ଅଁଳାନବମୀ ପାଇଁ ନୀତି ନିଘଣ୍ଟ ହେଲା

ସାକ୍ଷୀଗୋପାଳ,୨୨/୧୧(ଏସ ଏସ ନିୟୁଜ ) ସୋମବାର ହେଉଛି ପବିତ୍ର ଅଁଳାନବମୀ ।ଏଥିପାଇ ଚଳଚଞ୍ଚଳ ହୋଇଉଠିଥାନ୍ତା ସାକ୍ଷୀଗୋପିନାଥଙ୍କ ମନ୍ଦିର ।କିନ୍ତୁ କାରୋନା କଟକଣା ପାଇ ସବୁ ଫିକା ପଡିଗଲା ।ଏଥର ବିନା ଭକ୍ତରେ ମନ୍ଦିରରେ ଅଁଳାନବମୀ ପୂଜା ହେବ,ରାଧା ପଦ ଦର୍ଶନ ପାଇ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି । ଡାକବାଜି ଜନ୍ତ୍ର ଦ୍ଵାରା ସାଧାରଣ ଲୋକଙ୍କୁ ସୂଚନା ଦିଆଯିବା ସହ ୧୪୪ ଜାରି ପାଇ କୁହାସରିଲାଣି । ଆରପଟେ ସେବାୟତ ସଂଘର ନିସ୍ପତିକ୍ରମେ ମନ୍ଦିରର ନୀତି ନିଘଣ୍ଟ କରାଯାଇଛି । ପୁର୍ବରାତ୍ର ରୁ ଦ୍ୱାରଫିଟା, ତା ପରେ ମଙ୍ଗଳ ଆରତୀ, ମର୍ଦ୍ଦନ ଓ ଅବକାଶ, ତା ପରେ ଠାକୁରଙ୍କୁ ନଟବର ବେଶ, ୩.୩୦ରୁ ୪.୩୦ ସୂର୍ଯପୂଜା , ଦ୍ୱାରପାଳପୂଜା କରାଯାଇ ବଲ୍ଲଭ, ସକାଳଧୂପ, ବାଳଧୂପ ଓ ମଦନମୋହନ ଭୋଗ ୪.୩୦ ରୁ ସକାଳ୬ ଟା ମଧ୍ୟରେ କରାଯିବ । ସକାଳ ୬.୩୦ ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମନ୍ଦିର ସାହାଣ ମେଳା ରହିବ । ପାଳିଆ ସେବକ ପରିବର୍ତ୍ତନ ଯୋଗୁ କିଛି ସମୟ ପାଇଁ ମନ୍ଦିର ବନ୍ଦ ରହିବ । ତା ପରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମନ୍ଦିର ଖୋଳାଯିବ ବୋଲି ଜଣାପଡିଛି।

Comments (0)
Add Comment