ଆଜିର ରାଶିଫଳ

ଜୁନମାସ ୧୧ତାରିଖ ୨୦୨୫ମସିହା (ବୁଧବାର)
ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ୦୧/୧୩ ଗତେ ପ୍ରତିପଦ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୮/୫୪ ଗତେ ମୂଳା,ଚନ୍ଦ୍ର- ବିଛା ରାତ୍ରି ଘ୦୮/୫୪ ଗତେ ଧନୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୦୦,ଯୋଗିନୀ ବାୟବ୍ୟେ ଦିବା ଘ୦୧/୧୩ ଗତେ ପୂର୍ବେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୨୮ ଗତେ ଘ୧୦/୦୭ ମଧ୍ୟେ,ବାରବେଳା- ଦିବା ଘ୧୧/୪୬ ଗତେ ଘ୦୧/୨୬ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ ଗତେ ଘ୦୮/୨୭ ମଧ୍ୟେ ଓ ଘ୧୦/୦୭ ଗତେ ଘ୧୧/୧୪ ମଧ୍ୟେ ଓ ଘ୦୧/୫୫ ଗତେ ଘ୦୫/୧୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ଆମିଷ ଦିବା ୦୧/୧୩ ଗତେ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷ ଦାୟକ ରହିବ।
ମିଥୁନ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ।ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳି ଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ।କଳା,ସାହିତ୍ୟ ଓ ସଙ୍ଗୀତକ୍ଷେତରେ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମାକାରବାର, ଗାଡିମୋଟର ମରାମତିସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥାଦେଇଥିବା ବନ୍ଧୁ ପରକ୍ଷଣ ରେ ଓଲଟାକଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ମୀନ👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ।ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନକ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।

ଲେମ୍ବୁ ଓ ଅଦା ମିଶା ପାଣି-ଲେମ୍ବୁ ଓ ଅଦା ପାଣି ଆଣ୍ଟି-ଅକ୍ସିଡାଣ୍ଟରେ ଭରା । ଏହା ଲିଭର୍ ଓ କିଡ୍ନୀର ପ୍ରଦାହକୁ କମ୍ କରିବା ସହ ଫ୍ରି ରେଡକଲ୍ସ ଡ୍ୟାମେଜରୁ ରକ୍ଷା କରିଥାଏ । ଏହାସହିତ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହି ପାନୀୟ ପିଇବା ଦ୍ୱାରା କିଡ୍ନୀ ଓ ଲିଭର୍ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଏକ ଗ୍ଲାସ୍ ହାଲ୍କା ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ନିଅନ୍ତୁ । ଏଥିରେ ଅଧା ଇଞ୍ଚର ଅଦାକୁ କୋରି ପକାଇ ଦିଅନ୍ତୁ । ଏହି ମିଶ୍ରଣକୁ ସକାଳେ ଖାଲି ପେଟରେ ପିଇବା ଉଚିତ୍ ।
ହଳଦୀମିଶା ଦୁଗ୍ଧ-ହଳଦୀରେ ଥିବା କର୍କ୍ୟୁମିନ୍ ପ୍ରଦାହକୁ କମ୍ କରିଥାଏ । ଏହାବ୍ୟତୀତ ହଳଦୀରେ ଆଣ୍ଟିମାଇକ୍ରୋବିୟଲ୍ ଗୁଣ ମଧ୍ୟ ରହିଥାଏ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । ହଳଦୀଯୁକ୍ତ ଦୁଗ୍ଧ କିଡ୍ନୀ ଓ ଲିଭର୍ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସହାୟତା କରିଥାଏ । ଏକ ଗ୍ଲାସ୍ ଦୁଗ୍ଧରେ ଅଧା ଚାମଚ ହଳଦୀପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ ।
ବିଟ୍ ଓ ଗାଜର ଜୁସ ବିଟ୍ –ଲିଭର୍ରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଖୁବ୍ ସହାୟକ ହୋଇଥାଏ । ଏଥିରେଥିବା ତତ୍ତ୍ୱ ବିଷାକ୍ତପଦାର୍ଥକୁ ବାହାର କରିଥାଏ ।ଗାଜରରେ ଥିବା ଫାଇବର ଉଭୟ ଲିଭର୍ ଓ କିଡ୍ନୀକୁ ଲାଭପହଞ୍ଚାଇଥାଏ ।ତେଣୁ ବିଟ୍ ଓ ଗାଜରରଜୁସ ବାହାର କରି ସେଥିରେ ସ୍ୱାଦାନୁସାରେ ଲେମ୍ବୁରସ ଓ ଗୋଲମରିଚଗୁଣ୍ଡ ପକାଇ ସକାଳେ ଖାଲିପେଟରେ ପିଇପାରିବେ ।
ଗ୍ରୀନଟି –ଗ୍ରୀନ୍ ଟି’ରେ କ୍ୟାଟିଚିନ୍ସ ରହିଥାଏ,ଯାହା ଖୁବ୍ ଶକ୍ତିଶାଳୀ ଆଣ୍ଟି- ଅକ୍ସିଡାଣ୍ଟସ୍। ଏହା ଫ୍ରିରେଡିକଲ୍ସ ଡ୍ୟାମେଜ୍ରୁ ରକ୍ଷାକରିଥାଏ ।ଏହାବ୍ୟତୀତ ଡାଇୟୁରେଟିକ୍ ରହିଥାଏ, ଯାହା ପରିସ୍ରା ଜରିଆରେ କିଡ୍ନୀରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।ସେହିପରି ଗ୍ରୀନ୍ ଟି’ ମେଟାବଲିଜିମ୍ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।ଏକକପ୍ ଗରମପାଣିରେ ଗ୍ରୀନ୍ ଟି ବ୍ୟାଗ୍କୁ ୨-୩ ମିନିଟ୍ ଯାଏ ପକାଇ ରଖନ୍ତୁ ।ଏବେ ଏହାକୁ ପିଇପାରିବେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

 

 

Comments (0)
Add Comment