ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର,୮/୭(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଟିଟିଲାଗଡ଼ ୱେରହାଉସର ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘର ସମେତ ଚାରୋଟି ଜାଗାରେ ଏକକାଳୀନ ଚଢଉ କରିଛି ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁରର ଭିଜିଲାନ୍ସ ଟିମ । ବଲାଙ୍ଗୀର ସହର ପ୍ୟାଲେସ ଲାଇନ ଠାରେ ଥିବା ଘର, ନୂଆ ଭାବରେ ତିଆରି ହୋଇଥିବା ଦୁଇଟି ଘର ଏବଂ ତାଙ୍କ ସ୍ତ୍ରୀଙ୍କ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି। ତାଙ୍କ ଘର ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ଅକଳନ କରୁଛି ଭିଜିଲାନ୍ସ ବିଭାଗ।

Comments (0)
Add Comment