ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଭୟ

ଭୁବନେଶ୍ୱର,୧୩/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ନେଇ ଏବେ ଭୟସୃଷ୍ଟି ହୋଇଛି ।ଏହି ଭାସମାନ ମୃତଦେହ ଗୁରୁବାର ଦିନ ପାଟନାରେ ପହଞ୍ଚିଛି। ସ୍ଥାନୀୟ ଲୋକମାନେ ପାଟଣାର ଗୁଲାବୀ ଘାଟ ନିକଟରେ ଏକ ଶିଶୁଙ୍କ ମୃତଦେହ ସମେତ ଅନେକ ମୃତଦେହ ଭାସୁଥିବା ଦେଖିଥିଲେ। ବିହାର ସରକାର ବୁକ୍ସାର ଜିଲ୍ଲାର ନଦୀରୁ ୭୧ ଟି ମୃତଦେହକୁ ଉଦ୍ଧାର କରି ପୋଡିବାପାଇଁ ଯୋଜନା କରିଛି । ଗଙ୍ଗା ନଦୀରେ ଥିବା ଗୁଲାବୀ ଘାଟ ପାଟନାରେ ଶବଦାହ ପାଇଁ ବ୍ୟବହୃତ ହୁଏ ,ମୃତଦେହ ପାଟନାରେ ନଦୀରେ ଫିଙ୍ଗି ଦିଆଯାଇଛି କି ନାହିଁ ତାହା ଜାଣିବାପାଇଁ ପ୍ରଶାସନ ପକ୍ଷରୁ ଯାଂଚ ଆରମ୍ଭ ହୋଇଥିବା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ ସୂଚନା ଦେଇଛନ୍ତି।ମଙ୍ଗଳବାର ଦିନ, ବିହାର ସରକାର ବୁକ୍ସାର ଜିଲ୍ଲାର ଗଙ୍ଗା ରେ ପଡିଥିବା ୭୧ ଟି ପରିତ୍ୟକ୍ତ ଶବଗୁଡିକ କୋଭିଡ -୧୯ ରୋଗୀଙ୍କ ହୋଇପାରେ ବୋଲି ସନ୍ଦେହ ସୃଷ୍ଟି କରାଯାଉଛି । ଉତ୍ତରପ୍ରଦେଶର ନରହି ଅଞ୍ଚଳରେ ଥିବା ଉଜିଆର, କୁଲହାଡିଆ ଏବଂ ଭାରୁଲି ଘାଟରେ ଅତି କମରେ ୫୨ ଟି ମୃତଦେହ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ତେବେ ସେଠାରେ କେଉଁ ମୃତଦେହ ମିଳିଛି ତାହା ଜିଲ୍ଲା କର୍ତ୍ତୃପକ୍ଷ କହି ନାହାଁନ୍ତି।ସୋମବାର ଦିନ ହମିରପୁର ଜିଲ୍ଲାର ବାସିନ୍ଦା ଯମୁନାରେ ପାଞ୍ଚଟି ମୃତଦେହ ଭାସୁଥିବା ଦେଖି ଏହା କୋଭିଡ ରୋଗୀଙ୍କ ବୋଲି ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି । ପରେ ମୃତଦେହକୁ ପୋଡି ଦିଆଯାଇଥିଲା।

Comments (0)
Add Comment