ଆଜିର ରାଶିଫଳ

ରମ୍ଭା ତୃତୀୟା ,୨୦୨୨ମସିହା ନଭେମ୍ବରମାସ୨୬ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ତୃତୀୟା.ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୪୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ତୃତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ , ମୂଳା ଭକ୍ଷଣ ନିଷେଧ ।
ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।
ବୃଷ-ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ହୋଇପାରେ ।
ମିଥୁନ-ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ। ସନ୍ଧ୍ୟାରେ କିଛି ଭଲ ଖବର ପାଇବେ ।
କର୍କଟ-ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ।
ସିଂହ-କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ।
କନ୍ୟା-ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳ ରହିବ । ତେବେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା-ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣଙ୍କ ଘରକୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି ।କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
ବିଛା-ଏହି ରାଶି ଆଜି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ।
ଧନୁ-ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । ଗୀତ ଶୁଣି ମନ ଆନନ୍ଦ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
ମକର-ଦିନଟି ଶୁଭଙ୍କର। ଆଜି ଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସମସ୍ୟା ରହିପାରେ ।
କୁମ୍ଭ-ଆଜି ର ଦିନ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଖର୍ଚ୍ଚ କରିପାରନ୍ତି ।
ମୀନ-ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।

ନିତୀବାଣୀ-ସୁଖରେ ରହିବାର ଦୁଇଟି ଉପାୟ।ପରିସ୍ଥିତିକୁ ବଦଳେଇ ଦିଅ,ନଚେତ୍ ପରିସ୍ଥିତିକୁ ଦେଖି ନିଜକୁ ବଦଳେଇ ଦିଅ।
ବାସ୍ତୁ ଟିପ୍ପଣୀ- ଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣ କରିବେ ?
୧-ମଳିନ ପଡିଯାଇଥିବାଆଇନା କିମ୍ବା ଭାଙ୍ଗିଯାଇଥିବାଆଇନା ଘରେରଖିବା ଉଚିତନୁହେଁ ଏହାଦ୍ଵାରା ଅଶୁଭ ହୋଇଥାଏ ।
୨-ଘର ଦିନବାରଟା ପୂର୍ବରୁ ପୋଛାମାରିବା ଉଚିତ ଏବଂ ଗୁରୁବାରଦିନ ଘରକେବେ ପୋଛାମାରିବା ଉଚିତନୁହେଁ ଏହା ଅଶୁଭ ହୋଇଥାଏ ।
୩-ଘରର ଐଶାନ୍ୟକୋଣରେ ଠାକୁରଘର କରିବା ଉଚିତ ଏବଂ ଏକ କାଚପାତ୍ରରେ ଗୋଟାଅରୁଆଚାଉଳ ରଖିଲେ ଶୁଭ ହୋଇଥାଏ ।
୪-ଘରେ ଯଦି କୌଣସିପୂଜା ହୋଇଥାଏ ତେବେ ପୂଜା ସାରିବାପରେ ପୂଜାହୋଇଥିବା କଳସର ପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫-ସନ୍ଧ୍ୟାବେଳେ ଦୀପ ଜାଳିଲାବେଳେ ଦୁଇଟିଦୀପ ଲାଗିବା ଉଚିତ ଗୋଟିଏ ତେଲରଦୀପ ଏବଂ ଆଉଗୋଟିଏ ଘିଅ ଦୀପ ଏହା ଶୁଭ ହୋଇଥାଏ ।
