ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୬ ତାରିଖ, ରବିବାର ।ଶ୍ରୀଜଗନ୍ନାଥ ଦେବଙ୍କର ବଣଭୋଜି ବେଶ, କୋଳିବିକା ଓ ବକାସୁର ଏବଂ ଅର୍ଘାସୁର ବଧ ପ୍ରସ୍ତାବ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୫୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୪/୫,ଭାଦ୍ରବ ମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଦଶମୀ ରାତ୍ରି ଘ୮/୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୮/୦ମି ପରେ ଆଗ୍ନେୟ କୋଣରେ । ପାପଯୁକ୍ତ, ବ୍ୟତିପାତ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କନ୍ୟା ରାଶିର ଘାତଚନ୍ଦ୍ର ।ଘାତ ବାର-ମେଷ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୮/୫୮ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- କଳମ୍ବି (କଳମଶାଗ), ରାତ୍ରି ଘ୮/୦ମି ପରେ ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୧୦/୧୦ମି ରୁ ଘ୧/୧୨ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧/୧୦ମି ରୁ ଘ୨/୩୯ମି ପର୍ଯ୍ୟନ୍ତ, ଶୁଭବେଳା-(ଅମୃତବେଳା) ଦିବା ଘ୬/୨୫ମି ରୁ ଘ୯/୩୭ମି ମଧ୍ୟେ, ରାତ୍ରି ଘ୭/୨୪ମି ରୁ ଘ୯/୦ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୪ମି ମଧ୍ୟେ, ଘ୧୨/୪୯ମି ରୁ ଘ୧/୩୭ମି ମଧ୍ୟେ, ରାତ୍ରି ଘ୬/୩୬ମି ରୁ ଘ୭/୨୪ମି ମଧ୍ୟେ, ଘ୧୨/୧୨ମି ରୁ ଘ୩/୨୪ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ ପାଦ ବାର ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଭୂମିଦାନ,ରାତ୍ରି ଘ୮/୫୮ମି ପରେ ୨ ପାଦବାର ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ଭୂମି ଓ ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୮/୫୮ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା । ଘୃତତାମ୍ରପାତ୍ର, ରକ୍ତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ । ରଜଶ୍ଚକ୍ରେ ଶ୍ରୀମତୀ । ରାତ୍ରି ଘ୮/୫୮ମି ପରେ ବନ୍ଧ୍ୟା । ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ), ତା’ପରେ ରାତ୍ରି ଘ୮/୦ମି ଗତେ ବାର ଓ ତିଥି ଦୋଷ ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)
🐐ମେଷ👉ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ ସକାଶେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଚନ୍ଦ୍ରଙ୍କ ସହ ରାହୁ ସଂଯୋଗରୁ ଦୂରେଇ ଯାଉଥିବା କୌଣସି ଆତ୍ମୀୟଙ୍କ ପାଇଁ ମନ ଛଟପଟ ହୋଇପାରେ। ପାରିବାରିକ ସ୍ଥିତି ଓ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ।
🐂ବୃଷ👉ଯାହା ଭାବୁଛନ୍ତି ତାହାକୁ ଯଥାଶୀଘ୍ର ଆରମ୍ଭ କରିନେବା ଭଲ। ଅନ୍ୟମାନଙ୍କ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଦାୟିତ୍ୱ ହାତକୁ ନେଇ ଚିନ୍ତିତ ରହିପାରନ୍ତି। ମଙ୍ଗଳ ରାଶିରେ ଥିବାରୁ ବ୍ୟବସାୟ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିବେ।
👩‍❤️‍👨 ମିଥୁନ👉ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କଲେ ମଧ୍ୟ ସେମାନେ ଆପଣଙ୍କୁ ଅସ୍ବୀକାର କରିପାରନ୍ତି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତିରେ ବନ୍ଧୁମାନଙ୍କ ସହ ଆଲୋଚନା ଜାରି ରହିବ। ପ୍ରଶାସନିକ କିମ୍ବା ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା ଅବ୍ୟାହତ ରହିବ। ଆଜିର ଯାତ୍ରା ସାଙ୍ଗକୁ ବ୍ୟବସାୟିକ ସଫଳତା ମିଳିବ।
