୨୦୨୬ ମସିହା, ସେପ୍ଟେମ୍ବର ମାସ, ୭ ତାରିଖ, ସୋମବାର ।ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ କାଳୀୟ ଦଳନ (ଅଜା) ଏକାଦଶ୍ୟୁପବାସ,ଶ୍ରୀମନ୍ଦିରେ କାଳୀୟ ଦଳନ ବେଶ ଓ ଧେନୁକାଶୁର ବଧ ପ୍ରସ୍ତାବ,ବିବିଧ- ହଳ ନିଷେଧ ।ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୩/୧୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ଚନ୍ଦ୍ର ବାସତିଥି- ଏକାଦଶୀ ସନ୍ଧ୍ୟା ଘ୫/୩୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର- ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୭/୧୮ମି ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ନକ୍ଷତ୍ର ।ଚନ୍ଦ୍ର- ମିଥୁନଚନ୍ଦ୍ର ଦିବା ଘ୧/୪୩ମି ପର୍ଯ୍ୟନ୍ତ କର୍କଟଚନ୍ଦ୍ର।ସୌରଚଳନେ – ସିଂହ ଦିନ ୨୨ ।ବ୍ୟତି ପାତଯୋଗ ଦିବା ଘ୮/୧୭ମି ପର୍ଯ୍ୟନ୍ତ ତଦନ୍ତେ ବରୀୟାନଯୋଗ କ୍ଷୟ ନିଶାନ୍ତ ଘ୫/୧୧ମି ପର୍ଯ୍ୟନ୍ତ ।କରଣ- ବବକରଣ ପ୍ରାତଃ ଘ୬/୪୬ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ସନ୍ଧ୍ୟା ଘ୫/୩୩ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ସନ୍ଧ୍ୟା ଘ୫/୩୩ମି ପରେ ନୈର୍ଋତକୋଣରେ । ଅଗନ୍ତବ୍ୟ ତିଥି, ବ୍ୟତିପାତ, ପାପଯୁକ୍ତ ପରେ ପାପମଧ୍ୟଚନ୍ଦ୍ର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧/୪୩ମିପରେ ମେଷ,ବୃଷ,କର୍କଟ,ସିଂହ, କନ୍ୟା,ତୁଳା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଦିବା ଘ୧/୪୩ମିମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର, ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୭/୧୮ମି ପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ଶିମ୍ବିକା (ଶିମ୍ବ)ସନ୍ଧ୍ୟା ଘ୫/୩୩ମି ପରେ ପୂତିକା (ପୋଇଶାଗ)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା) ଦିବା ଘ୭/୯ମି ରୁ ଘ୮/୪୦ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୨/୪୫ମି ରୁ ଘ୪/୧୬ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୦/୧୪ମି ରୁ ଘ୧୧/୪୩ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୦/୨୫ମି ରୁ ଘ୧୨/୪୯ମି ମଧ୍ୟେ, ସନ୍ଧ୍ୟା ଘ୬/୩୫ମି ରୁ ରାତ୍ରି ଘ୮/୫୯ମି ମଧ୍ୟେ, ଘ୧୧/୨୩ମି ରୁ ଘ୨/୩୫ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ଦିବା ଘ୩/୧୩ମି ରୁ ଘ୪/୪୯ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ ପାଦ ନକ୍ଷତ୍ର ପୁଷ୍କରଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତି ର ହାନି ଓ ତିଳସୁବର୍ଣ୍ଣ ଦାନ,ସନ୍ଧ୍ୟା ଘ୫/୩୩ମି ପରେ ୨ ପାଦ ତିଥି ଓ ନକ୍ଷତ୍ର ପୁଷ୍କରଦୋଷ । ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ ଏବଂ ରାତ୍ରି ଘ୭/୧୮ମି ପରେ ୧ ପାଦ ତିଥି ପୁଷ୍କରଦୋଷ,ଫଳଂ ଗୋପଶୁ ସମ୍ପଦର ବିନାଶ । ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ବନ୍ଧ୍ୟା,ଶାନ୍ତି କରଣୀୟ । ସନ୍ଧ୍ୟା ଘ୫/୩୩ମି ମଧ୍ୟେ ତିଥିଦୋଷ ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ଅଦ୍ୟ ଦିବା ଘ୧/୪୩ମି ଗତେ ପୁନର୍ବସୁ ନକ୍ଷତ୍ରେ ଔଷଧକରଣ ଓ ସେବନ,ନୌକାଗଠନ, ଦେବତା ଗଠନ, ନଟ୍ୟାରମ୍ଭ, ନିଷ୍କ୍ରାମଣ, ନବଦୋଳାଦ୍ୟାରୋହଣ, ନବବସ୍ତ୍ରା ଳଙ୍କାରଧାରଣ,ଦୀକ୍ଷାଗ୍ରହଣ, ଧାନ୍ୟ ଚ୍ଛେଦନ ଓ ସ୍ଥାପନ,ବୃକ୍ଷରୋପଣ,ତୈଳରନ୍ଧନ,ନୂତନଯାନାରୋହଣ । (ଅରୁଣୋଦୟ)
🐐ମେଷ👉ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା ପରିହାର ନ କଲେ ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବାକୁ ପଡ଼ିପାରେ। ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ବ୍ୟବସାୟ ଓ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ।
🐂ବୃଷ👉ରବିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗଜନିତ ସ୍ବାସ୍ଥ୍ୟ, ପରିବାର ଓ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସମସ୍ୟା ଦେଖାଦେବ। ଅପ୍ରିୟ ସତ୍ୟ କଥନ ଆକସ୍ମିକ କଳହର କାରଣ ହୋଇପାରେ। ରୋଗପୀଡ଼ା, ଶତ୍ରୁତା ଓ ଧାର କରଜ ଚିନ୍ତା ବଢ଼ାଇବ। କର୍ମକ୍ଷେତ୍ର, ଯାନବାହନ, ଦୋକାନ ବାଡ଼ି, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ।
👩❤️👨 ମିଥୁନ👉ଧନାଧିପତି କର୍ମଭାବସ୍ଥ ଯୋଗୁ ଅର୍ଥଲାଭ, ସୁସ୍ଥ ମାନସିକତା, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ବିଚଳିତ କରିପାରେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ ହେବ।
🦀କର୍କଟ👉ବ୍ୟୟଭାବସ୍ଥ ବୁଧ ଦୀର୍ଘଦିନର ସମ୍ପର୍କକୁ କ୍ଷୁଣ୍ଣ କରିବାର ଆଶଙ୍କା ରହିଛି। ଶୁକ୍ର ପ୍ରଭାବରୁ ଭୋଗବିଳାସ ସାଙ୍ଗକୁ ଷ୍ଟେସନାରି, ବସ୍ତ୍ର ଅଳଙ୍କାର କ୍ରୟ ସକାଶେ ମନ ବଳାଇପାରନ୍ତି। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍ ରହିନପାରେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ, ଏଣୁ ସତର୍କ ରହିବା ଭଲ ହେବ।
🦁 ସିଂହ👉ଚତୁର୍ଥାଧିପତି ସ୍ବଗୃହକୁ ଦେଖୁଥିବାରୁ ପାରିବାରିକ ସମ୍ପର୍କ ଭଲ ରହିବ। ଖର୍ଚ୍ଚ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଓ ଅସ୍ଥିରତା ଲାଗି ରହିପାରେ। କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ହୋଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଲାଭ ଏବଂ କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
🧕କନ୍ୟା👉ଚତୁର୍ଥାଧିପ ସ୍ବଭାବରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ ଜୀବନ ଓ ଲୋକସମ୍ପର୍କ ଭଲ ରହିବ ନାହିଁ। ସ୍ନାୟବିକ ଦୁର୍ବଳତାରୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ଅଟକି ରହିଥିବା କାମକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ ଓ ପ୍ରକାଶନରେ ଶୁଭଫଳ ସାଙ୍ଗକୁ ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ।
