ଜୁନମାସ ୦୮ତାରିଖ ୨୦୨୫ ମସିହା(ରବିବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ୦୬/୫୯ ଗତେ ତ୍ରୟୋଦଶୀ,ନକ୍ଷତ୍ର- ସ୍ଵାତୀ ଦିବା ଘ୦୧/୦୮ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୦,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୬/୫୯ ଗତେ ନୈରୁତେ,ମେଷରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵୀପାଦ ଓ ଦିବା ଘ୦୬/୫୯ଗତେ ଏକ ପାଦ ଓ ଦିବା ଘ୦୧/୦୮ ଗତେ ଦ୍ଵୀ ପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୦୮ ଗତେ ଘ୦୧/୨୭ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୬/୪୮ ଗତେ ଘ୦୯/୧୧ମଧ୍ୟେ ଓ ଘ୦୧/୨୭ ଗତେ ଘ୦୨/୦୦ ମଧ୍ୟେ ରାତ୍ରି ଘ୦୭/୪୪ ଗତେ ଘ୧୦/୫୭ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ଦିବା ଘ୦୩/୩୫ଗତେ ଘ୦୪/୨୪ମଧ୍ୟେ,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ।
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୋଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।
କର୍କଟ -ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରିଯିବ। ଧନଲାଭ ହେବାରୁ ମନ ଖୁସି ରହିବ।କାର୍ଯ୍ୟପୁରଣରେ ବିଳମ୍ବ ହେବ।ସମୟ ଗୁଡିକ ହସ ଖୁସିରେ ବିତିବ।କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ।
କନ୍ୟା-ଆର୍ଥିକ ଦିଗରୁ ବେଶ୍ ଅନୁକୂଳଥିବାରୁ କିଛି ନୂତନପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ।ମହିଳାମାନେ ଲକ୍ଷ୍ୟହାସଲ କରିବାରେ ସମର୍ଥହେବେ।ବନ୍ଧୁଙ୍କ ସହଯୋଗରେ କେତେକସମସ୍ୟାର ସମାଧାନ ହେବ।
ତୁଳା-ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକକାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ।ଯାତ୍ରାରେ ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
ବିଛା-ଧାର୍ମିକକାର୍ଯ୍ୟରେ ରୁଚି ବଢିବ।ସଂଘର୍ଷଦ୍ଵାରା ସଫଳତା ମିଳିବ।ଅଧିକାରୀଙ୍କଠାରୁ ସହଯୋଗ ମିଳିବ।ନିଜଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
ଧନୁ-ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ।କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ।ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।
ମକର- ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ।
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ।
ଘରେ କେଉଁ ସ୍ଥାନରେ ଘଣ୍ଟା ଲଗାଇଲେ ଶୁଭ?
ସମୟ ହେଉଛି ବହୁତ ମୂଲ୍ୟବାନ। ସମୟ ଥରେ ବିତିଗଲେ ଆଉ କେବେବି ଫେରିକି ଆସିନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆମ ଘର ମଧ୍ୟରେ ଥିବା ପ୍ରତ୍ଯେକଟି ଜିନିଷର ପ୍ରଭାବ ସେହି ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ। ତେବେ ସେହିସବୁ ବାସ୍ତୁଗୁଡିକ ମଧ୍ୟରେ ରହିଛି ଘଡି।
ଘଣ୍ଟା ମଧ୍ୟ ଆମଜୀବନର ଏକ ମହତ୍ଵପୂର୍ଣ୍ଣବାସ୍ତୁ।ଯାହା ଆମକୁ ସଠିକସମୟରେ ସଠିକକାର୍ଯ୍ୟ କରିବାକୁ ସମୟ ଦର୍ଶାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ,ଘରେ ଥିବା ପ୍ରତ୍ୟେକଟି ବସ୍ତୁରପ୍ରଭାବ ଆମ ଜୀବନଉପରେ ପଡିଥାଏ।ସେମିତି ଏକବସ୍ତୁ ହେଉଛି ଘଡ଼ି ବା ଘଣ୍ଟା।
ସମୟ ଜାଣିବାପାଇଁ ଆମେ ସାଧାରଣତଃ ଘରେ ଘଣ୍ଟା ଲଗାଇଥାଉ।କିନ୍ତୁ ଏହିଘଣ୍ଟା ଲଗାଇବାପାଇଁ ସଠିକ୍ ଦିଗର ଚୟନକରିବା ବି ଜରୁରୀ ହୋଇଥାଏ,ନଚେତ୍ ଏହାର କୁପ୍ରଭାବ ଆମଘର ଓ ଜୀବନ ଉପରେ ପଡିଥାଏ।
୧.ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତରଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣଦିଗ ହେଉଛି ଯମରାଜଙ୍କରଦିଗ ତେଣୁ ସେହି ଦିଗରେ ଘଣ୍ଟା ନଲଗାଇବା ଉଚିତ୍। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକପ୍ରଭାବ ପଡିଥାଏ।ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ବି ସାଜିପାରେ।
୨.କେବେବି ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟଉପରେ ଘଣ୍ଟା ଲଗାନ୍ତୁନାହିଁ।ଏମିତିକଲେ ଘରେ ସର୍ବଦା ଝଗଡ଼ା ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
୩.ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ।ଏହାଉପରେ ଧୂଳି ଜମିବାକୁ ଦିଅନ୍ତୁନାହିଁ।ଭାଙ୍ଗିଯାଇଥିବା କିମ୍ବା ଅଚଳଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ।ଏହାଦ୍ୱାରା ଘରେ ଅଶୁଭ ହୋଇଥାଏ।
୪.ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେନାହିଁ। ଦରକାରପଡିଲେ ଏହାର ସମୟକୁ ଦୁଇ ତିନିମିନିଟ୍ ଆଗୁଆ ପଛେ କରିଦେବେ ହେଲେ ଆଦୌ ବିଳମ୍ବ ହେବାକୁଦେବେନି।ଏହାଦ୍ୱାରା ପରିବାର ଲୋକଙ୍କଉପରେ ସମୟା ନୁବର୍ତ୍ତିତାର ପ୍ରଭାବ ପଡିଥାଏ।
୫.କୁହାଯାଏ ଘରର ହଲ୍ରେ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ବି ଅତ୍ୟନ୍ତଶୁଭ ହୋଇଥାଏ।
🌹ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା🌹