ଆସିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୧୪ା୨(ଏସଏସନିଉଜ)‌ ରଥ ନିର୍ମାଣ ପାଇଁ ପ୍ରଥମପର୍ଯ୍ୟାୟ  ରଥକାଠ ବଡ଼ଦାଣ୍ଡରେ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ରାଜନଅର ପକ୍ଷରୁ ‌ଶୋତ୍ରୀୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର‌୍ୟ୍ୟ ସମ୍ପାଦନ କରିବାପରେ ତିନିରଥ ପାଇଁ ତିନିଟି ୧୨ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବ।ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ପ୍ରଥମ ପର‌୍ୟ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ବନାଞ୍ଚଳ ଓ ଦଶପଲ୍ଲା ବନାଞ୍ଚଳରୁ ଆସିସାରିଛିା

Comments (0)
Add Comment