ଆଜିର ଅନୁଚିନ୍ତା 

ତାରିଖ : ୦୨.୦୧.୨୦୨୨,ରବିବାର

ଆଜିର ନୀତିବାଣୀ 
➡️କ୍ରୋଧକୁ ନିଜ ଭିତରେ ଧରି ରଖିବା, ଗରମ ଅଙ୍ଗାରକୁ ଧରି ରଖି ଅନ୍ୟ ଉପରକୁ ଫୋପାଡିବା ଉଦ୍ଧେଶ୍ୟ ସହ ସମାନ; ତୁମେ ସେହି ଯିଏକି ଜଳିଯିବ !!
➡️ଯଦ୍ୟପି ଅନେକ ପବିତ୍ର ଶବ୍ଦ ତୁମେ ପଢିଥାଇ ପାର, ଯଦ୍ୟପି ଅନେକ ତୁମେ ତାକୁ କୁହ, ତୁମେ ତାକୁ ଯଦି କାର୍ଯ୍ୟରେ ନ ଲଗେଇବ ସେଥିରୁ କି ଲାଭ ମିଳିବ? !!
➡️ଜିଭ ଗୋଟିଏ ତିଖ୍ନ ଛୁରୀ ପରି… ଯାହା ବିନା ରକ୍ତପାତରେ ହତ୍ୟା କରେ । ଅମେ ଯୋଉ ଶବ୍ଦ ଲୋକମାନଙ୍କ ଶୁଣିବା, ବା ଭଲ ମନ୍ଦ ପ୍ରଭାବିତ ପାଇଁ କହିବା, ତାହା ଯତ୍ନ ସହ ବାଛିବା ଉଚିତ !!
➡️ଯଦି ତୁମେ ପ୍ରକୃତରେ ନିଜକୁ ଭଲ ପାଇଥାଅ ତେବେ ତୁମେ କେବେ ଭି ଅନ୍ୟକୁ ଆଘାତ ଦେବ ନାହିଁ !!
ଆଜିର ଅନୁଚିନ୍ତା 
📝ମଣିଷ ଜନମ ଦୁର୍ଲଭ ଜୀବନ ଭଗବାନ ଙ୍କର ସୃଷ୍ଟି ତିନୋଟି ପାହାଚ ଜୀବନ ପଥରେ ମଣିଷ ପଡଇ ଝୁଣ୍ଟି ।
📝ଜୀବନରେ କେବେ ହେଲେ କାହାରିକୁ ଦୋଷ ଦେବା ଉଚିତ୍ ନୁହେଁ କାରଣ ଭଲ ଲୋକ ମାନଙ୍କ ଠାରୁ ଆମକୁ ଖୁସି ମିଳିଥାଏ ଖରାପ ଲୋକ ମାନଙ୍କ ଠାରୁ କିଛି ଶିଖିବାକୁ ମିଳିଥାଏ ।
📝ଶୁଖିଲା ପତ୍ର ମୋତେ ଏହା ଶିଖେଇଛି ଯେ ଯେତେବେଳେ ବୋଝ ହେଇଯିବ ସେତେବେଳେ ନିଜ ଲୋକ ବି ହାତ ଛାଡି ଦିଅନ୍ତି ।
📝ଖାଲି Bottle କିଣିବା ଲୋକ ବଙ୍ଗଳା ବନାଇ ସାରିଲେଣି,,,,, କିନ୍ତୁ,,,,,Bottle ଖାଲି କରୁଥିବା ଲୋକ ନିଜ ଜାଗା, ଜମି ବିକ୍ରି କରି ସାରିଲେଣି,,,,,ଏହା ହିଁ ସତ୍ୟ ଅଟେ ।
➡️ଜୀବନ ଏକ କଠିନ ପରୀକ୍ଷା , ଅତ୍ୟଧିକ ଲୋକ ଏହି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥାନ୍ତି . କାହିଁକିନା ସେମାନେ ଅନ୍ୟମାନଙ୍କୁ ଅନୁକରଣ କରିଥାନ୍ତି ଆଉ ଏହା ଜାଣିନଥାନ୍ତି ଯେ ଏଠି ସମସ୍ତଙ୍କର ପ୍ରଶ୍ନପତ୍ର ର ସେଟ ଅଲଗା ଅଲଗା ହୋଇଥାଏ !!
➡️ଜୀବନରେ କେବେ କାହାକୁ ଅଦରକାରୀ ଭାବନ୍ତୁ ନାହିଁ , କାହିଁକିନା ଭଗବାନ କାହାକୁ ବିନା କାରଣରେ କେବେବି ଏ ଘୋର ମାୟା ସଂସାରକୁ ପଠାନ୍ତି ନାହିଁ !!
➡️କଠିନ ରାସ୍ତା ଦେଖି କେବେ ଡରନ୍ତୁ ନାହିଁ କାହିଁକିନା କଠିନ ରାସ୍ତାର ଶେଷ ସବୁବେଳେ ଏକ ସୁନ୍ଦର ଲକ୍ଷ୍ୟସ୍ଥଳରେ ହୋଇଥାଏ !!
➡️ଯାହାର କ୍ଷତି ସହିବାର ଶକ୍ତି ଅଛି , ସେ ହିଁ କେବଳ ଲାଭ ପାଇପାରିବେ , ତାହା ବ୍ୟବସାୟ ହେଉ କିମ୍ବା ସମ୍ପର୍କ ହେଉ ଅବା କୌଣସି ଯୁଦ୍ଧ ହେଉ !!
ଆଜିର ସୁବିଚାର
➡️ଜୀବନରେ ସବୁକିଛି କରିବ କିନ୍ତୁ ନିଜ ସ୍ବାର୍ଥ ପାଇଁ କେବେ କାହାରି ଆଖିରେ ଲୁହ ଦେବ ନାହିଁ !!
➡️କିଛି ଲୋକ ଟିକିଏ ଜ୍ଞାନ , ପୁଳାଏ ଧନ ହେଇଗଲେ ଅହଂକାରରେ ଆକାଶରେ ଉଡ଼ି ବୁଲନ୍ତି ….. ସେ ମାନେ ଭୁଲି ଯାଆନ୍ତି ଯେ ଫୁର୍ ଫୁର୍ ହୋଇ ଉଡୁଥିବା ମେଞ୍ଚାଏ ଧୂଳି ବି କେଇ ଟୋପା ବର୍ଷା ମାଡ଼ରେ ତଳେ ପଡି ପୁଣି ମାଟିରେ ମିଶିଯାଆନ୍ତି .. !!
➡️”ସନ୍ଦେହ ଓ ଅବିଶ୍ବାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ବାସ କରିବା ଠିକ୍ ନୁହେଁ !!
➡️ଦୁନିଆଁ ରେ ସବୁବେଳେ ସେହି ମଣିଷ ଉଦାସ ରହିଥାଏ ଓ ଦୁଃଖ କଷ୍ଟ ସହିଥାଏ .. ଯିଏ ନିଜଠାରୁ ଅଧିକ ଅନ୍ୟକୁ ଗୁରୁତ୍ୱ ଓ ଭଲ ପାଇବା ଦେଇଥାଏ .. ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ,!!

Comments (0)
Add Comment