ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ

କେନ୍ଦ୍ରାପଡା,୨୫/୮(ଏସଏସନିୟୁଜ) ଖରସ୍ରୋତା ନଦୀ ଜଳକୁ ନେଇ କେନ୍ଦ୍ରପଡ଼ା ରାଜକନିକାରେ ଗତ ୧୫ ତାରିଖ ଠାରୁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ।ଆନ୍ଦୋଳନ ଚାଲିଥବା ଅଞ୍ଚଳ ରାଜକନିକାର ଅଚ୍ୟୁତପୁର ହାଟ ନିକଟରେ ପହଁଞ୍ଚି ସେ ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।ଏହାସହ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଆନ୍ଦୋଳନରତ ସମାଜସେବୀ ତଥା ଭିତରକନିକା ଇକୋ ସେନସିିଟିଭ୍ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି ।

Comments (0)
Add Comment