ଆସୁଛି କରି ଚାଲନ୍ତୁ କୌଣସି ଅସୁବିଧା ହେବନାହିଁ। ଆଲୋଚନା ପରିସରରେ, ବନ୍ଧୁଗହଣରେ, ଯାତ୍ରା କାଳରେ ସହାନୁଭୂତି ଲାଭକରିବେ। ଶନିଙ୍କ ସ୍ଥିତି ଅର୍ଥ କିମ୍ବା ମତମନ୍ତବ୍ୟକୁ ନେଇ କଳହ ସୃଷ୍ଟି ସୂଚନା ରହିଛି। ଯାନାବହନରେ ଯାନ୍ତ୍ରିକ ତ୍ରୁଟି ଆପଣଙ୍କ ଯାତ୍ରାକୁ ବିଳମ୍ବିତ କିମ୍ବା ସ୍ଥଗିତ କରିଦେଇପାରେ।
⚖️ତୁଳା👉ପାରିବାରିକ ଜୀବନରେ ବ୍ୟତିକ୍ରମ ଥିଲେ ମଧ୍ୟ ଆଜିର କାମ ସକାଶେ କୌଣସି ଫରକ ପଡିବ ନାହିଁ। ଶିଳ୍ପ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ଯାତ୍ରା, ଆନୁଷ୍ଠାନିକ କାମ ଓ ଆଲୋଚନା ପରିସରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କ୍ରୀଡା, ସାହିତ୍ୟ, ସଙ୍ଗୀତାଦି ଶୁକ୍ରଙ୍କ ବିଳାସ ସ୍ଥାନାରୋହଣରୁ ଭଲ ରହିବ।
🦂ବିଛା👉ଦେହରେ ବଳ ଓ ମନରେ ଧୈର୍ଯ୍ୟଥିଲେ ମଧ୍ୟ ଅପୂରଣୀୟ ଅଭିଳାଷ ଆପଣଙ୍କ ମାନସିକ ସ୍ଥିତିକୁ ନିରୁତ୍ସାହିତ କରିପାରେ।ଶିଳ୍ପ,ବାଣିଜ୍ୟ, ପରିବହନ, ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ଆପଣଙ୍କ ସୌଭାଗ୍ୟରେ ନିଜର ପାଖ ଲୋକ ମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରି ପାରନ୍ତି ।
🏹ଧନୁ👉କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ କିନ୍ତୁ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣାପୋଷଣ କରି ଦୂରେଇ ରହିବ। ଶିଳ୍ପ, ପରିବହନ ଏବଂ ରପ୍ତାନି ବାଣିଜ୍ୟରେ ଉନ୍ନତିଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
🐊ମକର👉ପାରିବାରିକ କ୍ଷେତ୍ରରେ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। କର୍ମକ୍ଷେତ୍ରରେ ପୂର୍ବସ୍ଥିରୀକୃତ ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
🏺କୁମ୍ଭ👉ସାମାଜିକ ସ୍ତରରେ ଉଚ୍ଚସମ୍ମାନ ଓ ଭୂରିଭୂରି ପ୍ରଶଂସାରେ ନିଜକୁ ଭାଗ୍ୟବାନ୍ ମନେକରିବେ। ଆତ୍ମୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ସୂଚନା ରହିଛି। ବୁଝାମଣାର ଅଭାବଜନିତ ପରିବାରରେ ଛୋଟକଥାକୁ ନେଇ କଳହ ସୃଷ୍ଟିର ଆଶଙ୍କା ରହିଛି। ପରିବାରରେ ପୁତ୍ରକନ୍ୟାଙ୍କ ଆବଶ୍ୟକତା କିମ୍ବା ଇଚ୍ଛା ପୂରଣ ଅଭବାରୁ ଚିନ୍ତିତ ରହିପାରନ୍ତି।
🐟ମୀନ👉ପୂର୍ବର ସମସ୍ୟା ଦୂରେଇ ଯାଉଥିବାରୁ ମାନସିକ ସ୍ତରରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରର ସ୍ଥିତି, ପାରିବାରିକ ପରିସ୍ଥିତି ଭଲ ରହିବା ସହ ଆଜିର ଯାତ୍ରାରୁ ମଧ୍ୟ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଈର୍ଷା ପରାୟଣ ମନୋଭାବ ନେଇ ନିଜ ଲୋକମାନେ ଅପପ୍ରଚାର ଚଳାଇପାରନ୍ତି।
🕉️ନୀତିବାଣୀ🕉️
ଭାରି ଅଜବ ଏ ଦୁନିଆ,ଏଠି ବିଶ୍ବାସ କେବଳ ମିଛ ଉପରେ ହିଁ ଥାଏ।ସତ୍ଯକୁ ତ ସବୁବେଳେ ପ୍ରମାଣ କରିବାକୁ ପଡିଥାଏ।ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।
ଲୋକମାନେ ଆପଣଙ୍କୁ କେଉଁ ନଜରରେ ଦେଖୁଛନ୍ତି,ତାହା ଜରୁରୀ ନୁହେଁ..କିନ୍ତୁ ଆପଣ ଆପଣଙ୍କୁ କେଉଁ ନଜରରେ ଦେଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ଅଟେ।ଜୀବନରେ କେବେବି କାହାର ଭଲ କର୍ମ ବ୍ୟର୍ଥ ଯାଏ ନାହିଁ, ତାହା କେବେ କେଉଁ ରୂପରେ ଫେରିକି ଆସିବ ତାହା କେବଳ ଈଶ୍ୱର ହିଁ ଜାଣନ୍ତି।