ମଇମାସ ୦୫ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ତୃତୀୟା ପ୍ରାତଃ ଘ୦୫/୪୨ଗତେ ଚତୁର୍ଥୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୦୧/୫୬ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୩୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୯/୩୬,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୫/୪୨ ଗତେ ନୈଋତେ,ମକରରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୧/୨୫ଗତେ ଘ୦୩/୦୨ମଧ୍ୟେ,ବାରବେଳା-ଦିବା ଘ୦୬/୫୦ଗତେଘ୦୮/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୨୬ଗତେ ଘ୧୦/୧୦ମଧ୍ୟେ ଓ ଘ ୧୨/୩୩ଗତେ ଘ୦୧/୨୫ମଧ୍ୟେ ରାତ୍ରି ଘ୦୨/୫୯ଗତେ ଘ୦୪/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ମୂଳାଭକ୍ଷଣ ନିଷେଧ।
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳହେବାକୁ ଯାଉଛି । ଏହା ଆପଣଙ୍କକାର୍ଯ୍ୟ ସମ୍ପର୍କିତ ହୋଇପାରେ।ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ।ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ :-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନକରି ଶାନ୍ତିର ନିଶ୍ୱାସନେବେ।ଆପଣ ଘରେ ରହିକରି ଘରଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜାକରନ୍ତୁ ।ଏହି ଛୋଟ ଦୁଇଟିକଥା ଆପଣଙ୍କସମ୍ପର୍କକୁ ଆହୁରୀ ଦୃଢକରିବ ।
ମିଥୁନ:-ଆଜି ଆପଣ କୌଣସିପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ:-ଆଜି ଆପଣ କୌଣସିଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟମାନେ ମିଶି ବହୁତମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା:- ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ।ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦନେଇକି ଆସିବ।ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁଆସିଛି,ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି। ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜାନିଅନ୍ତୁ ।
ବିଛା:-ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁନାହିଁ। ଏହି ସମୟଟା ବୋଧହୁଏ ଆପଣଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି।ବ୍ୟସ୍ତ ହୁଅନ୍ତୁନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:-ଆଜି ଆପଣଙ୍କଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜକଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇସମସ୍ୟାକୁ ସମାଧାନ କରିପାରିବେ ।
ମକର:-ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁବାଧାବିଘ୍ନକୁ ଆପଣ ସମାଧାନ କରିବେ।ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ :- ସାମାନ୍ୟ ବିବ୍ରତ ରହିବେ।ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ।ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ।ଗୁରୁତ୍ତ୍ୱପୂର୍ଣ୍ଣକାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ:-ଆଜି ହଠାତ୍ ଆପଣଙ୍କ ଘରକୁଅତିଥି ଆସିପାରନ୍ତି।ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତହୋଇ ରୁହନ୍ତୁ।ଆଜି ଆପଣ ଯେତେ ବ୍ୟସ୍ତରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗନିଅନ୍ତୁ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
୧୦ଟି ଶ୍ରେଷ୍ଠଖାଦ୍ୟ:-ଏହା ସ୍ୱାସ୍ଥ୍ୟକର ପେଟପାଇଁ ୧୦ଟି ଶ୍ରେଷ୍ଠଖାଦ୍ୟ ବିଷୟରେ ଜଣାଇଥାଏ।
🥛 ଦହି:-ହଜମ ପାଇଁ ପ୍ରୋବାୟୋଟିକ୍ର
🍌 କଦଳୀ:-ପେଟକୁ ଆରାମ ଦିଏ ।
🫚 ଅଦା:-ପେଟଫୁଲିବା କମାଏ ।
🌾 ଓଟ୍ସ:-ଫାଇବରରେ ଭରପୂର ।
🥭 ଅମୃତଭଣ୍ଡା:- ଏନଜାଇମ୍-ଭରପୂର ଫଳ
🍎 ସେଓ:-ଆନ୍ତରିକ ସ୍ୱାସ୍ଥ୍ୟ ପାଇଁ ଭଲ
🌿 ପାନମହୁରୀ:-ଗ୍ୟାସ୍ କମାଏ ।
🌿 ପୁଦିନା:-ପେଟକୁ ଶାନ୍ତ ରଖେ ।
🍚 ଭାତ (ସାଧା/ଯାଉ):-ପେଟପାଇଁ କୋମଳ ।
🥛ଘୋଳଦହି (ଛାଛ):-ଏସିଡିଟି କମାଏ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।