ଶିଶୁକନ୍ୟା ଅପହରଣ ଅଭିଯୋଗ

0 145

ପୁରୀ,୨୭ା୭(ଏସଏସନିଉଜ) ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ଏକ କାର୍‌ରେ ଅପହରଣ କରାଯାଇଥିବାର ସଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତି ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ଏକ କଳାରଙ୍ଗର କାରରେ ବସିଥିବା ଜଣେ ମହିଳାଆସି ପଇଡ ମାଗିଥିଲେ ।ପଇଡଟି ନେଇ ୯ ବର୍ଷର ବଡ଼ ଝିଅ ଓ ୩ ବର୍ଷର ଶିଶୁ କନ୍ୟା ଯାଇଥିଲେ ।ପଇଡରୁ ନାଳି କାଢିବାକୁ କହି ବଡଝିଅକୁ ପଠାଇଦେଇଥିବାବେଳେ ସାନଝିାକୁ ମହିଳାଜଣଙ୍କ କାରରେ ନେଇ ପଳାଯାଇଥିଲେ ବୋଲି ସଞୟକରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୁଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ କରୁଛି ।

 

Leave A Reply

Your email address will not be published.