ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୮ ତାରିଖ, ମଙ୍ଗଳବାର ।ଶ୍ରୀଜୀଉଙ୍କର ପ୍ରଳମ୍ବାସୁର ବଧ ବେଶ, ବିଶ୍ବ ସାକ୍ଷରତା ଦିବସ, ସ୍ବାମୀ ଶିବାନନ୍ଦ ଜୟନ୍ତୀ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୧୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୨/ ୧୮,ଭାଦ୍ରବ ମାସ,କୃଷ୍ଣପକ୍ଷ,ଭୌମ ବାସ,ତିଥି- ଦ୍ବାଦଶୀ ଦିବା ଘ୩/୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ସନ୍ଧ୍ୟା ଘ୫/୩୮ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ପରୀଘଯୋଗ ରାତ୍ରି ଘ୨/୭ମି ପର୍ଯ୍ୟନ୍ତ ତଦନ୍ତେ ଶିବଯୋଗ ।କରଣ- ତୈତିଳକରଣ ଦିବା ଘ୩/୭ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୧/୫୭ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୩/୭ମି ପରେ ଦକ୍ଷିଣ ଦିଗରେ । ମଙ୍ଗଳବାର, ଅଗନ୍ତବ୍ୟ ତିଥି ଓ ପାପମଧ୍ୟଚନ୍ଦ୍ର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ ।ଘାତ ବାର-ମକର ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ସନ୍ଧ୍ୟା ଘ୫/୩୮ମି ପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ- ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ-ପୂତିକା (ପୋଇଶାଗ), ଅପରାହ୍ନ ଘ୩/୭ମି ପରେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ ଅଶୁଭବେଳା- (ବାରବେଳା) ଦିବା ଘ୭/୯ମି ରୁ ଘ୮/୩୯ମି ପର୍ଯ୍ୟନ୍ତ(କାଳବେଳା) ଦିବା ଘ୧/୮ମି ରୁ ଘ୨/୩୮ମି ପର୍ଯ୍ୟନ୍ତ (କାଳରାତ୍ରି) ରାତ୍ରି ଘ୭/୮ମି ରୁ ଘ୮/୩୮ମି ପର୍ଯ୍ୟନ୍ତ।ଶୁଭ ବେଳା- (ଅମୃତବେଳା) ଦିବା ଘ୮/୨ମି ରୁ ଘ୧୦/୨୬ମି ମଧ୍ୟେ, ଘ୧୨/୫୦ମି ରୁ ଘ୨/୨୬ମି ମଧ୍ୟେ, ଘ୩/୧୪ମି ରୁ ଘ୪/୫୦ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୫/୫୨ମି ରୁ ସନ୍ଧ୍ୟା ଘ୬/୩୭ମି ମଧ୍ୟେ, ରାତ୍ରି ଘ୮/୫୮ମି ରୁ ଘ୧୧/୨୨ମି ମଧ୍ୟେ, ଘ୧/୪୬ମି ରୁ ଘ୩/୨୨ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ । ଭୂମି ଓ ଅନ୍ନବସ୍ତ୍ର ଦାନ । ଦିବା ଘ୩/୭ମି ପରେ ୧ ପାଦ ବାର ପୁଷ୍କର ଦୋଷ । ଫଳଂ କୃଷିହାନି । ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟା । ଶାନ୍ତି କରଣୀୟ । ସନ୍ଧ୍ୟା ଘ୫/୩୮ମି ପରେ ସମ୍ବତ୍ସର ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ଗୁଡ଼, ତିଳସୁବର୍ଣ୍ଣ, ଗୋଧୂମ ଦାନ କରଣୀୟ । ବାର ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ)ଶୁଭକର୍ମ- ନାହିଁ ।
🐐ମେଷ👉କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗଣା ସ୍ବାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି।
🐂ବୃଷ👉କାର୍ଯ୍ୟସାଧନରେ ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ । ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ କାର୍ଯ୍ୟାବଳୀ ସନ୍ଦେହଜନକ ହୋଇପାରେ। କଠିନ ଶ୍ରମ ସାଙ୍ଗକୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‍ ରହିବ ନାହିଁ ।
👩‍❤️‍👨 ମିଥୁନ👉ଫାଇଦା ହାସଲ ସକାଶେ ବନ୍ଧୁବର୍ଗ ଫନ୍ଦିଫିକର କରିପାରନ୍ତି। ନିଜ ପରିସରର ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖାଦେବ ନାହିଁ।
🦀କର୍କଟ👉ପରୋକ୍ଷ ଶତ୍ରୁତା କାରଣରୁ ଚେଷ୍ଟା କରୁଥିବା କାମ ସହଜରେ ହୋଇପାରିବ ନାହିଁ। ଆର୍ଥିକ ଦିଗରୁ ସନ୍ତୋଷ ଜନକ ଫଳ ପାଇବେ କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆତ୍ମୀୟସ୍ବଜନଙ୍କ ମାଙ୍ଗଳିକ କାର୍ଯ୍ୟରେ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଯାତ୍ରାକାଳୀନ ବିଭିନ୍ନ ଅସ୍ବାଭାବିକ ପରିସ୍ଥିତିକୁ ସାମ୍‍ନା କରିବାକୁ ପଡ଼ିପାରେ।
🦁 ସିଂହ👉ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ମଘା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ସମସ୍ୟାର କାରଣ ହେବ। ନୂତନ କର୍ମାରମ୍ଭ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ।
🧕କନ୍ୟା👉ମୂଲ୍ୟବାନ୍‍ ଜିନିଷ କ୍ରୟବିକ୍ରୟ କ୍ଷେତ୍ରରେ ଅର୍ଥ ସମ୍ପର୍କୀୟ ବିବାଦ ବୃଦ୍ଧିର ଆଶଙ୍କା ରହିଛି। ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଭ୍ରମଣାନ୍ତେ ଫେରନ୍ତା ବାଟରେ ବନ୍ଧୁଙ୍କ ଦେଖା ନ ପାଇ ବ୍ୟସ୍ତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
⚖️ତୁଳା👉ଶାରୀରିକ ଅସୁସ୍ଥତା ଜନିତ ମନ ଅଶାନ୍ତ ରହିବ । ବନ୍ଧୁମାନେ ସହାନୁଭୂତି ପ୍ରଦର୍ଶନ କରିବା ତେଣେଥାଉ ମୁହଁ ସାମ୍‍ନାରେ ମଧ୍ୟ ଅନ୍ୟଦିଗକୁ ମୁହଁ ଫେରାଇ ନେବେ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସହ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ ।
🦂ବିଛା👉ଅଭାବ ଅସୁବିଧା ନଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚର ଦିଗ ଖୋଲିଯାଇପାରେ। ତରବରିଆ ଭାବରେ ଯାତ୍ରା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
🏹ଧନୁ👉କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ହେବ। ନିଜ ଲୋକ ମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ ଚଳିବା ଭଲ। ବନ୍ଧୁଙ୍କ ମାଧ୍ୟମରେ ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।
🐊ମକର👉କର୍ମକ୍ଷେତ୍ରରେ ବିବାଦୀୟସ୍ଥିତି ଲାଗିରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ କିନ୍ତୁ ପ୍ରିୟବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।
🏺କୁମ୍ଭ👉ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ପ୍ରଥମେ ପ୍ରଥମେ କଷ୍ଟକର ମନେ ହୋଇପାରେ। ପରିବାର , ବ୍ୟବସାୟ, ପରିବହନ, ପ୍ରଶାସନିକ କ୍ଷେତ୍ର ପ୍ରତ୍ୟେକରେ ସୁଫଳ ପାଇବେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିବ।
🐟ମୀନ👉ପରିବାରରେ ଭୁଲ୍‍ ବୁଝାମଣା କାରଣରୁ ପାରସ୍ପରିକ ଆନ୍ତରିକତାରେ ଅବନତି ଘଟିପାରେ। ନିର୍ମାଣ, ବାଣିଜ୍ୟରେ ଅଂଶୀଦାରଙ୍କ ସହ ମନାନ୍ତର ଜନିତ ମନସ୍ତାପ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
🕉️ନୀତିବାଣୀ🕉️
ଈଶ୍ୱର ସୃଷ୍ଟି ରେ, ପୃଥିବୀ ପୃଷ୍ଠରେ
ସୃଷ୍ଟି କରିଛନ୍ତି ଆମକୁ
ଭାବିବlନି ଉଚ୍ଚ, ଭାବିବlନି ନୀଚ
ନିନ୍ଦା କରିବlନି କାହାକୁ…
ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ ,କିଛି ବି ଚିରସ୍ଥାୟୀ ନୁହେଁ । ସଂପର୍କ , ସମୟ, ପ୍ରେମ , ଘୃଣା ଆଉ ବୟସ ସବୁକିଛି ସମୟ ସହ ବଦଳିଯାଏ।
କଥାରେ ଅଛି…..ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ହେଲେ ଆଜିକା ଦିନରେ ଲୋକ ପଥର ତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି।ଯେତେବେଳେ ଆପଣ ଏକୁଟିଆ ଅଛନ୍ତି , ଆପଣଙ୍କ ଚିନ୍ତାଧାରାକୁ Control କରନ୍ତୁ।

Comments (0)
Add Comment