Browsing author

SATYA SANDHANA DESK

ଆଜି ବାରଙ୍ଗରୁ୧୬ ଚିହ୍ନଟ

ବାରଙ୍ଗ ,୧୩/୫(ଏସଏସନିୟୁଜ) ବୁଧବାର ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତ ଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୩୪ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାରଦିନ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୬ରେ ପହଁଚିଛି ।ଏହିନୁଆ ଆକ୍ରାନ୍ତଙ୍କମଧ୍ୟରେ ବେଲଗଛିଆରୁ ୨,ଖଲର୍ଦାରୁ୧, କୁହ୍ଲେଇପଡାରୁ୧, କୁରାଙ୍ଗଶାସନରୁ୨, ଦାଢାପାଟଣାରୁ୧, ହରିଅନ୍ତାରୁ୧, ରାମଦାସପୁରରୁ୪, ମୁଣ୍ଡଳିରୁ୧,ଶ୍ରିବନ୍ତପୁର ରୁ୩କୁ ମିଶାଇ ୧୬ଜଣ ନୁଆ ପଜିଟିଭ ବାରଙ୍ଗବ୍ଲକର ବିଭିର୍ଣଗ୍ରାମରୁ ବାହାରିଥିବାନେଇ ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।(ଗୈାତମରାଉତଙ୍କରିପୋର୍ଟ)

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ବନ୍ଦ

ମେଣ୍ଢାଶାଳ ,୧୩/୫(ଏସଏସନିୟୁଜ) ଡାକ୍ତରଖାନାରେ ଡାକ୍ତରଙ୍କ ସମେତ ଚାରିଜଣ କର୍ମଚାରୀମାନଙ୍କର କୋଭିଡ ପଜିଟିଭ ବାହରିବାପରେ ରୋଗୀମାନଙ୍କପାଇଁ ବନ୍ଦ ହୋଇଯାଇଛି ଡାକ୍ତରଖାନା ।ଏହିଭଳିସ୍ଥିତି ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକର ହେଡକ୍ୱାଟର କୁହାଯାଉଥିବା ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ।ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ୪ଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିଛି ।ଏହି ପଜିଟିଭ ରିପୋର୍ଟ ଆସି ଡାକ୍ତରଖାନାରେ ପହଁଚିବାପରେ କର୍ମଚାରୀମାନେ ମୁଖ୍ୟ ଫାଟକକୁ ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ କରିଥିବାର ଦେଖିବାକୁ ମିଳିଛି ଯାହାଫଳରେ ଆଖପାଖ ଗ୍ରାମରୁ ଚିକିସ୍‌ାପାଇଁ […]

କୋଭିଡ଼ ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୩/୫(ଏସଏସନିୟୁଜ) କୋଭିଡ଼ ଦ୍ଵିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର‌୍ୟାୟରେ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାର କୋଟି ଟଙ୍କା ମଞ୍ଜୁର କରିଥିଲେ ।

ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଭୟ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଏବେ ଭୟସୃଷ୍ଟି ହୋଇଛି ।ଏହି ଭାସମାନ ମୃତଦେହ ଗୁରୁବାର ଦିନ ପାଟନାରେ ପହଞ୍ଚିଛି। ସ୍ଥାନୀୟ ଲୋକମାନେ ପାଟଣାର ଗୁଲାବୀ ଘାଟ ନିକଟରେ ଏକ ଶିଶୁଙ୍କ ମୃତଦେହ ସମେତ ଅନେକ ମୃତଦେହ ଭାସୁଥିବା ଦେଖିଥିଲେ। ବିହାର ସରକାର ବୁକ୍ସାର ଜିଲ୍ଲାର ନଦୀରୁ ୭୧ ଟି ମୃତଦେହକୁ ଉଦ୍ଧାର କରି ପୋଡିବାପାଇଁ ଯୋଜନା କରିଛି । ଗଙ୍ଗା ନଦୀରେ ଥିବା ଗୁଲାବୀ ଘାଟ ପାଟନାରେ ଶବଦାହ ପାଇଁ ବ୍ୟବହୃତ ହୁଏ ,ମୃତଦେହ ପାଟନାରେ […]

ଅନ୍ଧବିଶ୍ୱାର କୁପରିଣତି -କରୋନା ପରୀକ୍ଷା କରୁନାହାନ୍ତି ଗ୍ରାମବାସୀ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶ କରୋନା ସଂକ୍ରମଣ ସହିତ ସଂଘର୍ଷ କରୁଛି ଏବଂ ଏହି ସଂକ୍ରମଣ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ବିହାରରେ ଏପରି ଏକ ଗାଁ ରହିଛି ଲୋକଙ୍କ ସଚେତନତା ଅଭାବରୁ କିମ୍ବା ସେମାନଙ୍କ ଜିଦ୍ ହେତୁ ସେମାନେ କରୋନା ପରୀକ୍ଷା ଓ ଟିକା ନେବାକୁ ପ୍ରସ୍ତୁତ ନୁହଁନ୍ତି । ପଞ୍ଚାୟତର ମୋଟ ଜନସଂଖ୍ୟା ପ୍ରାୟ ୧୨ ହଜାର ଥିବାବେଳେ ଖୁଦିଆ ଗାଁର ଜନସଂଖ୍ୟା ମାତ୍ର ଦଶ ହଜାର।ଏବେପନ୍ଦର ଦିନ ମଧ୍ୟରେ […]

