ଆଜିର ଅନୁଚିନ୍ତା

ତାରିଖ - ୧୫:୧୦:୨୦୨୧ (ଶୁକ୍ରବାର)

ସର୍ବମଙ୍ଗଳ ମାଙ୍ଗଲ୍ୟେ, ଶିବେ, ସର୍ବାର୍ଥସାଧିକେ, ଶରଣ୍ୟେ ତ୍ର୍ୟମ୍ବକେ ଗୌରି, ନାରାୟଣି, ନମୋ<ସ୍ତୁତେ।
➡️ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ଏ ସମାଜେ ଛନ୍ତି ପଣେ ପର ଘର ଭାଙ୍ଗି କେତେ ଶାନ୍ତି ପା’ନ୍ତି ଉପର ବାଲା ହିଁ ଜାଣେ ।
➡️ବିପଦ କାଳରେ ବୃଦ୍ଧଙ୍କର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧଙ୍କର ମତ ଗ୍ରହଣ କରିବା,,,,, ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ ,କାରଣ ସ୍ୱୟଂ ପରିପାକ ଓ କାମ ଶକ୍ତିର ଅଳ୍ପତା ହେତୁ ବୃଦ୍ଧ ସମସ୍ତଙ୍କୁ ଭୋଜନ ଓ ରମଣ ରୁ ନିବୃତ ହେବାକୁ ଉପଦେଶ ଦେଉଥାନ୍ତି।
➡️ବିଜେତା ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି, ବାଧା ଉପରେ ନୁହେଁ।
➡️କାହାକୁ ପାଇଯିବା କେବଳ ପ୍ରେମ ନୁହେଁ,,,,,ସାରା ଜୀବନ ସମ୍ମାନର ସହିତ Heart ରେ ସାଇତି ରଖିବା ହେଉଛି ପ୍ରକୃତ ପ୍ରେମ ।
🌸ସଫଳତା ସେହି ମଣିଷକୁ ମିଳିଥାଏ ଯେଉଁ ମଣିଷ ନିଜ କର୍ମକୁ କେବେ ଛୋଟ ବୋଲି ମନେ କରି ନଥାଏ । କାରଣ କୌଣସି କାମ ଛୋଟ କିମ୍ବା ବଡ଼ ହୋଇ ନଥାଏ ସବୁ କର୍ମ ର ଆରମ୍ଭ ଛୋଟରୁ ହିଁ ହୋଇଥାଏ ।
🌸ଏ ସଂସାରରେ ମଣିଷ ତିଷ୍ଠି ରହିବା ପାଇଁ ବରାବର ସଂଗ୍ରାମ ଚଳାଇଥାଏ । କେତେବେଳେ ସେ ହାରିଯାଏ ତ କେତେବେଳେ ଜିତିଯାଏ। ତାକୁ ହିଁ କୁହାଯାଏ ଜୀବନର ସଂଗ୍ରାମ। ସଂଗ୍ରାମ ଭିତରେ ହିଁ ବିରତ୍ୱ ରହିଥାଏ, ବିଜୟ ଭିତରେ ନୁହେଁ
🌸ଖୁବ୍ କମ୍ ଦିନପାଇଁ ମଣିଷ ଏ ଦୁନିଆ କୁ ଆସିଥାଏ।ମାତ୍ର ଏତିକି ଭାବିବାକୁ ହଵ ଭଗବାନ୍ ଏ ସୁନ୍ଦର ଦୁନିଆକୁ ତୁମକୁ କାହିଁକି ଆଣିଛନ୍ତି । ନିଜେ ଭଲରେ ବଞ୍ଚିବା ସହ ପାରିଵେ ଯଦି ଅନ୍ୟ ପାଇଁ ଵି ବଞ୍ଚିବା ଶିଖନ୍ତୁ । କିଏ ଜାଣେ ଏ ଜୀବନଟା କେଵେ ଧୋକା ଦେଇଦବ।
🌸ଜୀବନ ଗୋଟିଏ ରେଳ ଗାଡି । ଯିଏ ପ୍ରତ୍ୟେକ ସମୟ ଚାଲିଥାଏ।ଲୋକେ ଆସନ୍ତି ଆଉ ଯାଆନ୍ତି.. କୌଣସି ବି ଷ୍ଟେସନ ରେ ରୁହେ, କିଛି ନୂଆ ଲୋକ ଚଢ଼ନ୍ତି
🦋ଲୋକେ କ’ଣ ଭାବିବେ, ଲୋକେ କ’ଣ କହିବେ ଏ ସବୁ ଚିନ୍ତା ଛାଡି ନିଜକୁ ଯାହା ଭଲ ଲାଗୁଛି ତାକୁ ହିଁ ପ୍ରାଧାନ୍ୟ ଦିଅନ୍ତୁ ” କାରଣ ” ଲୋକେ ଭଲ କଲେ ବି କହିବେ ଆଉ ମନ୍ଦ କଲେ ବି କହିବେ ।
🦋”ସମୟ “ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ଜୀବନ ସାରା ମନେ ରହେ ।
🦋ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ, ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର ବି କୌଣସି ମୂଲ୍ୟ ରହେ ନାହିଁ ।
🦋ଭାଙ୍ଗି ଯାଇଥିବା “ବିଶ୍ବାସ” ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ ।