🦀କର୍କଟ👉ଆଜି ଗୋଟାଏ ନୂଆ କାମ ଆରମ୍ଭ କରିବାକୁ ମନରେ ଚିନ୍ତା କରିବେ। ଅଭାବ ନଥିଲେ ମଧ୍ୟ ଖୋଲା ମନନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ପରିବାରରେ ସମସ୍ୟାର ଆଶଙ୍କା ରହିଛି।
🦁 ସିଂହ👉ଆପଣଙ୍କୁ ନିଜ ଲୋକମାନଙ୍କ ବ୍ୟତୀତ ଅନ୍ୟଜାତିର ବ୍ୟକ୍ତିବିଶେଷ ସହାୟତା କରିବେ। କଠୋର ପରିଶ୍ରମ ଓ ବିଶେଷ ଭ୍ରମଣ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ ା ସନ୍ତାନମାନଙ୍କର କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।
🧕କନ୍ୟା👉ଆଜି ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବାଣିଜ୍ୟ,ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧୀୟ ଆଲୋଚନା କରିବେ। ପରିସ୍ଥିତିର ସାମ୍‍ନା କରିବାକୁ ଯାଇ ବନ୍ଧୁଙ୍କ ସାହାଯ୍ୟ ଓ ପରାମର୍ଶ ପାଇଁ ବିଚାର କରିପାରନ୍ତି। ପିଲାଙ୍କ ଜଞ୍ଜାଳ କ୍ରମଶଃ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‍ ନିଜର ଫାଇଦା ହାସଲ ପାଇଁ ଅପଚେଷ୍ଟା କରିପାରନ୍ତି।
⚖️ତୁଳା👉କୌଣସି ନୂତନ କର୍ମାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ। ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ସମ୍ପନ୍ନ ହେବାରେ କୌଣସି ବନ୍ଧୁ ସାହାଯ୍ୟ କରିବେ। ଅର୍ଥସଙ୍କଟ ସାଙ୍ଗକୁ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।
🦂ବିଛା👉ଅଟକି ଥିବା କାମର ପୁନଃ ଆରମ୍ଭ ସାଙ୍ଗକୁ ବନ୍ଧୁଙ୍କ ସହ ଆଲୋଚନାରୁ ଖୁସି ହେବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କରିପାରନ୍ତି ା ବ୍ୟବସାୟ, ପରିବହନ, ଦୋକାନବାଡି, ନିର୍ମାଣ, ଆଇନ ଓ ଧର୍ମକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବାରରେ ନୀରବ ସମର୍ଥନ ଦେବେ।
🏹ଧନୁ👉ଯାତ୍ରା ଓ ବନ୍ଧୁଙ୍କ ଆଲୋଚନା ସମୟରେ ସତର୍କତାର ସହ କାମ କରିବା ଭଲ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ କୌଣସି ପଦକ୍ଷେପ ନେଇପାରିବେ ନାହିଁ। ଆଶା କରିଥିବା ଦିଗରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ।
🐊ମକର👉ପ୍ରତ୍ୟୁଷ ଯାତ୍ରା, ସଭାସମିତି, କର୍ମାରମ୍ଭ ବିନା ବାଧାବିଘ୍ନରେ ସମାପନ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଅତୀତରେ ଘଟିଯାଇଥିବା କେତେକ ଘଟଣାକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ନିକଟରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
🏺କୁମ୍ଭ👉ପାରିବାରିକ କ୍ଷେତ୍ରରେ କୌଣସି ବ୍ୟତିକ୍ରମକୁ ବାରମ୍ବାର ଚିନ୍ତା କରି ମନ ଅଶାନ୍ତ ହୋଇଯାଇପାରେ। ଲକ୍ଷ୍ୟହୀନ ଭ୍ରମଣ ହେତୁକ ସାମୟିକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ। ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରୋଗଣା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ମିଳିବ।
🐟ମୀନ👉ଜଣେ ବିଜାତୀୟ ବ୍ୟକ୍ତି ନିଜ ଆଡୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ସାନ୍ତ୍ୱନା ଦେବାରେ ସହାୟକ ହେବ। ସଭାସମିତିରେ, ଆଲୋଚନା ପରିସରରେ, ରାଜନୈତିକ ସ୍ଥିତିରେ, ପ୍ରଶାସନିକ ସ୍ତରରେ ଆଶା ପୂରଣ ହେବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସଫଳତା ପାଇବେ।
🕉️ନୀତି ବାଣୀ🕉️
ନିଜ ଉପରେ ସବୁ ବେଳେ ଭରସା ରଖି ଥିବ,କାରଣ ଏତେ ବାଟ ଆସିଛ ମାନେ ନିଶ୍ଚିତ ଆଗକୁ ଯାଇପାରିବ।ସଫଳତା ନିଶ୍ଚିତ ଭାବରେ ପାଇବ।ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।ମାଟି ପଥର କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡ ପୂଜା।ବିଷୟ ବାସନା ଭୋଗ ଲାଳସା ସବୁ ଅଧର୍ମରy ମୂଳବୀଜ ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚାୟ

Comments (0)
Add Comment