ଆଜିର ରାଶିଫଳ

0 218

୨୦୨୩ମସିହା ଜୁଲାଇମାସ ୨୮ତାରିଖ,ଶୁକ୍ରବାର।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୨୭ ,ସୂର୍ଯ୍ୟାସ୍ତ-ଘ୬/୨୧/୩୯ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଦଶମୀ ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୫୧ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୨/୫୧ମି ମଧ୍ୟେ ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବାଘ୨/୫୧ମିପରେ ରାତ୍ରିଘ୧/୫୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର ନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଏକାଦଶୀର ପାର୍ବଣଶ୍ରାଦ୍ଧ ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- କଳମଶାଗ, ଦିବା ଘ୨/୫୧ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୯ମି ରୁ ଘ୧୧/୫୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୬ମି ରୁ ଘ୧୦/୩୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବାଘ୭/୨ମି ମଧ୍ୟେ, ଘ୭/୫୦ମି ରୁ ଘ୧୦/୧୪ମି ମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ, ଘ୩/୫୦ମି ରୁ ଘ୫/୨୬ମି ମଧ୍ୟେ, ରାତ୍ରିଘ୭/୫୬ମି ରୁ ଘ୯/୩୨ମିମଧ୍ୟେ, ଘ୩/୫୬ମିରୁ ଘ୪/୪୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୧୧/୮ମି ରୁ ଘ୧୧/୫୬ମିମଧ୍ୟେ, ଘ୪/୪୪ମି ରୁ ରାତ୍ରିଶେଷ ଘ୫/୨୫ମି ପର୍ଯ୍ୟନ୍ତ। ପୁଷ୍କରଦୋଷ – ନାହିଁ ।
ମେଷ- ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ।
ବୃଷ- ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଚାକିରି ପରିବର୍ତ୍ତନ ଲାଗି ସମୟ ଭଲ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।
ମିଥୁନ- ଦିମାକରେ ଲାଗି ରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ବିବାହଯୋଗ୍ୟ ବ୍ୟକ୍ତିିଙ୍କ ପାଇଁ ସୁନ୍ଦର ପ୍ରସ୍ତାବ ଆସିପାରେ।
କର୍କଟ- ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ।
ସିଂହ-ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ପରିବାରର କୌଣସି ସଦସ୍ୟଙ୍କ ଠାରୁ ଖୁସି ଖବର ମିଳିବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।
କନ୍ୟାଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ। ନିଜ ପାଇଁ ପରିଧାନ କିଣିବେ।

ତୁଳା- ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ପ୍ରଶଂସା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ।
ବିଛା- ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।
ଧନୁ-ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ।
ମକର-ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ନୂଆ ଯୋଜନା ପ୍ରସ୍ତୁତ କରିବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରଛାତ୍ରୀମାନେ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
କୁମ୍ଭ- ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଫିସ୍‌ ଓ ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ।
ମୀନ- ପୂରାଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ରାଜନେତାଙ୍କ ସହିତ ସଂପର୍କ ମଜଭୁତ ହେବ।
ନୀତିବାଣୀ-ଗୋଟିଏହସ ହଜାରହଜାର ଦୁ୍ଃଖକୁ ଭୁଲାଇଦେଇଥାଏ , ଜୀବନ ରାସ୍ତାରେ ସମ୍ଭାଳିକରି ଚାଲିବା ଦରକାର , କାହିଁକିନା ଗୋଟିଏଭୁଲ ହଜାର ହଜାର ସ୍ବପ୍ନକୁପୋଡି ପାଉଁଶରେ ପରିଣତ କରିଦିଏ।
ମହାଦେବଙ୍କ ପ୍ରିୟପୁଷ୍ପ..ଜାଣିବା ମହାଦେବଙ୍କୁ କେଉଁଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ।
ଦୁଦୁରା-ଶିବଲିଙ୍ଗରେ ନିୟମିତ ଦୁଦୁରାଫୁଲ ସହ ବେଲପତ୍ର ଓ ଦୂବଅର୍ପଣ କଲେ ଧନପ୍ରାପ୍ତିହୋଇଥାଏ। ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହି ଫୁଲ ଅର୍ପଣକଲେ ମନୋକାମନା ପୂର୍ଣ୍ଣହୋଇଥାଏ।
ଅରଖ-ଅରଖଫୁଲ ଅର୍ପଣ କରିବାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖଫୁଲ ଅର୍ପଣକଲେ ବିଦ୍ୟାକ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁବ୍ୟକ୍ତି ନିୟମିତ ଅରଖଫୁଲ ଅର୍ପଣକରେ, ତାରମୃତ୍ୟୁପରେ ତାକୁ ଶିବଲୋକପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
କନିଅର-ଏହିଫୁଲ ଭଗବାନଶିବଙ୍କର ଖୁବପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣକଲେ ନିଜଇଚ୍ଛା ଅନୁଯାୟୀ ଭଲ ଜୀବନସାଥୀ ପ୍ରାପ୍ତିହୋଇଥାଏ। ଶିବପୁରାଣରେ ଏହିଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି। ଶାସ୍ତ୍ରରେ କୁହାଯାଇଛି ଯେ, ଏକଲକ୍ଷ କନିଅରଫୁଲ ଶିବଙ୍କୁଅର୍ପଣକଲେ ସମସ୍ତରୋଗ ଓ ଶୋକନାଶ ହୋଇଥାଏ।
ଅଗସ୍ତି-ଏହାକୁଅର୍ପଣକଲେ ସମାଜରେ ମାନସମ୍ମାନ ଓ ଖ୍ୟାତିପ୍ରାପ୍ତି ହୋଇଥାଏ। ଯେଉଁବ୍ୟକ୍ତି ଅଗସ୍ତିଫୁଲ ମହାଦେବଙ୍କୁ ଅପର୍ଣକରେ, ସେ ଶ୍ରୀହରିଙ୍କ ମଧ୍ୟ ପ୍ରିୟ ହୋଇଥାଏ।
ସେଫାଳି- ଭଗବାନଶିବଙ୍କୁ ସେଫାଳି ଅର୍ପଣକଲେ ମାନସିକ ଶାନ୍ତିମିଳିବା ସହ ଜୀବନରେଥିବା ସମସ୍ତକଷ୍ଟ ଦୂରହୋଇଥାଏ। ମହାଦେବଙ୍କୁ ଏହିଫୁଲ ଅତ୍ୟନ୍ତ ପ୍ରିୟ, ତେଣୁ ଏହାକୁ ଅର୍ପଣକଲେ ମୋକ୍ଷପ୍ରାପ୍ତି ହୋଇଥାଏ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!

 

Leave A Reply

Your email address will not be published.