🦋ଆମ ଜୀବନରେ Adjustment ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, Understanding ତା’ଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
●●● ସ୍ତ୍ରୀ ପାଖରେ ଦଶମିନିଟ ସମୟ ବିତାଉଥିବା ବ୍ୟକ୍ତି ଅନୁଭବ କରନ୍ତି ଜୀବନ ଅତ୍ୟନ୍ତ ଜଞ୍ଜାଳମୟ ।
●●● ମଦୁଆ ଭାସାଙ୍ଗଙ୍କ ମେଳରେ ମଦ ପିଉଥିବା ମଦୁଆ ବ୍ଯକ୍ତିଟି ସେହି ଦଶମିନିଟ ସମୟରେ ଅନୁଭବ କରନ୍ତି ଜୀବନଟା ଅତ୍ୟନ୍ତ ଉପଭୋଗର ସମୟ ।
●●● ସାଧୁ ସଂନ୍ଥଙ୍କ ସହିତ ସେହି ଦଶମିନିଟ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରେ ଏ ସଂସାରଟା ମାୟାରେ ପରିପୂର୍ଣ୍ଣ , ସବୁ ଧନ ସମ୍ପତି ଦାନ କରି ସନ୍ଯାସ ନେବା ଉଚିତ ।
●●● ସେହି ଦଶମିନିଟ ରାଜନେତାଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି ଯେ ତାଙ୍କ ଜୀବନର ସବୁ ଶିକ୍ଷା ଦୀକ୍ଷା ତୁଛ ।
●●● ସେହି ଦଶମିନିଟ ଜୀବନବୀମା ପ୍ରତିନିଧିଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି ଯେ , ବଞ୍ଚିବା ଅପେକ୍ଷା ମରିବାରେ ଅନେକ ଲାଭ ।
●●● ସେହି ଦଶମିନିଟ ବ୍ଯବଷାୟୀଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି ନିଜର ରୋଜଗାର କିଛି ନୁହେଁ ।
●●● ସେହି ଦଶମିନିଟ ବୈଜ୍ଞାନିକଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି ନିଜର ଅଜ୍ଞାନତା ନିଜର ଦୁଃଖର କାରଣ ।
●●● ସେହି ଦଶମିନିଟ ଜଣେ ଭଲ ଶିକ୍ଷକ ଅଥବା ଅଧ୍ୟାପକଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି ଆଉଥରେ ଛାତ୍ର ଜୀବନ ଫେରିଆସନ୍ତାନି ?
●●● ସେହି ଦଶମିନିଟ କୃଷକଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ନିଜେ କରୁଥିବା ପରିଶ୍ରମ ଅତ୍ୟନ୍ତ ନିମ୍ନଧରଣର ବୋଲି ଅନୁଭବ କରନ୍ତି ।
●●● ସେହି ଦଶମିନିଟ ସୈନିକଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି , ଦେଶ ପ୍ରତି ନିଜର ତ୍ଯାଗ ଓ କର୍ତ୍ତବ୍ୟ ବହୁତ ତୁଛ
●●● ସେହି ଦଶମିନିଟ ଶ୍ମଶାନ ଘାଟକୁ ଶବ ସହ ଯାଉଥିବା ବ୍ଯକ୍ତି ଅନୁଭବ କରନ୍ତି ଜୀବନଟା ମାୟା ମୋହରେ ପରିପୂର୍ଣ୍ଣ ।
●●● ସେହି ଦଶମିନିଟ ଜଣେ ଭଲ ସାଙ୍ଗଙ୍କ ସହିତ ଅତିବାହିତ କରୁଥିବା ବ୍ଯକ୍ତି ଅନୁଭବ କରନ୍ତି , ଜୀବନଟା ସ୍ବର୍ଗ ଠାରୁ ବି ଅଧିକ ସୁନ୍ଦର ଅଟେ ।
🙏ଜୟ ମା ଦୁର୍ଗତିନାସିନୀ🙏ଜୟ ମା ସନ୍ତୋଷୀ🙏 ଶୁଭ ସକାଳ,ଆଜି ଶୁକ୍ରବାର ଦଶହରା ମା ଦୁର୍ଗାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ମା ଦୁର୍ଗା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏 ବିଜୟା ଦଶମୀ ର ହାର୍ଦ୍ଦିକ ଅଭିନନ୍ଦନ●●●

 

Comments (0)
Add Comment