⚖️ତୁଳା👉କର୍ମଭାବରେ ଗୁରୁ ଓ ଶୁକ୍ର ଥିବାରୁ କାର୍ଯ୍ୟସିଦ୍ଧି, ଯାତ୍ରା, ପ୍ରତିଯୋଗିତା, ପାରିବାରିକ ଜୀବନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟତ୍ମିକ ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ପାଇ କାମ ହାସଲ କରିବେ। ଗବେଷଣା, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହୋଇପାରିବ।
🦂ବିଛା👉ଅନୁକୂଳ ଗ୍ରହସ୍ଥିତି କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହ ପାରିବାରିକ ଜୀବନ ସୁଖ, ସନ୍ତୋଷରେ କଟିବ। କର୍ମକ୍ଷେତ୍ରରେ ତଥା ଅଫିସ୍ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ। ତଥାପି ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ସାମୟିକ ମନ ପ୍ରଫୁଲ୍ଲ ରହିବ।
🏹ଧନୁ👉ଚତୁର୍ଥ କେନ୍ଦ୍ରସ୍ଥ ମଙ୍ଗଳ କର୍ମକ୍ଷେତ୍ରକୁ ପ୍ରଭାବିତ କରୁଥିବାରୁ ପାରିବାରିକ ଏବଂ କର୍ମକ୍ଷେତ୍ର ଭଲ ରହିବ। ବନ୍ଧୁଙ୍କ ସହାୟତାରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍ ପ୍ରକାଶ କଲେ ବିବାଦ ଉପୁଜିପାରେ।
🐊ମକର👉ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ସହଜ ଓ ସୁବିଧାଜନକ ସ୍ଥିତି ପାଇବେ ନାହିଁ। ସ୍ବଗୃହୀ ବୁଧଜନିତ ବସା ବାନ୍ଧି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ନିୟନ୍ତ୍ରିତ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
🏺କୁମ୍ଭ👉ରାଶ୍ୟାଧିପତିଙ୍କ ଦୁର୍ବଳତା ସାଙ୍ଗକୁ ଧନଭାବରେ ସ୍ଥିତି ଆପଣଙ୍କ ଦୈହିକ ଏବଂ ଆର୍ଥିକ ଦିଗ ପ୍ରତି ଦୁଶ୍ଚିନ୍ତା ସୃଷ୍ଟି କରିବ। ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ଶାନ୍ତି ଓ ସନ୍ତୋଷ ପାଇବେ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ଘର କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ।
🐟ମୀନ👉ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଦୈହିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ସମାଧାନର ରାସ୍ତା ପାଉନଥିବାରୁ ପରିସ୍ଥିତିର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ତରଫରୁ ଫାଇଲ୍ ଚାପର ସମ୍ମୁଖୀନ ହେବେ। ସଭାସମିତିରେ ସଫଳ ହେବେ ଏବଂ ଅର୍ଥ ସଂକଟରୁ ରକ୍ଷା ପାଇଯିବେ।
🕉️ନୀତିବାଣୀ🕉️
ପାଦରେ ଆଘାତ ଲାଗିଲେ ମଣିଷ ଚାଲିବା ଶିଖିଥାଏ, ଠିକ୍ ସେହିପରି ମନରେ ଆଘାତ ଲାଗିଲେ ଏକୁଟିଆ ବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଥାଏ।
ବେଳେ ବେଳେ ସବୁ ଦୁଃଖକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅବୁଝା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ।
ନା ଅସ୍ତ୍ର ଦ୍ବାରା ମିଳିଥାଏ ନା ଅଧିକାର ଦ୍ବାରା ମିଳିଥାଏ ହ୍ରୁଦୟରେ ସ୍ଥାନ କେବଳ ଆମ ବ୍ଯବହାର ଦ୍ବାରା ମିଳିଥାଏ।ଯାହାର ରକ୍ଷା ଇଶ୍ବର କରନ୍ତି ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ ତାକୁ କିଏ ଲିଭାଏ।