ଆନ୍ଦୋଳନ ତିବ୍ରତର କରିବାକୁ ଚେତାବନୀ

ମାଲକାନଗିରି, ୧୫/୭(ଏସଏସନିୟୁଜ) କଳାବ୍ୟାଚ୍ ପିନ୍ଧି କାମକରୁଥିବା ଫାର୍ମାସୀ ମାନେ ଆଜି ସେମାନଙ୍କ ଦାବୀ ନେଇ ପୁଣିଥରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେବାସହ ଆଗାମିଦିନରେ ସରକାରଙ୍କ ସହ ସଂଘପକ୍ଷରୁ ହେବା ଆଲୋଚନାରେ ସେମାନଙ୍କ ଦାବୀ ପୁରଣ କରିବାକୁ ଅନୁରୋଧ କରିଛନ୍ତି ।ଏହିଭଳି ଦୃଶ୍ୟ ଆଜି ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ମଧ୍ୟ ୩୫ ଦିନ ଧରି କଳାବ୍ୟାଚ୍ ପିନ୍ଧି ଫାର୍ମାସୀ ମାନେ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର‌୍ୟ୍ୟ କରୁଛନ୍ତି ।କରୋନାର କରାଳ ପ୍ରଭାବରେ ସମସ୍ତେ ଭୟଭିତ ଥିବାବେଳେ ଫାର୍ମାସିଷ୍ଟ ମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ରୋଗୀ ମାନଙ୍କ ସେବା କରୁଥିଲୋକିନ୍ତୁ ପରିତାପର ବିଷୟ ଆମମାନଙ୍କର ଦାବୀ ଅଦ୍ୟାବଧି ପୁରଣ ସରକାର କରିନାହାନ୍ତି ବୋଲି ରବୀନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି ।ଆସନ୍ତା ୧୬ ତାରିଖରେ ରାଜା ଫାର୍ମ ସିଷ୍ଟ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଉଛିତ ନ୍ୟାୟ ଦେବା ସହ ମୁଖ୍ୟତ ୪ଟିଦାବୀ ପୁରଣକରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ସରକାର ଦାବୀପୁରଣ ନକରନ୍ତି ବାଧ୍ୟହୋଇ ଆନ୍ଦୋଳନକୁ ତିବ୍ରତର କରିବୁ ବୋଲି ରବୀନ୍ଦ୍ର ପାତ୍ର ଚେତାବାନି ଦେଇଛନ୍ତି ।

Comments (0)
Add Comment