୨୦୨୪ମସିହା ମଇମାସ ୨୩ତାରିଖ ଗୁରୁବାର।ଚନ୍ଦନ ଓ ବୁଦ୍ଧପୂର୍ଣ୍ଣିମା, ଗୁରୁପୂର୍ଣ୍ଣିମା ବ୍ରତ,କୁର୍ମାବତାର ଜୟନ୍ତୀ, ବୈଶାଖ ବ୍ରତ ସମାପନ, ମୁକ୍ତିମଣ୍ଡପ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି, ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ।ସୁର୍ଯ୍ୟୋଦୟ- ଘ୫/୧୨/୭,ସୂର୍ଯ୍ୟାସ୍ତ- ଘ୬/୧୪ /୧୯,ବୈଶାଖ ମାସ,ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ପୂର୍ଣ୍ଣିମା ରାତ୍ରି ଘ୭/୧୦ମିପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ନକ୍ଷତ୍ର-ବିଶାଖାନକ୍ଷତ୍ର ଦିବା ଘ୯/୪୩ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର ।ଚ଼ନ୍ଦ୍ର- ବିଛାଚନ୍ଦ୍ର (ଅହୋରାତ୍ର)।ସୌରଚଳନେ ବୃଷ ଦି୧୦ନ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ,ରାତ୍ରି ଘ୭/୧୦ମିପରେ ପୂର୍ବ ଦିଗରେ। ପକ୍ଷାନ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଆମିଷ ଏବଂ ରାତ୍ରି ଘ୭/୧୦ମି ପରେ ପାଣିକଖିରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୩/୦ମି ରୁ ଘ୬/୧୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୪ମି ରୁ ଘ୧/୬ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୨/୪୭ମି ରୁ ଘ୫/୧ମି ମଧ୍ୟେ, ରାତ୍ରି ଘ୭/୫ମି ରୁ ଘ୯/୨୯ମି ମଧ୍ୟେ, ଘ୧୨/୪୧ମି ରୁ ଘ୩/୫ମି ମଧ୍ୟେ, ଘ୪/୪୨ମି ରୁ ଘ୫/୧୨ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ପ୍ରାତଃ ରୁ ଘ୫/୪୯ମି ମଧ୍ୟେ, ଘ୯/୧୧ମି ରୁ ଘ୧୦/୪୭ମିପର୍ଯ୍ୟନ୍ତ।ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଦିବା ଘ୯/୪୩ମି ମଧ୍ୟେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା। ଶାନ୍ତି କରଣୀୟ ଏବଂ ଦିବା ଘ୯/୪୩ମି ପରେ ପୁତ୍ରିଣୀ।
🐏ମେଷ👉ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ ।
🐮ବୃଷ👉ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟ ମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
👩❤️👨ମିଥୁନ👉କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
🦀କର୍କଟ👉ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍ନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
🦁ସିଂହ👉ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
🙎♀️କନ୍ୟା👉ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇ ପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକ ମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
⚖️ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
🦂ବିଛା👉ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
🏹ଧନୁ👉ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ ।
🐊ମକର👉ଦିନଟି ଆଶ୍ଚର୍ଯ୍ୟ ମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍ ସ୍ଥାନ ଏବଂ ସଠିକ୍ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ।
🏺କୁମ୍ଭ👉ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
🐟ମୀନ👉ହଠାତ୍ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ !!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!