ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫/୭(ଏସଏସନିୟୁଜ)ପେଟ୍ରୋଲ , ଡ଼ିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏହାର ପ୍ରତିବାଦରେ ଓ ଦରବୃଦ୍ଧିର ତୁରନ୍ତ ପ୍ରତ୍ୟାହାର ଦାବୀରେ ସି.ପି.ଆଇ., ସି.ପି.ଏମ୍., ସି.ପି.ଆଇ.(ଏମ୍.ଏଲ୍) ଲିବରେଶନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଫକ୍ଷରୁ ଜୁଲାଇ ୧୫ ତାରିଖରେ ଓଡ଼ିଶା ବନ୍ଦର ଡ଼ାକରା ଦିଆଯାଇଛି । ବିଗତ ବର୍ଷେ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ର ଦର ପ୍ରାୟ ୫୦ରୁ ଉର୍ଦ୍ଧ ଥର ବୃଦ୍ଧି ପାଇଛି । ବିଗତ ଏକ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପ୍ରତି ୨୬୦ଟଙ୍କା ବୃଦ୍ଧି ପାଇଲାଣି । ଏହାର ପରିଣାମ ସ୍ୱରୂପ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦର ଆକାଶଛୁଆଁ ହୋଇଛି । ଅନ୍ୟପଟରେ ଦେଶର ଅର୍ଥନୀତି ମୋଦି ସରକାରଙ୍କ ଅମଳରେ ରସାତଳଗାମୀ ହେବାରେଲାଗିଛି । ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ ଟଙ୍କାକୁ ସରକାର ଉଠାଇ ଆଣି ବିତିୟ ନିଅଂଟ ଭରଣା କରିବାରେ ବ୍ୟସ୍ତ । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମି କମି ଚାଲିଥିବା ବେଳେ ଆମ ଦେଶରେ ଲଗାମ ହୀନ ଭାବରେ ତୈଳଦର ବୃଦ୍ଧି କରି ଜନଗଣଙ୍କୁ ଶୋଷଣ କରାଯାଉଛି ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଅଭିଯୋଗ କରାଯିବା ସହ ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିନେବା ନିମନ୍ତେ ଦଳ ପକ୍ଷରୁ ଦାବୀ କରାଯାଇଛି । ଆଜି ଓଡ଼ିଶା ବନ୍ଦ ପରିପ୍ରେକ୍ଷିରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପିେକେଟିଂ କରାଯାଇଥିଲା ।
ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ଶ୍ରମିକ ନେତା ବିଜୟ ସାହୁ, ଭାନୁମତି କାଣ୍ଡି, ଆଲୋକ ମହାପାତ୍ର, କପିଳ କାଣ୍ଡି, ଯୁବ ନେତା ପ୍ରଦିପ ଦାସ, ଛାତ୍ର ନେତା ନାରାୟଣ ଦାସ, ବିକ୍ରମ କାଣ୍ଡି, , ପ୍ରମୁଖ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମର୍ଥନ ଜରାଇ ସର୍ବାଙ୍ଗ ଭାବେ ସଫଳ କରିଥିଲେ କ୍ଷ

Comments (0)
Add Comment