ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୮ତାରିଖ,ଶୁକ୍ରବାର।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୨୭ ,ସୂର୍ଯ୍ୟାସ୍ତ-ଘ୬/୨୧/୩୯ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଦଶମୀ ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୫୧ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୨/୫୧ମି ମଧ୍ୟେ ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବାଘ୨/୫୧ମିପରେ ରାତ୍ରିଘ୧/୫୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର ନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଏକାଦଶୀର ପାର୍ବଣଶ୍ରାଦ୍ଧ ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- କଳମଶାଗ, ଦିବା ଘ୨/୫୧ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୯ମି ରୁ ଘ୧୧/୫୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୬ମି ରୁ ଘ୧୦/୩୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବାଘ୭/୨ମି ମଧ୍ୟେ, ଘ୭/୫୦ମି ରୁ ଘ୧୦/୧୪ମି ମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ, ଘ୩/୫୦ମି ରୁ ଘ୫/୨୬ମି ମଧ୍ୟେ, ରାତ୍ରିଘ୭/୫୬ମି ରୁ ଘ୯/୩୨ମିମଧ୍ୟେ, ଘ୩/୫୬ମିରୁ ଘ୪/୪୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୧୧/୮ମି ରୁ ଘ୧୧/୫୬ମିମଧ୍ୟେ, ଘ୪/୪୪ମି ରୁ ରାତ୍ରିଶେଷ ଘ୫/୨୫ମି ପର୍ଯ୍ୟନ୍ତ। ପୁଷ୍କରଦୋଷ – ନାହିଁ ।
ମେଷ- ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ।
ବୃଷ- ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନ ଲାଗି ସମୟ ଭଲ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।
ମିଥୁନ- ଦିମାକରେ ଲାଗି ରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ।
କର୍କଟ- ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ।
ସିଂହ-ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପରିବାରର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ମିଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।
କନ୍ୟାଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ। ନିଜ ପାଇଁ ପରିଧାନ କିଣିବେ।

ତୁଳା- ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ପ୍ରଶଂସା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ।
ବିଛା- ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ଧନୁ-ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ।
ମକର-ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
କୁମ୍ଭ- ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଫିସ୍‌ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ।
ମୀନ- ପୂରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ।
ନୀତିବାଣୀ-ଗୋଟିଏହସ ହଜାରହଜାର ଦୁ୍ଃଖକୁ ଭୁଲାଇଦେଇଥାଏ , ଜୀବନ ରାସ୍ତାରେ ସମ୍ଭାଳିକରି ଚାଲିବା ଦରକାର , କାହିଁକିନା ଗୋଟିଏଭୁଲ ହଜାର ହଜାର ସ୍ବପ୍ନକୁପୋଡି ପାଉଁଶରେ ପରିଣତ କରିଦିଏ।
ମହାଦେବଙ୍କ ପ୍ରିୟପୁଷ୍ପ..ଜାଣିବା ମହାଦେବଙ୍କୁ କେଉଁଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ।
ଦୁଦୁରା-ଶିବଲିଙ୍ଗରେ ନିୟମିତ ଦୁଦୁରାଫୁଲ ସହ ବେଲପତ୍ର ଓ ଦୂବଅର୍ପଣ କଲେ ଧନପ୍ରାପ୍ତିହୋଇଥାଏ। ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହି ଫୁଲ ଅର୍ପଣକଲେ ମନୋକାମନା ପୂର୍ଣ୍ଣହୋଇଥାଏ।
ଅରଖ-ଅରଖଫୁଲ ଅର୍ପଣ କରିବାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖଫୁଲ ଅର୍ପଣକଲେ ବିଦ୍ୟାକ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁବ୍ୟକ୍ତି ନିୟମିତ ଅରଖଫୁଲ ଅର୍ପଣକରେ, ତାରମୃତ୍ୟୁପରେ ତାକୁ ଶିବଲୋକପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
କନିଅର-ଏହିଫୁଲ ଭଗବାନଶିବଙ୍କର ଖୁବପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣକଲେ ନିଜଇଚ୍ଛା ଅନୁଯାୟୀ ଭଲ ଜୀବନସାଥୀ ପ୍ରାପ୍ତିହୋଇଥାଏ। ଶିବପୁରାଣରେ ଏହିଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛି ଯେ, ଏକଲକ୍ଷ କନିଅରଫୁଲ ଶିବଙ୍କୁଅର୍ପଣକଲେ ସମସ୍ତରୋଗ ଓ ଶୋକନାଶ ହୋଇଥାଏ।
ଅଗସ୍ତି-ଏହାକୁଅର୍ପଣକଲେ ସମାଜରେ ମାନସମ୍ମାନ ଓ ଖ୍ୟାତିପ୍ରାପ୍ତି ହୋଇଥାଏ। ଯେଉଁବ୍ୟକ୍ତି ଅଗସ୍ତିଫୁଲ ମହାଦେବଙ୍କୁ ଅପର୍ଣକରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟ ହୋଇଥାଏ।
ସେଫାଳି- ଭଗବାନଶିବଙ୍କୁ ସେଫାଳି ଅର୍ପଣକଲେ ମାନସିକ ଶାନ୍ତିମିଳିବା ସହ ଜୀବନରେଥିବା ସମସ୍ତକଷ୍ଟ ଦୂରହୋଇଥାଏ। ମହାଦେବଙ୍କୁ ଏହିଫୁଲ ଅତ୍ୟନ୍ତ ପ୍ରିୟ, ତେଣୁ ଏହାକୁ ଅର୍ପଣକଲେ ମୋକ୍ଷପ୍ରାପ୍ତି ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!

 

Comments (0)
Add Comment