୬-ଘରେ ଅଯଥା ଖର୍ଚ୍ଚ ହେଉଥିଲେ ଗୋଟିଏ ତମ୍ଭାପଇସା ଓ ହଳଦିଆରଙ୍ଗର କଉଡିନେଇ ଲାଲକପଡାରେ ବାନ୍ଧି ଠାକୁରଘରେ ରଖିବାଉଚିତ ।
୭-ଠାକୁରଘରେ ଦୀପ ଜାଳିଲାବେଳେ ଦୀପରୁ ଦୀପ ଲଗାଇବା ଉଚିତନୁହେଁ କି ଦୀପରୁ ଧୂପକାଠି ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୮-ସ୍ତ୍ରୀଲୋକ ଘରର ଦୁଆରମୁହଁକୁ ଲାଗିକରି ଖାଇବା ଉଚିତନୁହେଁ କାରଣ ଏହା ଦରିଦ୍ରତାବୃଦ୍ଧି ହବାର କାରଣ ହୋଇଥାଏ ।
୯-ଠାକୁରଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତନୁହେଁ ।
୧୦-ରୁଟିକରି ସାରିବାପରେ ରୁଟି କେବେ ଗଣିବା ଉଚିତନୁହେଁ ଏବଂ ହଟକେସକେବେ ଖାଲିରଖିବା ଉଚିତନୁହେଁ ଏହା ଅଶୁଭ ହୋଇଥାଏ ।
୧୧-ବିବାହିତ ସ୍ତ୍ରୀଲୋକମାନେ ନିଜରକାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇବା ଉଚିତନୁହେଁ, ଏହା ଅଶୁଭ ହୋଇଥାଏ ।
୧୨-ତିନୋଟିଗୁରୁବାରଦିନ ପାଞ୍ଚକିଲୋ ଅଟାରେ ଏକକିଲୋ ଗୁଡ ମିଶାଇ ରୁଟି ତିଆରିକରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂରହୋଇଥାଏ ଏବଂ ଧନପ୍ରାପ୍ତି ହୋଇଥାଏ ।
୧୩-ଶନିବାରଦିନ କଳାକୁକୁରକୁ ରୁଟିରେ ସୋରିଷତେଲ ମାରି ଖୁଆଇଲେ ଧନଲାଭରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ ।
୧୪-ପ୍ରତି ଗୁରୁବାରଦିନ ଓସ୍ତଗଛରେ ଜଳଦାନ କରିବାଦ୍ଵାରା ଏବଂ ମଥାରେ କେଶରତିଳକ ଲଗାଇବାଦ୍ଵାରା ଧନପ୍ରାପ୍ତି ହୋଇଥାଏ ।
୧୫-ଘରର ମୁଖ୍ୟଦ୍ଵାରରେ ରଙ୍ଗୋଲି କରିବାଦ୍ଵାରା ଏବଂ ଫୁଲରେ ସଜାଇବାଦ୍ଵାରା ସକାରାତ୍ମକଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬-ଘରରମୁଖ୍ୟଦ୍ଵାରରେ ସ୍ଵସ୍ତିକଚିହ୍ନ କିମ୍ବା ତ୍ରିଶୂଳଚିହ୍ନ ଲଗାଇବାଦ୍ଵାରା ବହୁତ ଶୁଭହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧିହୋଇଥାଏ ।
୧୭-ଘରର ମୁଖ୍ୟଦ୍ଵାରସାମ୍ନାରେ ଜୋତାଚପଲ ରଖିବାଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖାଦେଇଥାଏ ।
୧୮-ଘରପୋଛା ଲଗାଇବାସମୟରେ ପାଣିରେ ଅଳ୍ପଲୁଣ ପକାଇ ପୋଛା ଲଗାଇବାଦ୍ଵାରା ଶୁଭତ୍ଵ ବୃଦ୍ଧିହୋଇଥାଏ ।
୧୯-ଘରେ ବେକାରପଡିଥିବା ଜିନିଷ ରଖିବା ଉଚିତନୁହେଁ କିମ୍ବା ବନ୍ଦହୋଇ ପଡିଥିବା ବିଦ୍ୟୁତଉପକରଣ ରଖିବାଦ୍ଵାରା ନକରାତ୍ମକଶକ୍ତି ବୃଦ୍ଧିହୋଇଥାଏ ।
୨୦-ଯଦିଘରେ ଶୁକ୍ରବାରଦିନ ଶ୍ରୀସ୍ତୋତ୍ର କିମ୍ବା ଲକ୍ଷ୍ମୀସ୍ତୋତ୍ର ପାଠକରାଯାଏ ତେବେ ଗୃହରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧-ବାସ୍ତୁଶାସ୍ତ୍ରଅନୁସାରେ ଶୁକ୍ରବାରଦିନ ସକାଳୁ ଧଳାବସ୍ତ୍ରପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କକୃପା ଲାଭ ହୋଇଥାଏ ।
୨୨-ଶୁକ୍ରବାରଦିନ ଗୋଟିଏ ପଦ୍ମଫୁଲ ଆଣି ଘରେ ପଇସାରଖୁଥିବା ସ୍ଥାନରେ ରଖିବାଉଚିତ , ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
୨୩-ଅଷ୍ଟମୀଦିନ ସନ୍ଧ୍ୟାସମୟରେ ଘରର ଐଶାନ୍ୟକୋଣରେ ଘିଅଦୀପରେ କେଶରପକାଇ ଜଳିବାଦ୍ଵାରା ଧନପ୍ରାପ୍ତିର ଯୋଗ ସୃଷ୍ଟିହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment