ଅନ୍ଧାରୁଆଠାରେ ହେବ ଟିକା ଉତ୍ପାଦନ କେନ୍ଦ୍ର,

ଭୁବନେଶ୍ୱର, ୬/୫ (ଏସଏସନିୟୁଜ) ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ ହେବ । ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାକୁ ଆରମ୍ଭ କରିଛନ୍ତି । ୧୫ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଏହି ଟିକା ଉତ୍ପାଦନ କେନ୍ଦ୍ରକୁ ଭାରତ ବାୟୋଟେକ୍ ଇନଟରନ୍ୟାସନାଲ୍ ଲିମିଟେଡ୍ ର ତତ୍ତ୍ୱାବଧାନରେ ନିର୍ମାଣ କରାଯିବ । ଏହି କମ୍ପାନୀ ବିଭିନ୍ନ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରୁଥିବାବେଳେ ଅନ୍ଧାରୁଆଠାରେ ହେବାକୁଥିବା ଟିକା ଉତ୍ପାଦନ ୟୁନିଟ୍ ରେ କୋଭିଡ୍ ପାଇଁ କୋଭାକ୍ସିନ. , ଡାଇରିୟା, ମ୍ୟାଲେରିୟା ସହ ୧୦ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରାଯିବ । ଏଥିନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ରଙ୍କ ସହ ଅନ୍ୟାନ୍ୟ ପଦାଧରକାରୀମାନେ ଉପସ୍ଥିତଥିଲେ । ୨୦୨୨ ଜୁ୍ନ ସୁଦ୍ଧା ସରିବାକୁଥିବା ଏହି ପ୍ରକଳ୍‌ପର ଅଗ୍ରଗତି , ଭିତିଭୁମି ଓ ନିର୍ମ୍ରାଣକାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା ।

Comments (0)
Add Comment