ଫେବୃଆରୀମାସ ୦୪ତାରିଖ ୨୦୨୫ମସିହା (ମଙ୍ଗଳବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ ୦୨/୩୩ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୨ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୩୪ଗତେ ଐଶାନ୍ୟେ ,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୨ମଧ୍ୟେ ,ବାରବେଳା – ଦିବା ଘ୦୭/୪୮ ଗତେ ଘ୦୯/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୫୩ଗତେ ଘ୧୧/୧୦ମଧ୍ୟେ ଓ ଘ୦୪/୦୦ ଗତେ ଘ୦୫/୩୯ମଧ୍ୟେ ଓ ରାତ୍ରି ଘ୦୬/୨୬ ଗତେ ଘ୦୮/୫୧ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ତାଳ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନର ସୁଯୋଗମିଳିବ ,ଦାମ୍ପତ୍ୟଜୀବନ ପୂର୍ବଅପେକ୍ଷା ଅଧିକ ଭଲହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବାଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:-ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:-ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।
ଘରେ ଭୁଲ୍ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ…..
ଘରର ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକେ କାନ୍ଥରେ ସୁନ୍ଦରଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହିଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯେମିତିକି:-
ବାସ୍ତୁଶାସ୍ତ୍ରଅନୁଯାୟୀ, ନଟରାଜମୂର୍ତ୍ତି ହେଉ ଅବା ଫଟୋକୁ ଘରେରଖିବା ଠିକ୍ ନୁହେଁ। କାରଣ ଏଥିରେ ଭଗବାନଶିବଙ୍କର ତାଣ୍ଡବମୁଦ୍ରା ଦେଖିବାକୁ ମିଳେ; ଯାହାକୁ ବିଧ୍ୱଂସରପ୍ରତୀକ ବୋଲି କୁହାଯାଏ।
ପାଣିରେ ବୁଡ଼ିଯାଉଥିବା ଡଙ୍ଗା କିମ୍ବା ଜାହାଜର ଫଟୋକୁ ମଧ୍ୟ କାନ୍ଥରେଲଗାଇବା ଉଚିତ୍ ନୁହେଁ। ଏହା ପ୍ରଗତିରେବାଧା ସୃଷ୍ଟିକରେ ବୋଲି ବିଶ୍ୱାସ ରହିଛି।
ଘରେ ପିଲାମାନଙ୍କର ଫଟୋଲଗାଇବା ସୌଭାଗ୍ୟରସୂଚନା ଦିଏ। ବିଶେଷକରି ନବଦମ୍ପତିଙ୍କରୁମ୍ରେ ପିଲାଙ୍କଫଟୋ ଲଗାଇବା ଶୁଭଫଳ ଦେଇଥାଏ। କିନ୍ତୁ ଭୁଲ୍ରେ କେବେ ବି କାନ୍ଦୁଥିବା କିମ୍ବା ରାଗିକିଚାହୁଁଥିବା ପିଲାରଫଟୋ ଲଗାଇବେନାହିଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ।
ଗୋଲାପଫୁଲ ଦେଖିବାକୁ ଖୁବ୍ ସୁନ୍ଦର। ହେଲେ ଜାଣିଲେ ଆଶ୍ଚର୍ଯ୍ୟହେବେ ଗୋଲାପଫୁଲକୁ ଯେତିକି ପ୍ରାଧାନ୍ୟମିଳେ, ଏହାରଗଛକୁ କିନ୍ତୁ ସେତିକି ମିଳେନା। କାରଣ ଏଥିରେ କଣ୍ଟାଥାଏ। ବାସ୍ତୁଶାସ୍ତ୍ରରେ ବି କୁହାଯାଇଛି, ଘରେ ଗୋଲାପଫୁଲର ଫଟୋ ଲଗାଇପାରିବେ। କିନ୍ତୁ ଏହାର ଗଛରଫଟୋକୁ ଲଗାଇବେନାହିଁ। କାରଣ ଏଥିରେଥିବା କଣ୍ଟା ଘରେ ନକାରାତ୍ମକଊର୍ଜ୍ଜା ବୃଦ୍ଧି କରିଥାଏ।
ବାସ୍ତୁଶାସ୍ତ୍ରଅନୁଯାୟୀ, ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧସମ୍ବନ୍ଧୀୟ ଫଟୋ ଲଗାଇବାମଧ୍ୟ ଠିକ୍ ନୁହେଁ। ବିଶେଷକରି ମହାଭାରତଯୁଦ୍ଧର ଫଟୋ ଲଗାଇବେନାହିଁ। ଏହାଦ୍ୱାରା କୁଆଡ଼େ ଭ୍ରାତୃସମ୍ପର୍କରେ ତିକ୍ତତା ଆସିଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!