କରୋନାରୁ ରକ୍ଷା ପାଇବା ପାଇଁ ଗୋମୁତ୍ର ସ୍ନାନ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ) କରୋନା କାରଣରୁ ଏପର୍ଯ୍ୟନ୍ତ ଦେଶରେ ୨ ଲକ୍ଷରୁ ଉର୍ଦ୍ଧ ମୃତ୍ୟୁ ଘଟିଛି, ଏହି ମୃତ୍ୟୁସଂଖ୍ୟା ପାଞ୍ଚ ଗୁଣ ଅଧିକ ହୋଇପାରେ ବୋଲି ଅନେକ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ।କରୋନା ମହାମାରୀର ପ୍ରକୋପ ଦିନକୁଦିନ ବଢିବାକୁ ଲାଗିଥିବାବେଳେ ଏଥିରୁ ରକ୍ଷାପାଇବାପାଇଁ ଲୋକମାନେ ଗୋବର-ଗୋମୁତ୍ରାରେ ସ୍ନାନ କରୁଛନ୍ତି ।ଏହିଭଳିଘଟଣା ଗୁଜୁରାଟର କିଛି ଗ୍ରାମାଂଚଳରେ ଦେଖିବାକୁ ମିଳିଛି । କରୋନା ଜୀବାଣୁ ମହାମାରୀର ଦ୍ୱିତୀୟ ତରଙ୍ଗ ଭାରତରେ ସର୍ବାଧିକ ପ୍ରଭାବ ପକାଇଛି । ସହର ତଥା ଗ୍ରାମରେ ମଧ୍ୟ ଏହି […]

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା

ଭୁବନେଶ୍ୱର,୧୩/୫(ଏସଏସନିୟୁଜ) ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଲେ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକ୍ ଡାଉନର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି। ରାଜ୍ୟବ୍ୟାପୀ […]

ଜେଲ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୧୩/୫(ଏସଏସନିୟୁଜ) ଆଜି ରାଜ୍ୟ ସରକାର ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍‌ର ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ କରିଛନ୍ତି । ବଦଳିଲେ ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକ । ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳିକରାଯାଇ ତାଙ୍କସ୍ଥାନରେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ବାଳଙ୍କୁ ଅବସ୍ଥାପିତ କରାଯାଇଛି । ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍‌ଙ୍କୁ ପୁରୀ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।

କୋଭିଡ୍ ଜରୁରୀକାଳୀନ ୱାର୍ଡରେ ଲଭୟୁଜିନ୍ଦେଗୀ ଗୀତ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ)ସାଂଘାତିକ କରୋନାଭାଇରସ୍ ମହାମାରୀ ପରେ ସୋସିଆଲ ମିଡିଆରେ ଅନେକ ଦୁଃଖଦ କାହାଣୀ, ଚିତ୍ର ଏବଂ ଭିଡିଓ ସବୁ ଚର୍ଚ୍ଚାର ବିଷୟ ପାଲଟିଛି ।କରାଯାଉଥିବା ପୋଷ୍ଟଗୁଡିକ ମଧ୍ୟରୁ ଅଧିକାଂଶ ହୃଦୟ ବିଦାରକ ରହିଥିଲେ ମଧ୍ୟ ନିଶ୍ଚିତ ଭାବରେ, ଏକ ଆଶା ଏବଂ ବିଶ୍ୱାସର ଭାବନା ମଧ୍ୟ ସୃଷ୍ଟି କରିବ ,ଯାହାକୁ ଟ୍ୱିଟରରେ ସୂଚନା ଦେବାସହ ଜରୁରୀକାଳୀନ ୱାର୍ଡର ୩୦ ବର୍ଷ ବୟସ୍କା ରୋଗୀଙ୍କ କାହାଣୀ ଇଛନ୍ତି ଡାକ୍ତର ମୋନିକା ଲାଙ୍ଗେ । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ […]

ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ , ୧୯ମୃତ

ଭୁବନେଶ୍ୱର,୧୩/୫(ଏସଏସନିୟୁଜ) ଆଜି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ଖୋର୍ଦ୍ଧାରୁ ୧୫୫୭, କଟକରୁ ୯୩୦, ସୁନ୍ଦରଗଡ଼ରୁ ୭୭୫, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪ , ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡ଼ାରୁ ୩୭୮, ନୟାଗଡ଼ରୁ ୩୭୫, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ, ୨୭୮, କଳାହାଣ୍ଡିରୁ ୨୬୩ କରୋନା ପଜିଟିଭ୍ ଚିହ୍ନଟ […]